ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ସେମାନଙ୍କ ପ୍ରତି ନିର୍ଯାତନା ଥମୁ ନାହିଁ। ଅଧିକ ପାରିଶ୍ରମିକ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ପାରିଶ୍ରମିକ ବଦଳରେ ଶାରୀରିକ, ମାନସିକ ନିର୍ଯାତନା ମିଳୁଛି ତ ଆଉକେବେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ କାରଖାନା ମାଲିକଙ୍କ ପାଖରେ ସେମାନଙ୍କୁ ବନ୍ଧା ପଡ଼ିବାକୁ ପଡୁଛି। ଏଭଳି ଦାଦନ ଦୁଃଖ ନେଇ ଶନିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜିଲାର ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଅଞ୍ଚଳରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ଶୁକ୍ରବାର ମୃତ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଘରକୁ ଫେରାଇବା ପାଇଁ ଏକ ନିର୍ଦ୍ଦିଷ୍ଟ କାରଖାନା ମାଲିକ ୨ଲକ୍ଷଟଙ୍କା ଦାବି କରିଛନ୍ତି ଏବଂ ଏପର୍ଯ୍ୟନ୍ତ ସେଠାରୁ ମୃତଦେହକୁ ଅଣାଯାଇ ନ ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଅନ୍ୟପଟେ ମୃତ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଘରକୁ ଆଣିବା ପାଇଁ ମୃତକଙ୍କ ପରିବାର ଲୋକେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ମେଲଛାମୁଣ୍ଡା ନିବାସୀ ମକରାମ ମହାନନ୍ଦଙ୍କ ଭାଇ କମଳ(୩୦)ଙ୍କ ସମେତ ଶିବୁ ଭୋଇ ଏବଂ ସାନ ଭରାସାଗର ପ୍ରାୟ ୨ବର୍ଷ ତଳୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଛନ୍ତି। ଏହି ରାଜ୍ୟର କୋଏମ୍ବାଟୁର ଅଧୀନ କାରୁମାଥାମ୍ପାଟି ନିକଟ ସେଲମବରାୟମପାଲାୟମସ୍ଥିତ ଏକ ହଳଦୀ କମ୍ପାନୀରେ କାମ କରୁଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ କମଳଙ୍କ ମୃତ୍ୟୁ ହୋଇଥିବା ନେଇ ଶିବୁ ଓ ସାନ ତାଙ୍କ ପରିବାର ଲୋକଙ୍କୁ ଫୋନରେ ସୂଚନା ଦେଇଥିଲେ। ଅନ୍ୟପଟେ ୨ଲକ୍ଷ ଟଙ୍କା ଜମାକଲେ ଯାଇ କମଳଙ୍କ ମୃତଦେହ ଛାଡ଼ିବା ପାଇଁ କହୁଛନ୍ତି। ଏହା ଜାଣିବା ପରେ ପରିବାର ଲୋକଙ୍କ ଆହୁରି ଦୁଃଖ ବଢ଼ାଇ ଦେଇଛି।
ମୃତକଙ୍କ ଭାଇ ନିର୍ମଳ କହିଛନ୍ତି, ଦି ପଇସା ରୋଜଗାର କରିବା ପାଇଁ କମଳ ତାମିଲନାଡ଼ୁ ଯାଇଥିଲା। କିଛି ରୋଜଗାର କରି ସେ ଘରକୁ ଫେରିବ ବୋଲି ଆଶା ମଧ୍ୟ କରିଥିଲୁ। କିନ୍ତୁ ସେଠାରେ ଭାଇର ମୃତ୍ୟୁ ହୋଇଗଲା। ମୃତଦେହ ମଧ୍ୟ ଘରକୁ ଫେରି ପାରୁ ନାହିଁ। ସେ କାମ କରୁଥିବା କାରଖାନା ମାଲିକ ୨ଲକ୍ଷ ଟଙ୍କା ଜମାକଲେ ଯାଇ ମୃତଦେହ ଫେରାଇବାକୁ କହୁଛନ୍ତି। ଗରିବ ଲୋକ, ଏବେ କେଉଁଠୁ ୨ଲକ୍ଷ ଟଙ୍କା ପାଇବୁ ବୋଲି ନିର୍ମଳ କହିଛନ୍ତି। ସେହିପରି କମଳଙ୍କ ଆଉଜଣେ ସମ୍ପର୍କୀୟ ମାଗୀ ସାଗର କହିଛନ୍ତି, ଭଣଜା କମଳ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜୀବନ ଚାଲିଗଲା। ମୃତଦେହ ଘରକୁ ଫେରିଲେ ଅନ୍ତତଃପକ୍ଷେ ଶେଷଦର୍ଶନ କରିପାରିବୁ ବୋଲି ମାଗୀ କହିଛନ୍ତି। ଆଉଜଣେ ସମ୍ପର୍କୀୟ ଶ୍ରୀମତୀ ଗୁରୁ କହିଛନ୍ତି, ନିଜ ଗୋଡ଼ରେ ଛିଡ଼ା ହେବି କହି କମଳ ତାମିଲନାଡ଼ୁ ଯାଇଥିଲେ। ହେଲେ କ’ଣ ହେଲା ଯେ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା, ଆମେ ଜାଣିପାରୁ ନାହୁଁ। ୨ଲକ୍ଷ ଟଙ୍କା ଦେଲେ ଯାଇ କମ୍ପାନୀବାଲା ମୃତଦେହ ଛାଡ଼ିବୁ କହୁଛନ୍ତି। ଏତେ ଟଙ୍କା କେଉଁଠୁ ପାଇବୁ। ସରକାର ଘରକୁ ମୃତଦେହ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରୁଛୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?