ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ସେମାନଙ୍କ ପ୍ରତି ନିର୍ଯାତନା ଥମୁ ନାହିଁ। ଅଧିକ ପାରିଶ୍ରମିକ ପ୍ରଲୋଭନରେ ପଡ଼ି ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ପାରିଶ୍ରମିକ ବଦଳରେ ଶାରୀରିକ, ମାନସିକ ନିର୍ଯାତନା ମିଳୁଛି ତ ଆଉକେବେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ କାରଖାନା ମାଲିକଙ୍କ ପାଖରେ ସେମାନଙ୍କୁ ବନ୍ଧା ପଡ଼ିବାକୁ ପଡୁଛି। ଏଭଳି ଦାଦନ ଦୁଃଖ ନେଇ ଶନିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜିଲାର ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଅଞ୍ଚଳରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ଶୁକ୍ରବାର ମୃତ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଘରକୁ ଫେରାଇବା ପାଇଁ ଏକ ନିର୍ଦ୍ଦିଷ୍ଟ କାରଖାନା ମାଲିକ ୨ଲକ୍ଷଟଙ୍କା ଦାବି କରିଛନ୍ତି ଏବଂ ଏପର୍ଯ୍ୟନ୍ତ ସେଠାରୁ ମୃତଦେହକୁ ଅଣାଯାଇ ନ ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଅନ୍ୟପଟେ ମୃତ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଘରକୁ ଆଣିବା ପାଇଁ ମୃତକଙ୍କ ପରିବାର ଲୋକେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ମେଲଛାମୁଣ୍ଡା ନିବାସୀ ମକରାମ ମହାନନ୍ଦଙ୍କ ଭାଇ କମଳ(୩୦)ଙ୍କ ସମେତ ଶିବୁ ଭୋଇ ଏବଂ ସାନ ଭରାସାଗର ପ୍ରାୟ ୨ବର୍ଷ ତଳୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଛନ୍ତି। ଏହି ରାଜ୍ୟର କୋଏମ୍ବାଟୁର ଅଧୀନ କାରୁମାଥାମ୍ପାଟି ନିକଟ ସେଲମବରାୟମପାଲାୟମସ୍ଥିତ ଏକ ହଳଦୀ କମ୍ପାନୀରେ କାମ କରୁଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ କମଳଙ୍କ ମୃତ୍ୟୁ ହୋଇଥିବା ନେଇ ଶିବୁ ଓ ସାନ ତାଙ୍କ ପରିବାର ଲୋକଙ୍କୁ ଫୋନରେ ସୂଚନା ଦେଇଥିଲେ। ଅନ୍ୟପଟେ ୨ଲକ୍ଷ ଟଙ୍କା ଜମାକଲେ ଯାଇ କମଳଙ୍କ ମୃତଦେହ ଛାଡ଼ିବା ପାଇଁ କହୁଛନ୍ତି। ଏହା ଜାଣିବା ପରେ ପରିବାର ଲୋକଙ୍କ ଆହୁରି ଦୁଃଖ ବଢ଼ାଇ ଦେଇଛି।
ମୃତକଙ୍କ ଭାଇ ନିର୍ମଳ କହିଛନ୍ତି, ଦି ପଇସା ରୋଜଗାର କରିବା ପାଇଁ କମଳ ତାମିଲନାଡ଼ୁ ଯାଇଥିଲା। କିଛି ରୋଜଗାର କରି ସେ ଘରକୁ ଫେରିବ ବୋଲି ଆଶା ମଧ୍ୟ କରିଥିଲୁ। କିନ୍ତୁ ସେଠାରେ ଭାଇର ମୃତ୍ୟୁ ହୋଇଗଲା। ମୃତଦେହ ମଧ୍ୟ ଘରକୁ ଫେରି ପାରୁ ନାହିଁ। ସେ କାମ କରୁଥିବା କାରଖାନା ମାଲିକ ୨ଲକ୍ଷ ଟଙ୍କା ଜମାକଲେ ଯାଇ ମୃତଦେହ ଫେରାଇବାକୁ କହୁଛନ୍ତି। ଗରିବ ଲୋକ, ଏବେ କେଉଁଠୁ ୨ଲକ୍ଷ ଟଙ୍କା ପାଇବୁ ବୋଲି ନିର୍ମଳ କହିଛନ୍ତି। ସେହିପରି କମଳଙ୍କ ଆଉଜଣେ ସମ୍ପର୍କୀୟ ମାଗୀ ସାଗର କହିଛନ୍ତି, ଭଣଜା କମଳ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଜୀବନ ଚାଲିଗଲା। ମୃତଦେହ ଘରକୁ ଫେରିଲେ ଅନ୍ତତଃପକ୍ଷେ ଶେଷଦର୍ଶନ କରିପାରିବୁ ବୋଲି ମାଗୀ କହିଛନ୍ତି। ଆଉଜଣେ ସମ୍ପର୍କୀୟ ଶ୍ରୀମତୀ ଗୁରୁ କହିଛନ୍ତି, ନିଜ ଗୋଡ଼ରେ ଛିଡ଼ା ହେବି କହି କମଳ ତାମିଲନାଡ଼ୁ ଯାଇଥିଲେ। ହେଲେ କ’ଣ ହେଲା ଯେ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା, ଆମେ ଜାଣିପାରୁ ନାହୁଁ। ୨ଲକ୍ଷ ଟଙ୍କା ଦେଲେ ଯାଇ କମ୍ପାନୀବାଲା ମୃତଦେହ ଛାଡ଼ିବୁ କହୁଛନ୍ତି। ଏତେ ଟଙ୍କା କେଉଁଠୁ ପାଇବୁ। ସରକାର ଘରକୁ ମୃତଦେହ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରୁଛୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ଅଧରାତିରେ ଭାରତରେ ଭୂକମ୍ପ ଝଟ୍‌କା: ୨ ରାଜ୍ୟକୁ ଦୋହଲାଇଦେଲା…

ନୂଆଦିଲ୍‌ଲୀ,୪।୧୦: ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ…

୧୦ରେ ସିଜେପିର ଦିଲ୍ଲୀ ବିକ୍ଷୋଭ

ନୂଆଦିଲ୍ଲୀ,୪ା୧୦(ପି.ଟି.): ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଯଦି ଇସ୍ତଫା ନ ଦିଅନ୍ତି, କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ…

‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ!

ନୂଆଦିଲ୍ଲୀ, ୪।୧୦: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା…

ଇଣ୍ଡି ମେଣ୍ଟରେ ସାମିଲ ହେଲା ଟିଭିକେ

ଚେନ୍ନାଇ, ୪।୧୦: ଅଭିନେତା-ରାଜନେତା ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କାଜଗମ’ (ଟିଭିକେ) ଦଳ ଇଣ୍ଡି ମେଣ୍ଟରେ ସିଇସିଙ୍କ ଇସ୍ତଫା ଦାବି ଅଭିଯାନରେ ସାମିଲ ହୋଇଛି ବୋଲି ଶନିବାର…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?