ସନ୍ତୋଷ ଦେବ ସମାନ ସମ୍ମାନ

ଅନୁଗୋଳ ଅଫିସ, ୧୬ା୧୦: ଚୁକ୍ତିଭିତ୍ତିକ ସରକାରୀ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏହା ଅନୁଗୋଳରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ରାଜ୍ୟ ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଦ୍ୱାରା ଜିଲାରେ ଥିବା ପ୍ରାୟ ଦେଢ଼ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ସରକାରୀ ବୋଲି ଗଣତି ହେବେ। ସରକାରୀ କାର୍ଯ୍ୟାଳୟରେ ଓ ନିୟମିତ କର୍ମଚାରୀଙ୍କ ଭଳି ସମାନ କାମ କରୁଥିଲେ ବି ଏହି କର୍ମଚାରୀମାନଙ୍କୁ ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ମିଳୁ ନ ଥିଲା। ଏପରି କି ସମାନ କାମକୁ ସମାନ ଦରମା କି ସମାନ ସମ୍ମାନରୁ ଏମାନେ ବଞ୍ଚିତ ରହୁଥିଲେ। ଏ ନେଇ ଦୀର୍ଘବର୍ଷ ହେଲା ଚୁକ୍ତିଭିତ୍ତିକ ଠକା କର୍ମଚାରୀମାନେ ସ୍ବର ଉତ୍ତୋଳନ କରୁଥିଲେ। ଏପରି କି ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ରାଜଧାନୀ ରାସ୍ତାକୁ ଆସି ଗର୍ଜନ କରୁଥିଲେ। ଅସନ୍ତୋଷକୁ ଦେଖି ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ସ୍ଥାନରେ ଇନିସିଆଲ ଆପଏଣ୍ଟମେଣ୍ଟ ଏମ୍ପ୍ଲୋୟୀ (ପ୍ରାରମ୍ଭିକ ନିଯୁକ୍ତି କର୍ମଚାରୀ) ବୋଲି ଉଲ୍ଲେଖ କରିଥିଲେ। ୫୦ ପ୍ରତିଶତ ଦରମା ମଧ୍ୟ ବଢ଼ାଇଥିଲେ। କିନ୍ତୁ ଏହା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ବଢ଼ୁଥିବା ଆନ୍ଦୋଳନ ଓ ଅସହଯୋଗକୁ ଦେଖି ବିଳମ୍ବରେ ହେଲେ ବି ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ଫଳରେ ଦୀର୍ଘବର୍ଷ ହେଲା ସରକାରୀ କାର୍ଯ୍ୟ କରୁଥିବା ଅନୁଗୋଳ ଜିଲାର ଠିକା ସରକାରୀ କର୍ମଚାରୀ ଏବେ ସରକାରୀ କର୍ମଚାରୀଙ୍କ ଭଳି ସମାନ ସୁବିଧା, ଦରମା ଓ ସମ୍ମାନ ପାଇପାରିବେ। ଏହି ସମାନ ସମ୍ମାନ ସନ୍ତୋଷ ଦେବ ବୋଲି ଜିଲାର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
୨୦୧୩ରୁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ଆରମ୍ଭ କରିଥିଲେ। ଏହି ପ୍ରକ୍ରିୟାରେ ଅନୁଗୋଳ ଜିଲା ଶିକ୍ଷା ବିଭାଗରେ ପାଖାପାଖି ୭୦୦ କର୍ମଚାରୀ, ରାଜସ୍ବ ବିଭାଗରେ ୨୫୦, ସ୍ବାସ୍ଥ୍ୟ ବିଭାଗରେ ୧୫୦, ପୋଲିସ ବିଭାଗରେ ୧୫୦ ଏବଂ ଅନ୍ୟ ବିଭାଗକୁ ମିଶାଇ ପ୍ରାୟ ଦେଢ଼ହଜାର କର୍ମଚାରୀ ନିଯୁକ୍ତି ପାଇଥିଲେ। ଏହାକୁ ବିରୋଧ କରି ୨୦୧୭ରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଦୀର୍ଘ ୫ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ପ୍ରଥା ଉଚ୍ଛେଦ ପାଇଁ ଶନିବାର ଘୋଷଣା କରିଥିବାରୁ ଧନ୍ୟବାଦ ଜଣାଇଛି। ଏହାଦ୍ୱାରା ଅନୁଗୋଳ ଜିଲାର ପ୍ରାୟ ଦେଢ଼ ହଜାର ଚୁକ୍ତିଭିତ୍ତିକ ନିଯୁକ୍ତ କର୍ମଚାରୀଙ୍କ ପରିବାର ଉପକୃତ ହେବେ।
-ନିପୁନ ନିକାଞ୍ଜନ ବିଶ୍ୱାଳ, ଉପସଭାପତି, ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ଅନୁଗୋଳ

ଆନ୍ଦୋଳନ ସଫଳ ହେଲା
୬ ବର୍ଷ ଠିକା ଭାବେ ଚାକିରି କରିବା ପରେ ସରକାର ନିୟମିତ କରୁଥିଲେ। କିନ୍ତୁ ଅନେକ ସମୟରେ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିଲା। ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ ସରକାରୀ ଘୋଷଣାକୁ ସ୍ବାଗତ କରୁଛୁ। ଏବେ ଆମେମାନେ ଠିକାରୁ ସରକାରୀ କର୍ମଚାରୀ ଭାବେ ଗଣତି ହେବୁ। ଏହା ଜାଣି ଖୁସି ଲାଗୁଛି। ରାଜ୍ୟ ସରକାରଙ୍କୁ ସାଧୁବାଦ।
-ନିର୍ମଳ ବେହେରା, ଠିକା ବିତ୍ତ କର୍ମଚାରୀ, ଅନୁଗୋଳ ପୌରପାଳିକା

ଆନନ୍ଦର ଲହରୀ ଖେଳିଯାଇଛି
ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହେବା ଘୋଷଣା ପରେ ଠିକା କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବିଳମ୍ବ ହେଲେ ବି ଦୀର୍ଘଦିନର ଦାବି ପୂରଣ ହୋଇଛି। ରବିବାର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତି ଉପରେ ନଜର ରହିଛି। ଗେଜେଟ୍‌ ବାହାରିବା ପରେ ସମସ୍ତଙ୍କ ମନରେ ଥିବା ଅଳ୍ପ ବହୁତ ଦ୍ୱନ୍ଦ୍ୱ ସମୂର୍ଣ୍ଣ ଭାବେ ଦୂର ହୋଇପାରିବ।
-ଦୁର୍ଗାମାଧବ ପଣ୍ଡା, ଜିଲା ଶିକ୍ଷା ବିଭାଗ କର୍ମଚାରୀ

ଏବେ ସରକାରୀ କର୍ମଚାରୀ ଗଣତି ହେବୁ
ସରକାରୀ କାର୍ଯ୍ୟ କରୁଥିଲେ ବି ଠିକା ନିଯୁକ୍ତି ଯୋଗୁ ଅନେକ ସମୟରେ ମନରେ କଷ୍ଟ ହେଉଥିଲା। ସରକାରୀ ଦପ୍ତରରେ ବସି ମଧ୍ୟ ସରକାରୀ କର୍ମଚାରୀ ଭାବେ ଗଣାଯାଉ ନ ଥିଲୁ। ନିୟମିତ କର୍ମଚାରୀଙ୍କ ପରି ସମାନ କାମ କରୁଥିଲେ ବି ସମାନ ସମ୍ମାନ ମିଳୁ ନ ଥିଲା। ଏହି ପ୍ରଥା ଉଠିବା ପରେ ସରକାରୀ କର୍ମଚାରୀ ଭାବେ ଗଣତି ହେବୁ।
-ଲୀନାରାଣୀ ଗଡ଼ନାୟକ, ଠିକା କର୍ମଚାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅନୁଗୋଳ

ଠିକା କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର
ଦୀପାବଳି ପୂର୍ବରୁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ଉପହାର ଦେଇଥିବା ଭଳି ଲାଗୁଛି। ଏହି ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହେବା ପରେ ଅନୁଗୋଳ ଜିଲାର ଦେଢ଼ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମୁହଁରେ ହସ ଫୁଟିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ଦିଗରେ ଏଣିକି ଏହି କର୍ମଚାରୀମାନେ ଅଧିକ ମନଧ୍ୟାନ ଦେଇ କାର୍ଯ୍ୟ କରିବେ।
-ଲିଲି ଗାଗରାଇ, ଠିକା କର୍ମଚାରୀ, ମହିଳା ଓ ଶିଶୁ ବିକାଶ ବିଭାଗ, ଅନୁଗୋଳ

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri