ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ବିଦ୍ୟୁତ୍‌ କୁମାର ପାଣିଗ୍ରାହୀ, ସମ୍ପାଦକ ଭାବେ ଅର୍ଜୁନ କୁମାର ରାଉଳ, ସହ ସମ୍ପାଦକ ଭାବେ ନୀଳାଞ୍ଚଳ ନାଏକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଡଭୋକେଟ ବାମନ କୁମାର ମିଶ୍ର ସୂଚନା ଦେଇଛନ୍ତି। ପୂର୍ବରୁ ସଭାପତି ଥିବା ସୁଶାନ୍ତ କୁମାର ମହାପାତ୍ର ମୋଟ ୩୯ ଖଣ୍ଡ ଭୋଟ ପାଇଥିବା ବେ ଳେ ତାଙ୍କ ପ୍ରତିଦ୍ବନ୍ଦ୍ୱୀ ଭବାନୀ ପ୍ରସାଦ ଜ୍ୟୋତିଷରାଏ ୧୬ ଖଣ୍ଡ ଭୋଟ ପାଇଥିଲେ। ସମ୍ପାଦକ ଅର୍ଜୁନ କୁମାର ରାଉଳ ୩୪ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରତିଦ୍ବନ୍ଦ୍ୱୀ ଜିତେନ୍ଦ୍ର କୁମାର ମୁଖୀ ୨୧ ଖଣ୍ଡ ଭୋଟ ପାଇଥିଲେ। ଉପସଭାପତି ବିଦ୍ୟୁତ୍‌ କୁମାର ପାଣିଗ୍ରାହୀ ୩୩ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଉଗ୍ରସେନ ସେଠୀ ୨୨ ଖଣ୍ଡ ଭୋଟ ପାଇଥିଲେ। ସେହିପରି ସହସମ୍ପାଦକ ଭାବରେ ନୀଳାଞ୍ଚଳ ନାଏକ ୩୦ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରଭାକର କଅଁର ୨୫ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

ମେଣ୍ଢା ଫାର୍ମଠାରେ ୩୦ ଟିକିଆ ହାତୀପଲ: ଲୋକେ ଆତଙ୍କିତ

ବଲାଙ୍ଗିର,୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ରେଞ୍ଜ ଅନ୍ତର୍ଗତ ଦେଓଗାଁ ବଙ୍ଗଳା ମେଣ୍ଢା ଫାର୍ମଠାରେ ଗତରାତିରୁ ୩୦ ଟିକିଆ ହାତୀପଲ ଆସି ଅଛନ୍ତି। ଦେଓଗାଁ ଅଞ୍ଚଳର…

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ରାଜୀବଙ୍କ ଅବଦାନ ଅତୁଳନୀୟ

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri