କଳାରୁ ବଞ୍ଚିତ କଳାକାର

ବଅଁରପାଳ, ୧୭ା୧୨ (ଡି.ଏନ.ଏ.): ମଞ୍ଚଟିଏ ମିଳିଗଲେ ପ୍ରଫୁଲ୍ଲ ହୋଇଉଠେ ମନ। ଆୟର ଉତ୍ସ ଥାଉ କି ନ ଥାଉ ପ୍ରତିଭା ପ୍ରଦର୍ଶନ ପାଇଁ ଆଗେଇ ଆସନ୍ତି କଳାକାର। ହେଲେ ପ୍ରଶାସନିକ ଉଦାସୀନତା କାରଣରୁ ହେଉ ଅବା ଅନ୍ୟ କିଛି, ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଦୀର୍ଘ ବର୍ଷ ହେଲା ହୋଇନାହିଁ ବ୍ଲକ ମହୋତ୍ସବର ଆୟୋଜନ। ଏହାକୁ ନେଇ ମନ କଷ୍ଟରେ ଅଛନ୍ତି ୫ଶହରୁ ଅଧିକ କଳାକାର।

ଅନୁଗୋଳ ଜିଲାର ବଅଁରପାଳ ବ୍ଲକରେ କଳା, ସଂସ୍କୃତିର ବେଶ୍‌ ଆଦର ରହିଛି। ଗଁା ଗଁାରେ ଦଣ୍ଡ, ପାଲା, ଦାସକାଠିଆ, କେନ୍ଦରା, ଯାତ୍ରା, ପାଇକ ଆଖଡ଼ା କଳାକାର ରହିଛନ୍ତି। ବିଶେଷକରି ଦଣ୍ଡ, ବାଦଦଣ୍ଡ ପ୍ରତିଯୋଗିତା ବର୍ଷକ ଯାକ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ। ପର୍ବପର୍ବାଣିକୁ ବାଦ୍‌ ଦେଲେ ଦେବଦେବୀଙ୍କ ବାର୍ଷିକ ଉତ୍ସବ, ମନ୍ଦିର ପ୍ରତିଷ୍ଠା ବେଳେ ମଧ୍ୟ ଏସବୁ କଳା ପ୍ରଦର୍ଶନ ପାଇଁ ମଞ୍ଚ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥାଏ। କେବଳ ଏତିକି ନୁହେଁ ବ୍ଲକ ଅଞ୍ଚଳରେ ଶତାଧିକ ନାମ ସଂକୀର୍ତ୍ତନ ଦଳ ରହିଥିବା ବେଳେ ମହିଳା ଦଳଙ୍କୁ ଜିଲା ବାହାରୁ ମଧ୍ୟ ଡାକାରା ଆସିଥାଏ। ଏହା କଳାକାରଙ୍କ ପାଇଁ ଆୟର ସୁଯୋଗ ସୃଷ୍ଟି କରିଥାଏ। ହେଲେ ବ୍ଲକ ମହୋତ୍ସବ କଳାକାରଙ୍କୁ ରୋଜଗାର ସହ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏହି କାରଣରୁ ବ୍ଲକ ମହୋତ୍ସବର ଆୟୋଜନକୁ କଳାକାରମାନେ ଅତି ଆଗ୍ରହର ସହ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଦୀର୍ଘବର୍ଷ ହେଲା ବଅଁରପାଳ ବ୍ଲକରେ ଏହି ମହୋତ୍ସବର ଆୟୋଜନ କରାଯାଇ ନାହିଁ। କରୋନା ପାଇଁ ୨ ବର୍ଷ ହେଲା ଏ ନେଇ ଦାବି ଉଠି ନ ଥିବାବେଳେ ଚଳିତବର୍ଷ କିନ୍ତୁ ମନ ଊଣା କରୁଛନ୍ତି କଳାକାର। ବ୍ଲକ ପ୍ରଶାସନ ନିକଟରେ ଅର୍ଥର ଅଭାବ ନ ଥିଲେ ମଧ୍ୟ କାହିଁକି ଏହି ମହୋତ୍ସବର ଆୟୋଜନ ଏଯାଏ କରାଯାଉ ନାହିଁ ତାହା ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ। ଏ ସମ୍ପର୍କରେ ବିଡିଓ ଏଲିଜା ମିଶ୍ର କହିଛନ୍ତି, ତାଙ୍କ ଯୋଗଦାନ ପୂର୍ବରୁ କାହିଁକି ବ୍ଲକ ମହୋତ୍ସବ ଆୟୋଜନ ହୋଇ ନ ଥିଲା ସେ ସମ୍ପର୍କରେ ତାଙ୍କ ନିକଟରେ ତଥ୍ୟ ନାହିଁ।

ପ୍ରଶାସନ ବିଚାର କରୁ
ବ୍ଲକ ମହୋତ୍ସବ କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ସୃଷ୍ଟିର ସୁଯୋଗ ଦେବା ସହ କଳା, ସଂସ୍କୃତିକୁ ଅଧିକ ସମୃଦ୍ଧ କରିବ। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ବିଚାର କରିବା ସହ ତ୍ୱରିତ ପଦକ୍ଷେପ ନେଲେ ୫ ଶହରୁ ଅଧିକ କଳାକାର ଉପକୃତ ହୋଇପାରିବେ।
-ବାମଦେବ ସେଠ, ନାମ ସଂକୀର୍ତ୍ତନ କଳାକାର

ରୋଜଗାର ହ୍ରାସ ପାଉଛି
ବଅଁରପାଳ ବ୍ଲକ ଅଞ୍ଚଳରେ ଦଣ୍ଡ ନୃତ୍ୟକୁ ବହୁ ସମ୍ମାନ ମିଳେ। ବ୍ଲକ ମହୋତ୍ସବ ଆୟୋଜନ କରାଗଲେ ଏଠାକାର କଳାକାରଙ୍କ ସମ୍ପର୍କରେ ଲୋକେ ଅଧିକ ଜାଣିପାରନ୍ତେ। ଏହାଦ୍ୱାରା ସେମାନଙ୍କୁ ଅନ୍ୟତ୍ର କଳା ପ୍ରଦର୍ଶନ ପାଇଁ ଡାକରା ଆସନ୍ତା। କିନ୍ତୁ ଏହା ହେଉ ନ ଥିବାରୁ ରୋଜଗାର ହ୍ରାସ ପାଉଛି।
-ଚିନ୍ମୟୀ ସାମଲ, ଦଣ୍ଡ କଳାକାର

ଗ୍ରାମାଞ୍ଚଳ କଳାକାର ଉପେକ୍ଷିତ
ରାଜ୍ୟର ଅନେକ ବ୍ଲକରେ ମହୋତ୍ସବର ଆୟୋଜନ କରାଯାଉଛି। ହେଲେ ବଅଁରପାଳ ପ୍ରଶାସନ ଏ ଦିଗରେ ଆଗ୍ରହ ଦେଖାଉ ନ ଥିବାରୁ ଗ୍ରାମାଞ୍ଚଳର କଳାକାରମାନେ ଉପେକ୍ଷିତ ହେଉଛନ୍ତି। ଅର୍ଥର ଅଭାବ ନ ଥିଲେ ମଧ୍ୟ ଏଠାରେ କଳାକାରମାନଙ୍କୁ ଅବହେଳିତ କରି ରଖାଯାଇଛି।
-ମାନସ କର, ପାଲା ଗାୟକ

ମହୋତ୍ସବ ନିହାତି କରାଯିବା ଆବଶ୍ୟକ
୭ ବର୍ଷ ହେଲା ବ୍ଲକ ମହୋତ୍ସବ ଆୟୋଜନ କରା ନ ଯିବା ଦୁଃଖଦାୟକ। ଏହା ନ ହେବା ଦ୍ୱାରା ବହୁ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରି ନ ପାରି ମନକଷ୍ଟରେ ରହୁଛନ୍ତି। ବ୍ଲକ ପ୍ରଶାସନ ଯଥାଶୀଘ୍ର ମହୋତ୍ସବ କରିବା ଦିଗରେ ପଦକ୍ଷେପ ନେବା ନିହାତି ଆବଶ୍ୟକ।
-ବିଜୟ ନାଥ, ବ୍ଲକ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri