ଖାଁ ଖାଁ ଗୋତମରା ଗାଁ

ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି ଜମିବନି ଶ୍ରଦ୍ଧାଳୁଙ୍କ ଭିଡ଼। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନି। ନିରାଡମ୍ବରରେ କେବଳ ବିଧି ରକ୍ଷା କରି ମା’ଙ୍କ ପୂଜାର୍ଚ୍ଚନା କରାଯିବ। ଏଥିଯୋଗୁ ପୂଜା ଅବସରରେ ବି ଖାଁ ଖାଁ ଲାଗିବ ଗୋତମରା ଗାଁ । ଯେଉଁଠି ବାର୍ଷିକ ପୂଜା ପାଇଁ ୩ ଦିନ ଧରି ସମଗ୍ର ଗାଁ ଚଳଚଞ୍ଚଳ ହୋଇଉଠୁଥିଲା ସେଠାରେ ନିରାଡମ୍ବରରେ ପୂଜାକୁ ନେଇ ମନଉଣା କରିଛନ୍ତି ଶ୍ରଦ୍ଧାଳୁ।
ପ୍ରତିବର୍ଷ ଆଶ୍ୱିନ ମାସ କୁମାର ପୂର୍ଣ୍ଣିମା ତିଥିରେ ପାଳନ ହୋଇଥାଏ ଏହି ଉତ୍ସବ। ୩ ଦିନ ଧରି ଚାଲୁଥିବା ଏହି ଯାତ୍ରା ନକଟି ଯାତ୍ରା ଭାବରେ ମଧ୍ୟ ଜଣାଶୁଣା। ଯାତ୍ରା ଦିନ ଗ୍ରାମର ଦିଅଁଘରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପୀଠସ୍ଥଳୀକୁ ଯାଇଥାଏ। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଘୋଡ଼ା ନାଚ, ନାମ ସଂକୀର୍ତ୍ତନ, ଦଣ୍ଡନୃତ୍ୟ ଆଦି ପରିବେଷଣ କରାଯାଏ। ୩ ଦିନ ଧରି ବିଭିନ୍ନ ଦୋକାନ ବଜାର ବସିଥାଏ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ। ହେଲେ ଚଳିତ ଥର କରୋନା ଯୋଗୁ ଏ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି।
କୋଭିଡ୍‌ ନିୟମ ମଧ୍ୟରେ ପାଳନ
ମା’ ବ୍ରହ୍ମାୟଣୀଙ୍କ ପୂଜା ପ୍ରତିବର୍ଷ ଆଡମ୍ବରରେ କରାଯାଇଥାଏ। ହେଲେ ଚଳିତ ବର୍ଷ କୋଭିଡ୍‌ କଟକଣା ଲଗାଯାଇଥିବାରୁ କୌଣସି ଜାକଜମକ ନାହିଁ। କେବଳ ନିୟମ ଅନୁଯାୟୀ ବିଧି ରକ୍ଷା ପାଇଁ ପୀଠରେ ପୂଜାର୍ଚ୍ଚନା ହେବ।
-ରଜନୀକାନ୍ତ ସିଂ, ବିଧାୟକ ତଥା ଗ୍ରାମ ସଭାପତି
ପରମ୍ପରାରେ ଏଥର ବ୍ୟତିକ୍ରମ
ଶତାଧିକ ବର୍ଷରୁ ମା’ଙ୍କ ପୂଜା ପରମ୍ପରା ଅନୁଯାୟୀ ଗ୍ରାମରେ ପାଳନ ହୋଇଆସୁଛି। କିନ୍ତୁ ପ୍ରଥମ କରି ଚଳିତବର୍ଷ ପୂଜାରେ ବ୍ୟତିକ୍ରମ ଦେଖାଦେଇଛି। କରୋନା ସମସ୍ତଙ୍କ ମନରେ ଥିବା ଉତ୍ସାହକୁ ମାରି ଦେଇଛି।
-କୁମୁଦ ବିହାରୀ ସିଂ, ଗ୍ରାମବାସୀ
ହେବନି ଶୋଭାଯାତ୍ରା
ପ୍ରତି ବର୍ଷ ଯାତ୍ରାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଶୋଭାଯାତ୍ରା ଆୟୋଜନ କରାଯାଏ। ଏଥିରେ ବିଭିନ୍ନ ଅଞ୍ଚଳର କଳାକାରମାନେ ଗୀତ ନୃତ୍ୟ ପରିବେଷଣ କରନ୍ତି। ମିନାବଜାର ସହ ଅପେରା କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ। କିନ୍ତୁ ଚଳିତ ବର୍ଷ ତାହା ବନ୍ଦ ରହିଛି।
-ଭରତ ମାଝି, ଗ୍ରାମବାସୀ

ଦର୍ଶନ ପାଇବେନି ଭକ୍ତ
କଟକଣାରେ ପୂଜା ପାଳନ ଯୋଗୁ ଚଳିତ ବର୍ଷ ମା’ଙ୍କ ଦର୍ଶନ ପାଇପାରିବେନି ଭକ୍ତ। କେବଳ ନୀତିକାନ୍ତି ଅନୁଯାୟୀ ପୂଜା ହେଉଥିବାରୁ ପୀଠକୁ ଭକ୍ତଙ୍କ ଆଗମନକୁ ବାରଣ କରାଯାଇଛି। ସେଥିପାଇଁ ଗ୍ରାମବାସୀ ନିରାଶ ହୋଇଛନ୍ତି।
– ସୁବାସ ପଟ୍ଟନାୟକ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri