ସନ୍ତୋଷ ଦେବ ସମାନ ସମ୍ମାନ

ଅନୁଗୋଳ ଅଫିସ, ୧୬ା୧୦: ଚୁକ୍ତିଭିତ୍ତିକ ସରକାରୀ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏହା ଅନୁଗୋଳରେ ଆନନ୍ଦର ଲହରୀ ଖେଳାଇ ଦେଇଛି। ରାଜ୍ୟ ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଦ୍ୱାରା ଜିଲାରେ ଥିବା ପ୍ରାୟ ଦେଢ଼ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ସରକାରୀ ବୋଲି ଗଣତି ହେବେ। ସରକାରୀ କାର୍ଯ୍ୟାଳୟରେ ଓ ନିୟମିତ କର୍ମଚାରୀଙ୍କ ଭଳି ସମାନ କାମ କରୁଥିଲେ ବି ଏହି କର୍ମଚାରୀମାନଙ୍କୁ ଆବଶ୍ୟକ ସରକାରୀ ସୁବିଧା ସୁଯୋଗ ମିଳୁ ନ ଥିଲା। ଏପରି କି ସମାନ କାମକୁ ସମାନ ଦରମା କି ସମାନ ସମ୍ମାନରୁ ଏମାନେ ବଞ୍ଚିତ ରହୁଥିଲେ। ଏ ନେଇ ଦୀର୍ଘବର୍ଷ ହେଲା ଚୁକ୍ତିଭିତ୍ତିକ ଠକା କର୍ମଚାରୀମାନେ ସ୍ବର ଉତ୍ତୋଳନ କରୁଥିଲେ। ଏପରି କି ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ରାଜଧାନୀ ରାସ୍ତାକୁ ଆସି ଗର୍ଜନ କରୁଥିଲେ। ଅସନ୍ତୋଷକୁ ଦେଖି ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ସ୍ଥାନରେ ଇନିସିଆଲ ଆପଏଣ୍ଟମେଣ୍ଟ ଏମ୍ପ୍ଲୋୟୀ (ପ୍ରାରମ୍ଭିକ ନିଯୁକ୍ତି କର୍ମଚାରୀ) ବୋଲି ଉଲ୍ଲେଖ କରିଥିଲେ। ୫୦ ପ୍ରତିଶତ ଦରମା ମଧ୍ୟ ବଢ଼ାଇଥିଲେ। କିନ୍ତୁ ଏହା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ବଢ଼ୁଥିବା ଆନ୍ଦୋଳନ ଓ ଅସହଯୋଗକୁ ଦେଖି ବିଳମ୍ବରେ ହେଲେ ବି ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି। ଫଳରେ ଦୀର୍ଘବର୍ଷ ହେଲା ସରକାରୀ କାର୍ଯ୍ୟ କରୁଥିବା ଅନୁଗୋଳ ଜିଲାର ଠିକା ସରକାରୀ କର୍ମଚାରୀ ଏବେ ସରକାରୀ କର୍ମଚାରୀଙ୍କ ଭଳି ସମାନ ସୁବିଧା, ଦରମା ଓ ସମ୍ମାନ ପାଇପାରିବେ। ଏହି ସମାନ ସମ୍ମାନ ସନ୍ତୋଷ ଦେବ ବୋଲି ଜିଲାର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
୨୦୧୩ରୁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ଆରମ୍ଭ କରିଥିଲେ। ଏହି ପ୍ରକ୍ରିୟାରେ ଅନୁଗୋଳ ଜିଲା ଶିକ୍ଷା ବିଭାଗରେ ପାଖାପାଖି ୭୦୦ କର୍ମଚାରୀ, ରାଜସ୍ବ ବିଭାଗରେ ୨୫୦, ସ୍ବାସ୍ଥ୍ୟ ବିଭାଗରେ ୧୫୦, ପୋଲିସ ବିଭାଗରେ ୧୫୦ ଏବଂ ଅନ୍ୟ ବିଭାଗକୁ ମିଶାଇ ପ୍ରାୟ ଦେଢ଼ହଜାର କର୍ମଚାରୀ ନିଯୁକ୍ତି ପାଇଥିଲେ। ଏହାକୁ ବିରୋଧ କରି ୨୦୧୭ରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଦୀର୍ଘ ୫ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ପ୍ରଥା ଉଚ୍ଛେଦ ପାଇଁ ଶନିବାର ଘୋଷଣା କରିଥିବାରୁ ଧନ୍ୟବାଦ ଜଣାଇଛି। ଏହାଦ୍ୱାରା ଅନୁଗୋଳ ଜିଲାର ପ୍ରାୟ ଦେଢ଼ ହଜାର ଚୁକ୍ତିଭିତ୍ତିକ ନିଯୁକ୍ତ କର୍ମଚାରୀଙ୍କ ପରିବାର ଉପକୃତ ହେବେ।
-ନିପୁନ ନିକାଞ୍ଜନ ବିଶ୍ୱାଳ, ଉପସଭାପତି, ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ, ଅନୁଗୋଳ

ଆନ୍ଦୋଳନ ସଫଳ ହେଲା
୬ ବର୍ଷ ଠିକା ଭାବେ ଚାକିରି କରିବା ପରେ ସରକାର ନିୟମିତ କରୁଥିଲେ। କିନ୍ତୁ ଅନେକ ସମୟରେ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିଲା। ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପାଇଁ ସରକାରୀ ଘୋଷଣାକୁ ସ୍ବାଗତ କରୁଛୁ। ଏବେ ଆମେମାନେ ଠିକାରୁ ସରକାରୀ କର୍ମଚାରୀ ଭାବେ ଗଣତି ହେବୁ। ଏହା ଜାଣି ଖୁସି ଲାଗୁଛି। ରାଜ୍ୟ ସରକାରଙ୍କୁ ସାଧୁବାଦ।
-ନିର୍ମଳ ବେହେରା, ଠିକା ବିତ୍ତ କର୍ମଚାରୀ, ଅନୁଗୋଳ ପୌରପାଳିକା

ଆନନ୍ଦର ଲହରୀ ଖେଳିଯାଇଛି
ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହେବା ଘୋଷଣା ପରେ ଠିକା କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବିଳମ୍ବ ହେଲେ ବି ଦୀର୍ଘଦିନର ଦାବି ପୂରଣ ହୋଇଛି। ରବିବାର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତି ଉପରେ ନଜର ରହିଛି। ଗେଜେଟ୍‌ ବାହାରିବା ପରେ ସମସ୍ତଙ୍କ ମନରେ ଥିବା ଅଳ୍ପ ବହୁତ ଦ୍ୱନ୍ଦ୍ୱ ସମୂର୍ଣ୍ଣ ଭାବେ ଦୂର ହୋଇପାରିବ।
-ଦୁର୍ଗାମାଧବ ପଣ୍ଡା, ଜିଲା ଶିକ୍ଷା ବିଭାଗ କର୍ମଚାରୀ

ଏବେ ସରକାରୀ କର୍ମଚାରୀ ଗଣତି ହେବୁ
ସରକାରୀ କାର୍ଯ୍ୟ କରୁଥିଲେ ବି ଠିକା ନିଯୁକ୍ତି ଯୋଗୁ ଅନେକ ସମୟରେ ମନରେ କଷ୍ଟ ହେଉଥିଲା। ସରକାରୀ ଦପ୍ତରରେ ବସି ମଧ୍ୟ ସରକାରୀ କର୍ମଚାରୀ ଭାବେ ଗଣାଯାଉ ନ ଥିଲୁ। ନିୟମିତ କର୍ମଚାରୀଙ୍କ ପରି ସମାନ କାମ କରୁଥିଲେ ବି ସମାନ ସମ୍ମାନ ମିଳୁ ନ ଥିଲା। ଏହି ପ୍ରଥା ଉଠିବା ପରେ ସରକାରୀ କର୍ମଚାରୀ ଭାବେ ଗଣତି ହେବୁ।
-ଲୀନାରାଣୀ ଗଡ଼ନାୟକ, ଠିକା କର୍ମଚାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅନୁଗୋଳ

ଠିକା କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର
ଦୀପାବଳି ପୂର୍ବରୁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ଉପହାର ଦେଇଥିବା ଭଳି ଲାଗୁଛି। ଏହି ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହେବା ପରେ ଅନୁଗୋଳ ଜିଲାର ଦେଢ଼ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମୁହଁରେ ହସ ଫୁଟିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ଦିଗରେ ଏଣିକି ଏହି କର୍ମଚାରୀମାନେ ଅଧିକ ମନଧ୍ୟାନ ଦେଇ କାର୍ଯ୍ୟ କରିବେ।
-ଲିଲି ଗାଗରାଇ, ଠିକା କର୍ମଚାରୀ, ମହିଳା ଓ ଶିଶୁ ବିକାଶ ବିଭାଗ, ଅନୁଗୋଳ

(ଅମିତ କୁମାର ସାମଲ)


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?