କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ ଅନୁପ୍ରବେଶ କରିଥିବା ଦେଖିବାକୁ ମିଳିଛି।

ପଞ୍ଚାୟତ କାର୍ଯ୍ୟାଳୟରୁ ଜଗନ୍ନାଥ ମନ୍ଦିର, ଆଶ୍ରମ ବିଦ୍ୟାଳୟ, ବସ୍‌ଷ୍ଟାଣ୍ଡ ଗୃହ ପରିଦର୍ଶନ କରି ପଞ୍ଚାୟତ ସଦର ମହକୁମାସ୍ଥିତ ସମସ୍ତ ସାହିବାସୀଙ୍କୁ ସାକ୍ଷାତ କରି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ। ଏହା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆନ୍ଧ୍ର ରାଜ୍ୟର ସାଲୁର୍‌ ବ୍ଲକ ସ୍ବତନ୍ତ୍ର ଅଧିକାରୀ ପ୍ରସାଦ, ଏମ୍‌ପିଡିଓ(ବିଡିଓ) ଜି.ପାର୍ବତୀ ଓ ଅନ୍ୟ କର୍ମଚାରୀ ମଶା ଦାଉରୁ ଦୂରେଇ ରହିବା ସହ ମ୍ୟାଲେରିଆ ସମ୍ପର୍କରେ ସୀମାନ୍ତବାସୀଙ୍କୁ ବୁଝାଇଛନ୍ତି। ଅଧିକାରୀମାନେ ଉପରସେମ୍ବି, ଗଞ୍ଜେଇ ପଦର ଆଦି ଗ୍ରାମ ପରିଦର୍ଶନ କରି ଅନୁରୂପ କାର୍ଯ୍ୟକ୍ରମ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। କୋଟିଆ ପଞ୍ଚାୟତ ସଦର ମହକୁମା ସହ ଏହି ଗ୍ରାମଗୁଡିକର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ।

ଓଡ଼ିଶାର ପ୍ରଶାସନିକ ଅଧିକାରୀ, ସ୍ବତନ୍ତ୍ର ନିଯୁକ୍ତି ପାଇଥିବା ଅଧିକାରୀ କୋଟିଆ ପଞ୍ଚାୟତକୁ ଗସ୍ତ କରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସୀମାନ୍ତବାସୀଙ୍କ ନିକଟରେ ପହଞ୍ଚାଇବା ନେଇ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ପଡୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପଡୁ ନ ଥିବା ଜଣାପଡ଼ିଛି।

ସୀମାନ୍ତ ଡେରିଡିବାଲସା, ତାଡିବାଲସା, ଫଗୁଣସିନେରୀ ଓ ଫାଟୁସିନେରୀ ଆଦି ଗ୍ରାମଗୁଡ଼ିକରେ ଚଳିତ ଆର୍ଥିକବର୍ଷରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଇପାରିବା ନେଇ ଗ୍ରାମବାସୀଙ୍କ ସହ ବିଡିଓ ପାର୍ବତୀ ଆଲୋଚନା କରିଛନ୍ତି। ଏପରିକି ତୁରନ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

କୋଟିଆ ପଞ୍ଚାୟତକୁ ୨ ରାଜ୍ୟର ପ୍ରଶାସନିକ ଅଧିକାରୀ ବାରମ୍ବାର ଗସ୍ତ କରୁଛନ୍ତି। ପଞ୍ଚାୟତବାସୀ ୨ ରାଜ୍ୟର ବିବାଦରେ ଲାଭ ଉଠାଇ ଚାଲିଥିବା ମନୋଭାବ ରଖି ଚୁପ ରହୁଥିବା ଭଳି ଅନୁଭବ ହେଉଛି। ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ସୀମାନ୍ତ ଛାତ୍ରୀଛାତ୍ର ଆଞ୍ଚଳିକ ଭାଷା କୁଈ ଭାଷାରେ ପାଠ ପଢିବା ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପଢେବା ପାଇଁ ଶିକ୍ଷକ ନିଯୁକ୍ତି କରାଯାଇଥିଲେ ସୁଦ୍ଧା ଏଥିରେ କୌଣସି ସୁଫଳ ମିଳିପାରୁନାହିଁ।

ଏହାର ଲାଭ ପଡୋଶୀ ଆନ୍ଧ୍ରର ଶିକ୍ଷା ବିଭାଗ ଉଠାଇ ଚାଲିଛି। ଏହି ସମ୍ପର୍କରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ପଚାରିବାରୁ ଘଟଣା ବାବଦରେ ତଦନ୍ତ କରାଯିବ ବୋଲି କହିଛନ୍ତି। ପଞ୍ଚାୟତ ପାଇଁ ନିଯୁକ୍ତି ପାଇଥିବା ସ୍ବତନ୍ତ୍ର ଅଧିକାରୀ ସୌରଭ ଦାଶ ଏନେଇ ବିଡିଓ, ତହସିଲଦାର କହିପାରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?