ମିମ୍‌ସାର କାର୍ଯ୍ୟକ୍ଷମ ଆଶା ଉଜ୍ଜୀବିତ

ତାଳଚେର/ ଅନୁଗୋଳ ଅଫିସ,୧୧।୫ – ଅନୁଗୋଳ ଜିଲା ତାଳଚେରଠାରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) ଶୀଘ୍ର କାର୍ଯ୍ୟକ୍ଷମ ଦିଗରେ ଆଶା ଉଜ୍ଜୀବିତ ହୋଇଛି। ମଙ୍ଗଳବାର ତାଳଚେର ବନ୍ଦ ପାଳନ କରୁଥିବା ତାଳଚେର ସୁରକ୍ଷା ମଞ୍ଚ ସହ ଅନୁଷ୍ଠିତ ଏକ ବୈଠକରେ ଜିଲା ପ୍ରଶାସନ ପକ୍ଷରୁ ମିମ୍‌ସାର ପରିଚାଳନା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କୁହାଯାଇଛି। ଏପରି କି କେବଳ ବାର୍ଷିକ ଖର୍ଚ୍ଚ ବହନ ନେଇ ଏମ୍‌ସିଏଲ୍‌ ଲିଖିତ ପ୍ରତିଶ୍ରୁତିକୁ ଅପେକ୍ଷା କରାଯାଇଛି ବୋଲି ପ୍ରଶାସନ କହିବା ପରେ ମିମ୍‌ସାର ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ପ୍ରଶାସନର ଏହି ସୂଚନା ପରେ ତାଳଚେର ବନ୍ଦ ପାଳନ ଅଧାରୁ ପ୍ରତ୍ୟାହୃତ ହୋଇଛି।
ପ୍ରକାଶ ଯେ, ମିମ୍‌ସାର ତୁରନ୍ତ କାର୍ଯ୍ୟକ୍ଷମ, ତାଳଚେର ଷ୍ଟେଶନ ଠାରୁ ଅନୁଗୋଳ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ଏବଂ ତାଳଚେର-ପୁରୀ ପାସେଞ୍ଜରକୁ ଏନ୍‌ଟିପିସି କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଇଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଥିଲେ। ଫଳରେ ଆନ୍ଦୋଳନର ପ୍ରଭାବ ତାଳଚେର କୋଇଲା ଖଣି ଅଞ୍ଚଳ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଦେଖିବାକୁ ମିଳିଥିଲା। କୋଇଲା ଖଣିର ଉତ୍ପାଦନ ବ୍ୟାହତ ହେବା ସହ ପରିବହନ ବାଧାପ୍ରାପ୍ତ ହୋଇଥିଲା। ପରେ ଏ ନେଇ ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ତାଳଚେର ବିଧାୟକ ପ୍ରଧାନ, ଏମ୍‌ସିଏଲ୍‌ ଓ ରେଲ୍‌ଓ୍ବେର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକରେ ଜିଲାପାଳ କହିଥିଲେ ଯେ, ମିମ୍‌ସାର କାର୍ଯ୍ୟକ୍ଷମ ନେଇ ରାଜ୍ୟ ସରକାର ଓ ଏମ୍‌ସିଏଲ୍‌ ମଧ୍ୟରେ ପୂର୍ବରୁ ଆଲୋଚନା ସରିଛି। ଏମ୍‌ସିଏଲ୍‌ ବାର୍ଷିକ ପରିଚାଳନା ବାବଦ ଖର୍ଚ୍ଚ ବହନ ନେଇ ଲିଖିତ ଭାବେ ଜଣାଇବା ପରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏ ନେଇ ସରକାର ପ୍ରସ୍ତୁତ ଥିବା ଜିଲାପାଳ ପ୍ରକାଶ କରିଥିଲେ। ସେହିପରି ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ କହିଛନ୍ତି, ମେଡିକାଲ କଲେଜ ରାଜ୍ୟ ସରକାର ପରିଚାଳନା କରିବେ ବୋଲି ଏମ୍‌ସିଏଲ୍‌ ଓ ଜିଲା ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଯାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ମାଛଧରା ଟ୍ରଲରରେ ଲାଗିଲା ନିଆଁ: ହୁ ହୁ ହୋଇ ଜଳିଗଲା…

ଭଦ୍ରକ, ୨୬। ୬(ସନାତନ ରାଉତ) : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତରଗତ ଧାମରା ମଧ୍ୟ ପୋତାଶ୍ରୟ ମଧ୍ୟରେ ଏକ ମାଛଧରା ଟ୍ରଲର ନିଆଁ ଲାଗି ଜଳିଯାଇଛି।…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri