ପରିବେଶ ସୁରକ୍ଷା ବର୍ତ୍ତମାନ ସମୟରେ ବହୁ ଜରୁରୀ। ପରିବେଶ ପରିବର୍ତ୍ତନ ପାଇଁ ବରଫ ତରଳିବାଠାରୁ ଆରମ୍ଭ କରି ବହୁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି। ଏଭଳି ବିପର୍ଯ୍ୟୟ ପ୍ରକୃତି ଉପରେ ପ୍ରଭାବ ପକାଉଛି। ଆମକୁ ପରିବେଶ ସୁରକ୍ଷା ପାଇଁ କାମ କରିବାକୁ ପଡ଼ିବ। ମାଟି, ଜଳ ଓ ପବନ ପ୍ରଦୂଷିତ ହୋଇଗଲାଣି। ସେଥିପାଇଁ ବିଭିନ୍ନ ପ୍ରକାରର ରୋଗ ହେଉଛି। ସୁରକ୍ଷିତ ପରିବେଶ ପାଇଁ ଆମକୁ ଅନେକ କିଛି ତ୍ୟାଗ କରିବାକୁ ପଡ଼ିବ।
ସିଦ୍ଧାନ୍ତ ମହାପାତ୍ର
ଚଳଚ୍ଚିତ୍ର ଅଭିନେତା
ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ ଜରୁରୀ
ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ହିଁ ସମ୍ପଦ। ଆମେ ସେତେବେଳେ ସୁରକ୍ଷିତ ରହିବା, ଯେତେବେଳେ ଆମର ପରିବେଶ ସୁରକ୍ଷିତ ରହିବ। ତେଣୁ ସମସ୍ତଙ୍କୁ ଅନୁରୋଧ କରିବି କି, ଗଛ କାଟିବା ବନ୍ଦ କରନ୍ତୁ। ପରିବେଶକୁ ସୁରକ୍ଷିତ ରଖନ୍ତୁ। ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ରତିଦିନ ଚାରା ରୋପଣ କରନ୍ତୁ, ଯାହାଦ୍ୱାରା ଆମେ ଏବଂ ଆମର ଆଗାମୀ ପିଢ଼ି ଉପକୃତ ହେବେ।
ରାଲି ନନ୍ଦ
ଚଳଚ୍ଚିତ୍ର ଅଭିନେତ୍ରୀ
ପ୍ରତିଟି ଗଛ ଗୋଟିଏ ଜୀବନ
ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ହେବା ସହ ମାନସିକସ୍ତରରେ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ। କେବଳ ରିଲ୍ସ କି ଷ୍ଟାଟସ୍ ମାଧ୍ୟମରେ ପରିବେଶକୁ ସୁରକ୍ଷିତ ରଖିପାରିବା ନାହିଁ, ବରଂ ରିୟଲ ଦୁନିଆରେ ଏଥିଲାଗି ପ୍ରୟାସ କରିବାକୁ ପଡ଼ିବ। ପରିବେଶ ନ ବଞ୍ଚତ୍ଲେ ଜଳବାୟୁ ସନ୍ତୁଳନ କରିହେବ ନାହିଁ। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେବ। ପଲିଥିନ୍ ଓ ପ୍ଲାଷ୍ଟିକ ମଧ୍ୟ ପରିବେଶକୁ ନଷ୍ଟ କରୁଛି। ପ୍ରତିଟି ଗଛ ଗୋଟିଏ ଜୀବନ। ତେଣୁ ସମସ୍ତେ ବୃକ୍ଷରୋପଣ ଦିଗରେ ଧ୍ୟାନ ଦେବା ଜରୁରୀ।
ଅଭିଲିପ୍ସା ପଣ୍ଡା ଛାତ୍ରୀ, ଜଟଣୀ ଡିଗ୍ରୀ କଲେଜ
ଜଙ୍ଗଲ କଟା ଓ ଗାଡ଼ି ଯୋଗୁ ଅଧିକ ପ୍ରଦୂଷଣ ହେଉଛି
ଶିଳ୍ପ ପାଇଁ ବହୁ ଜଙ୍ଗଲ କଟାଯାଉଛି। ଗଛ ନ କାଟି ଫାଙ୍କା ଥିବା ସ୍ଥାନରେ କଳକାରଖାନା ନିର୍ମାଣ କରାଯାଉ। ଗଛ ପାଇଁ ଅମ୍ଳଜାନର ପରିମାଣ କମୁଛି, ଯାହା ଆଗକୁ ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ହେବ। ପେଟ୍ରୋଲ ଗାଡ଼ି ପାଇଁ ପରିବେଶ ପ୍ରଦୂଷିତ ହେଉଛି। ତେଣୁ ଇଭି ଗାଡି ବ୍ୟବହାର କରିବା ଦରକାର। ପ୍ଲାଷ୍ଟିକ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବା। ପ୍ରଦୂଷିତ ପରିବେଶରେ ଆମେ ବଞ୍ଚିବା କଷ୍ଟକର ହୋଇଯାଉଛି।
ଅଂଶୁମାନ ତ୍ରିପାଠୀ
ଛାତ୍ର, ପ୍ରାଣନାଥ ସ୍ବୟଂଶାସିତ କଲେଜ, ଖୋର୍ଦ୍ଧା
Dharitri – Odisha’s No.1 Odia Daily

