‘ମୀନାକ୍ଷୀ ମନ୍ଦିର’ରେ ବସିବେ ମା’

ଅନୁଗୋଳ ଅଫିସ, ୨୩ା୯:ନୂତନ ଅନୁଷ୍ଠାନ ହୋଇଥିଲେ ବି ଏଥର ପୂଜା ହେବ ନିଆରା। ଏଥିପାଇଁ ପ୍ରସ୍ତୁତି ଚଳାଇଛି ଅନୁଗୋଳ ରାଣୀଗୁଡ଼ା ଷ୍ଟେଶନ ବଜାର ମା’ ଦୁର୍ଗା ପୂଜା ଟ୍ରଷ୍ଟ। ଚଳିତବର୍ଷ ୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ଟ୍ରଷ୍ଟ ପକ୍ଷରୁ ଦକ୍ଷିଣ ଭାରତର ମୀନାକ୍ଷୀ ମନ୍ଦିର ସଦୃଶ୍ୟ ତୋରଣ ନିର୍ମାଣ କରାଯାଉଛି। ଏହା ସାଙ୍ଗକୁ ଆଖି ଝଲସାଇ ଦେବାଭଳି ଏଲ୍‌ଇଡି ଲାଇଟ୍‌ ଲଗାଯାଉଛି। ପୂଜାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି।
ଦୁର୍ଗା ପୂଜା ଆସିଲେ ରାଣୀଗୁଡ଼ାବାସୀ ସହର ମୁହଁା ହୋଇଥାନ୍ତି। ହେଲେ ୨୦୧୮ରୁ ରାଣୀଗୁଡ଼ା ଷ୍ଟେଶନ ବଜାର ମା’ ଦୁର୍ଗା ପୂଜା ଟ୍ରଷ୍ଟ ପକ୍ଷରୁ ଧୁମ୍‌ଧାମରେ ପୂଜା ପାଳନ କରାଯାଉଥିବାରୁ ଅଞ୍ଚଳବାସୀ ଏହାକୁ ଭରପୂର ଉପଭୋଗ କରୁଛନ୍ତି। ଗତ ୨ ବର୍ଷର ପୂଜା କରୋନା ପାଇଁ ମାଡ଼ ଖାଇଯାଇଥିବାରୁ ଏଥର ଏହାକୁ ଅତି ଆଡ଼ମ୍ବରରେ କରିବାକୁ ଯୋଜନା କରାଯାଇଛି। ମୀନାକ୍ଷୀ ମନ୍ଦିର ସଦୃଶ ତୋରଣ ସାଙ୍ଗକୁ ଝିଲିମିଲ ଏଲଇଡି ଆଲୋକ ଖଞ୍ଜାଯାଉଛି।
ମଣ୍ଡପର ଆକର୍ଷଣ ଯେପରି ଦର୍ଶକଙ୍କ ମନଛୁଇଁ ପାରିବ ସେଥିପାଇଁ ସଜସଜ୍ଜା ସାଙ୍ଗକୁ ଆଲୋକୀକରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ଇତିମଧ୍ୟରେ ମୂର୍ତ୍ତି ନିର୍ମାଣ ୮୦ ଭାଗ ଶେଷ ହୋଇସାରିଛି। ପୁରୀରୁ ପଣ୍ଡିତଙ୍କୁ ଡକାଯାଇ ଏଠାରେ ପୂଜା କରାଯିବ। ଷଷ୍ଠୀ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ସହ ସପ୍ତମୀରେ ସ୍ଥାନୀୟ ଶିଶୁଙ୍କ ଦ୍ୱରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଅଷ୍ଟମୀରେ ଶିଶୁ କଳାକାରଙ୍କୁ ନେଇ ପ୍ରତିଯୋଗିତା ଆୟୋଜିତ ହେବ। ମହିଳାମାନଙ୍କ ମଧ୍ୟରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିଯୋଗିତା କରାଯିବ। ନବମୀରେ ଦାଣ୍ଡିଆ ନୃତ୍ୟ ପରିବେଷଣ ଓ ଦଶମୀରେ କଟକର ଏକ ଅନୁଷ୍ଠାନ ଦ୍ୱାରା ମେଲୋଡି ପରିବେଷଣ କରାଯିବ। ତେବେ ଭସାଣିକୁ ଅଧିକ ଆକର୍ଷଣୀୟ କରିବାକୁ ଆତସବାଜୀ ସହ ପୁରୀର ନାଗା ନାଚକୁ ପ୍ରଥମ କରି ଏଥରେ ସାମିଲ କରାଯିବାର ଯୋଜନା ରଖାଯାଇଛି। ସେହିପରି ଭାଙ୍ଗଡ଼ା, ସିଂହ ବାଜା, ଘଣ୍ଟୁଆ, ଲଉଡ଼ି ଆଦିକୁ ଦର୍ଶକମାନେ ଭସାଣିରେ ଦେଖିବାର ସୁଯୋଗ ପାଇପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri