ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ବଜ୍ରପାତରେ ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡା ପଞ୍ଚାୟତ ବଜ୍ରଗୁମ୍ମା ଗ୍ରାମର ଭାଗିରଥି ଗୌଡ଼ଙ୍କ ୨ଟି ମଇଁଷି ମୃତ୍ୟୁବରଣ କରିଥିବା ଜଣାପଡିଛି । ଭାଗିରଥି ମଇଁଷିଙ୍କୁ ଚରାଇବାକୁ ଗାଁ ନିକଟସ୍ଥ ବାହୁଦା ନଦୀତଟକୁ ନେଇଥିଲେ । ସେତିକିବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା।

ବଜ୍ରପାତରେ ୨ଟି ମଇଁଷି ଟଳି ପଡ଼ିଥିଲେ। ଖବରପାଇ ଭ୍ରମରପୁର ଲାଇଭଷ୍ଟକ ଇନ୍ସପେକ୍ଟର ବାଳକୃଷ୍ଣ ପ୍ରଧାନ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ସୋମବାର ମୃତ ମଇଁଷି ଦ୍ୱୟର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

ଭାଗିରଥି ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଗ୍ରାମର ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଏବଂ ଗ୍ରାମବାସୀ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଭୀଷଣ ପବନ ସାଙ୍ଗକୁ କାଳବୈଶାଖୀର ତାଣ୍ଡବ ଯୋଗୁ ଚାଳ ଓ ଟିଣ ଘର ଉଡ଼ିଯାଇଛି। ଏପରିକି ରାସ୍ତା କଡରେ ଥିବା ଗଛ ଉପୁଡ଼ି ପଡ଼ିବା ସହ ଗଛ ଡାଳ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମେଶିିନ ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ଏପରିକି କୁଆପଥର ମାଡରେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ବେଳେ ଆମ୍ବ ଝଡି ପଡ଼ିଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଗତ ମାର୍ଚ୍ଚ ୨୬ ତାରିଖରେ ଭ୍ରମରପୁର ନିକଟ ଚୈତନ୍ୟପୁର ଚାଷ ଜମିରେ ବଜ୍ରପାତ ହେବାରୁ ଭ୍ରମରପୁର ଗ୍ରାମର ସନିଆ ସାହୁଙ୍କ ଗୋଟିଏ ବଳଦ ଏବଂ ଏକ ଷଣ୍ଢର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri