ଏଣିକି ଏକସଙ୍ଗେ ଗର୍ଭବତୀଙ୍କ ଏଚ୍‌ଆଇଭି, ସିଫିଲ୍ସ ପରୀକ୍ଷଣ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏଣିକି ଗର୍ଭବତୀ ମହିଳାଙ୍କର ଏଚ୍‌ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ ଏକାସଙ୍ଗେ ହୋଇପାରିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ୍‌ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ କିଟ୍‌କୁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଲୋକାର୍ପଣ କରିଛନ୍ତି। ଗର୍ଭବତୀ ମହିଳାଙ୍କର ଗୋଟିଏ ଥର ରକ୍ତ ନମୁନା ସଂଗ୍ରହରେ ଏଚ୍‌ଆଇଭି ଓ ସିଫିଲ୍ସ ପରୀକ୍ଷା କରାଯାଇପାରିବ। ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି କିଟ୍‌କୁ ଲୋକାର୍ପଣ କରାଯାଇଛି।
ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓସାକ୍ସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହକୁ ମନ୍ତ୍ରୀ ଦାସ ଅନ୍‌ଲାଇନରେ ଉଦ୍‌ଘାଟନ କରି କହିଥିଲେ ଯେ, ୨୦୧୦ ସୁଦ୍ଧା ୬ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିଲାବେଳେ ୨୦୧୯ରେ ଏହା ୧୪ଲକ୍ଷରେ ପହଞ୍ଚତ୍ଛି। ଅଧିକ ସଂକ୍ରମଣପ୍ରବଣ ଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ଓ ପ୍ରତିଷେଧକ ବ୍ୟବସ୍ଥା ତଥା ବ୍ୟାବହାରିକ ପରିବର୍ତ୍ତନ ଫଳରେ ଏଚ୍‌ଆଇଭିର ବ୍ୟାପକତା ୨୦୧୦ ଠାରୁ ହ୍ରାସ ପାଇ ୦.୩୧%ରୁ ୨୦୧୯ରେ ଏହା ୦.୧୪ ପ୍ରତିଶତରେ ପହଞ୍ଚତ୍ଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, ସମ୍ପ୍ରତି ଓଡ଼ିଶାରେ ଏଚ୍‌ଆଇଭିର ପ୍ରଭାବ ୦.୧୪% ରହିଛି, ଯାହା ଜାତୀୟ ହାର ୦.୨୨% ଠାରୁ କମ୍‌। ରାଜ୍ୟର ୫୩୧ଟି ନୂତନ ଜନ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୬୩୦ଟି ହେଲ୍‌ଥ ୱେଲନେସ୍‌ କେନ୍ଦ୍ରରେ ବିନା ମୂଲ୍ୟରେ ଏଚ୍‌ଆଇଭି ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ଗୋଟିଏ ପରୀକ୍ଷଣ କିଟ୍‌ ଜରିଆରେ ଗର୍ଭବତୀ ମହିଳାଙ୍କ ଏଚ୍‌ଆଇଭି ଓ ଯୌନ ସଂକ୍ରମଣ ସ୍ଥିତି ନିରୂପଣ କରାଯିବ। ସେ ରେଡ୍‌ରିବନ କ୍ଲବ କୋଅର୍ଡିନେଟରମାନଙ୍କୁ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ। ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସଂଯୁକ୍ତା ସାହୁ ୨୦୩୦ ସୁଦ୍ଧା ଏଡ୍‌ସ ସଂକ୍ରମଣର ମୂଳୋତ୍ପାଟନ ସହ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଡ. ଅଜିତ ମହାନ୍ତି ଯୋଗଦେଇଥିଲେ। ଓସାକ୍ସଠାରେ ଦୁଇଟି ଆଇସି ପ୍ରଚାର ଭ୍ୟାନର ଶୁଭାରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲାରୁ ମଙ୍ଗଳବାରଠାରୁ ସଚେତନତାଧର୍ମୀ ଆଇସି ପ୍ରଚାର ଭ୍ୟାନର ଆରମ୍ଭ କରାଯାଇଛି। ଏହା ୭ଦିନ ଧରି ସଚେତନ କରିବ। ଏହି ଅବସରରେ ଓସାକ୍ସର ଅର୍ଦ୍ଧବାର୍ଷିକ ନ୍ୟୁଜ ଲେଟର ଉନ୍ମୋଚନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri