ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଲୋକମାନେ ପସନ୍ଦ କରନ୍ତି। ଦିନକୁ ଦିନ ଭାରତୀୟ ଲୋକଙ୍କ ମଧ୍ୟରେ ବିଦେଶ ଭ୍ରମଣ ଆକାଂକ୍ଷା ବଢ଼ୁଛି। ହେଲେ ଜାଣିଛନ୍ତି କି, ଭାରତରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବିନା ଇନର ଲାଇନ ପରମିଟରେ ଆପଣ ସେଠାକୁ ଯାଇପାରିବେନି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନକୁ ଯିବା ପାଇଁ ଭିଜା ଲାଗିଥାଏ।


ଅରୁଣାଚଳ ପ୍ରଦେଶ: ପାର୍ବତ୍ୟାଞ୍ଚଳ ଅରୁଣାଚଳ ପ୍ରଦେଶ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଅବସ୍ଥିତ। ଏହାର ପଶ୍ଚିମରେ ଭୁଟାନ, ପୂର୍ବରେ ମ୍ୟାନ୍‌ମାର ଓ ଉତ୍ତରରେ ଚାଇନା ସହ ଅନ୍ତର୍ଜାତୀୟ ସୀମା ଲାଗି ରହିଛି। ଦେଶର ଅନ୍ୟ ରାଜ୍ୟରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଇନର ଲାଇନ ପରମିଟ ଅପରିହାର୍ଯ୍ୟ। ଏହି ପରମିଟ ବା ଭିଜା ସେଠାକାର ରେଜିଡେଣ୍ଟ କମିଶନରଙ୍କଠାରୁ ନେବାକୁ ପଡ଼ିଥାଏ। ଆଉ ଏହି ପରମିଟ ପାଇଁ କୋଲକାତା, ନୂଆଦିଲ୍ଲୀ, ଶିଲଂ ଓ ଗୁଆହାଟୀରେ ଥିବା କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡ଼ିଥାଏ। ଅନ୍‌ଲାଇନ୍‌ରେ ମଧ୍ୟ ଲୋକେ ଆବେଦନ କରିପାରିବେ। ଏଠାକୁ ବୁଲି ଆସିବା ପାଇଁ ଲୋକଙ୍କ ପରିଚୟପତ୍ର ନିହାତି ଜରୁରୀ। ଯେପରିକି ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ବା ଭୋଟର କାର୍ଡ ଏବଂ ପାସ୍‌ପୋର୍ଟ ସାଇଜ୍‌ ଫଟୋ।


ମିଜୋରାମ: ମିଜୋରାମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପାହାଡ଼କୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଠାରେ ବହୁ ଜନଜାତି ବାସ କରନ୍ତି। ଏହି ରାଜ୍ୟ ବାଂଲାଦେଶ ଓ ମ୍ୟାନ୍‌ମାରର ଅନ୍ତର୍ଜାତୀୟ ସୀମା ସହ ସଂଯୁକ୍ତ। ମିଜୋରାମରେ ପ୍ରବେଶ କରିବା ପାଇଁ ଇନର ଲାଇନ ପରମିଟ ଆବଶ୍ୟକ ପଡ଼ିଥାଏ। ଏହି ପରମିଟ ମିଜୋରାମ ସରକାରଙ୍କ ସମ୍ପର୍କ ଅଧିକାରୀ ଦେଇଥାନ୍ତି। ପରମିଟ ପାଇଁ ଲୋକମାନେ କୋଲକାତା, ସିଲଚର, ଶିଲଂ, ଗୁଆହାଟୀ ଓ ନୂଆଦିଲ୍ଲୀରେ ଥିବା କାର୍ଯ୍ୟାଳୟକୁ ଆବେଦନ କରିବାକୁ ପଡ଼ିଥାଏ। ବିମାନ ପର୍ଯ୍ୟଟକଙ୍କୁ ଲେଙ୍ଗପୁଇ ବିମାନବନ୍ଦର ଓ ଆଇଜଲରେ ପହଞ୍ଚିବା ପରେ ସୁରକ୍ଷା ଅଧିକାରୀଙ୍କଠାରୁ ପାସ୍‌ ନେବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ସାଙ୍ଗରେ ପରିଚୟ ପତ୍ରର ଜେରକ୍ସ ଓ ୪ଟି ପାସ୍‌ପୋର୍ଟ ଫଟୋ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।


ନାଗାଲାଣ୍ଡ: ନାଗାଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ଲୋକମାନେ ଭାବବିହ୍ବଳ ହୋଇଯାଆନ୍ତି। ଏଠାରେ ୧୬ଟି ରୀତିନୀତି ସହ ସ୍ବତନ୍ତ୍ର ଭାଷା ଓ ବେଶଭୂଷା ରହିଛି। ନାଗାଲାଣ୍ଡର ପୂର୍ବରେ ମ୍ୟାନ୍‌ମାର ସହ ଅନ୍ତର୍ଜାତୀୟ ସୀମା ଲାଗିରହିଛି। ତେବେ ପର୍ଯ୍ୟଟକଙ୍କୁ ନାଗାଲାଣ୍ଡ ପରିଭ୍ରମଣ ପାଇଁ ଇନର ଲାଇନ ପରମିଟ ବା ଭିଜାର ଆବଶ୍ୟକତା ପଡ଼ିଥାଏ। ଭିଜା ଆବେଦନ ଦିମାପୁର, କୋହିମା, ମୋକୋକଚୁଙ୍ଗ, ନୂଆଦିଲ୍ଲୀ, କୋଲକାତା ଓ ଶିଲଂର ଡେପୁଟି କମିଶନରଙ୍କୁଠାରୁ ପ୍ରାପ୍ତ କରିପାରିବେ। ଅନ୍‌ଲାଇନରେ ମଧ୍ୟ ଏହାକୁ ଆବେଦନ କରିପାରିବେ। ନାଗାଲାଣ୍ଡକୁ ଆସିବା ପାଇଁ ପର୍ଯ୍ୟଟକଙ୍କୁ ପାନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଓ ପାସ୍‌ପୋର୍ଟ ଫଟୋ ଆଣିବା ବାଧ୍ୟତାମୂଳକ।


ଲଦାଖ: ଲଦାଖ ପରିଭ୍ରମଣ ଅତି ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଏ। କାରଣ ଏହାର ସୀମା ପାକିସ୍ତାନ ଓ ଚାଇନାକୁ ଲାଗିଛି। କିନ୍ତୁ ଏହାର ସବୁ ସ୍ଥାନକୁ ଯିବାପାଇଁ ଅନୁମତି ଦିଆଯାଏ ନାହିଁ। ଦାହ, ହନୁ ବିଲେଜ, ମରକ, ନ୍ୟୋମା, ଲୋମା ବେଣ୍ଡ, ଖାରଦୁଙ୍ଗ ଲା ଆଦି ଜାଗାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ। ଉକ୍ତ ସ୍ଥାନକୁ ଯିବା ପାଇଁ ହେଲେ ସହରର ଡିସି କାର୍ଯ୍ୟାଳୟରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇନର ଲାଇନ ପରମିଟ ନେବାକୁ ପଡ଼ିଥାଏ। କିନ୍ତୁ ଆବେଦନ ଫର୍ମକୁ ଦ୍ୱିପହର ୩ଟା ପୂର୍ବରୁ ଜମା କରିବାକୁ ପଡ଼ିଥାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ଦେଶର ନାଗରିକ ବୋଲି ସବୁ କାଗଜପତ୍ରର ଜେରକ୍ସ ସହ ଫଟୋ ପରିଚୟ ପତ୍ରର ଆବଶ୍ୟକତା ପଡ଼ିଥାଏ।


ସିକ୍କିମ: ସେହିପରି ସିକ୍କିମର ଉତ୍ତରରେ ଚାଇନା, ପୂର୍ବରେ ଭୁଟାନ ଓ ପଶ୍ଚିମରେ ନେପାଳ ରହିଛି। ସିକ୍କିମ ରାଜ୍ୟର କିଛି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ନାହିଁ। ସେହିପରି ଜଣେ ଭାରତୀୟ ନାଗରିକ ଭାବରେ ଲାଚୁଙ୍ଗ, ତସମୋଗ ହ୍ରଦ, ନାଥୁଲା, ଯୁମଥାଙ୍ଗ ଆଦି ଅନେକ ସ୍ଥାନକୁ ଯିବାକୁ ହେଲେ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ରାଜ୍ୟର ପର୍ଯ୍ୟଟନ ଓ ନାଗରିକ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ। ପର୍ଯ୍ୟଟକମାନେ ଏହାକୁ ବାଗଡୋଗରା ବିମାନବନ୍ଦର କିମ୍ବା ରଙ୍ଗପୋ ଚେକ ପୋଷ୍ଟରୁ ଆଣିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ଫଟୋ ପରିଚୟ ପତ୍ର , ଭୋଟର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri