ବୈଷ୍ଣବ ପୋଖରୀ ପୁନରୁଦ୍ଧାର ମାମଲାର ରାୟ: ‘ଏପ୍ରିଲ ସୁଦ୍ଧା ମାଟି ଉଠା କାର୍ଯ୍ୟ ସାର’

ଢେଙ୍କାନାଳ ଅଫିସ, ୨୭।୯-ଐତିହ୍ୟସମ୍ପନ୍ନ ବୈଷ୍ଣବ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଦାଲତ। ୨୦୨୦ ଏପ୍ରିଲ ସୁଦ୍ଧା ମାଟିଉଠା କାର୍ଯ୍ୟ ଶେଷ କରିବା ସହ ପୋଖରୀର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୌରାଞ୍ଚଳ ଅଧୀନ ୨୨ନଂ. ୱାର୍ଡରେ ଥିବା ପ୍ରାଚୀନ ବୈଷ୍ଣବ ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଭାବେ ପୋତି ହୋଇଯାଇଛି। ନିକଟରେ ଶ୍ମଶାନ ଥିବାରୁ ଏହି ପୋଖରୀକୁ ଶୁଦ୍ଧି କାମରେ ବ୍ୟବହାର କରାଯାଉଥିଲା। ହେଲେ ପୋଖରୀ ଏବେ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅଞ୍ଚଳବାସୀଙ୍କ ସମେତ ଜୀବଜନ୍ତୁ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ସୁଫଳ ମିଳିଲାନାହିଁ। ଫଳରେ ଆଇନଜୀବୀ ପୁଷ୍ପକ ତ୍ରିପାଠୀ ଜିଲା ଆଇନସେବା ପ୍ରାଧିକରଣର ସ୍ଥାୟୀ ଲୋକ ଅଦାଲତରେ ପୌରସଂସ୍ଥାକୁ ପକ୍ଷ କରି ପିଏଲ୍‌ଏ କେସ୍‌ ନଂ.୩୭/୨୦୧୮ରେ ମାମଲା ଦାଏର କରିଥିଲେ। ଏହା ଜନସମସ୍ୟା ସେବା ସମ୍ବନ୍ଧୀୟ ବିବାଦ ହୋଇଥିବାରୁ ସ୍ଥାୟୀ ଲୋକ ଅଦାଲତ ଉକ୍ତ ମାମଲାକୁ ବିଚାର ଲାଗି ଗ୍ରହଣ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲେ। ଏହାପରେ ପୌର କର୍ତ୍ତୃପକ୍ଷ ପୋଖରୀର କିଛି ଅଂଶ ପୁନରୁଦ୍ଧାର କରିଥିଲେ। ହେଲେ ବର୍ଷା ଯୋଗୁ କାମ ସମ୍ଭବପର ହୋଇ ନ ଥିଲା। ଏ ସଂକ୍ରାନ୍ତରେ ଅଭିଯୋଗକାରୀ ଏବଂ ପ୍ରତିପକ୍ଷ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ରଥ, ସଦସ୍ୟ ବିଭୁଦେନ୍ଦୁ ପଟ୍ଟନାୟକ, ହରେକୃଷ୍ଣ କର ମାମଲାର ଶୁଣାଣି କରିଥିଲେ।
୨୦୨୦ ଏପ୍ରିଲ ସୁଦ୍ଧା ପୌରସଂସ୍ଥା ପୋଖରୀରୁ ସମ୍ପୂର୍ଣ୍ଣ ମାଟିଉଠା କାମ ଶେଷ କରିବ। ଗାର୍ଡୱାଲ ସମ୍ମୁଖରେ ପକାଯାଇଥିବା ମାଟି ଉଠାଇ ପୋଖରୀ ହୁଡାରେ ପକାଇବ। ପୋଖରୀର ଚଉହଦି ମାପ କରାଯିବ। ଜବରଦଖଲ ଥିଲେ ଜିଲା ପ୍ରଶାସନ ସହାୟତାରେ ଉଚ୍ଛେଦ କରିବ। ପୌରସଂସ୍ଥା ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କଲେ ଆବେଦନକାରୀ କୌଣସି କ୍ଷତିପୂରଣ ପାଇବେ ନାହିଁ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri