ପୁରୀ-ହାଓଡା ମଧ୍ୟରେ ଗଡ଼ିପାରେ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୨୫-୯: ସାରା ଦେଶର ୨୪ ରୁଟରେ ପ୍ରାଇଭେଟ ଟ୍ରେନ ଚଳାଇବା ନେଇ ରେଳ ମନ୍ତ୍ରଣାଳୟ ଯୋଜନା ରଖିଛି। ଏହି କ୍ରମରେ ରାଜ୍ୟରୁ ପୁରୀଠାରୁ ପଶ୍ଚିମବଙ୍ଗର ହଓଡା ମଧ୍ୟରେ ଏଭଳି ଏକ ଟ୍ରେନ ଗଡିପାରେ। ଚଳିତ ମାସ ୨୭ରେ ରେଳ ବୋର୍ଡ ପକ୍ଷରୁ ଏହାର ସବୁ ସଦସ୍ୟଙ୍କ ଲାଗି ଏକ ବୈଠକ ଆୟୋଜନ କରାଯାଉଛି। ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଚଳ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା ହେବ। ଏହା ପୂର୍ବରୁ ରେଳ ବୋର୍ଡ ପକ୍ଷରୁ ସାଙ୍କେତିକ ରୁଟ ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି। ଏହା ମଧ୍ୟରେ ପୁରୀ-ହାଓଡା ସମେତ ମୁମ୍ବାଇ-ଅହମ୍ମଦାବାଦ, ମୁମ୍ବାଇ-ପୁଣେ, ହାଓଡା-ଟାଟା, ହାଓଡା-ପାଟଣା, ଦିଲ୍ଲୀ, ଚଣ୍ଡିଗଡ, ଅମୃତସର ଭଳି ପ୍ରମୁଖ ରୁଟ ସ୍ଥାନ ପାଇଛି। ଏହାବାଦ ଅନ୍ୟ ସାମ୍ଭାବ୍ୟ ଇଣ୍ଟରସିଟି ରୁଟଗୁଡିକରେ ଘରୋଇ ଟ୍ରେନ ଚଳାଚଳ ନେଇ ମଧ୍ୟ ଆଲୋଚନା କରାଯିବ। ସେହିଭଳି ଦିଲ୍ଲୀ-ମୁମ୍ବାଇ, ଦିଲ୍ଲୀ-ହାଓଡା , ସିକନ୍ଦରାବାଦ-ଦିଲ୍ଲୀ, ଦିଲ୍ଲୀ-ଚେନ୍ନାଇ, ହାଓଡା-ମୁମ୍ବାଇ ଭଳି ଓଭରନାଇଟ ଏବଂ ଦୀର୍ଘ ଦୂରତ୍ୱ ବିଶିଷ୍ଟ ଟ୍ରେନ ସେବା ସେବା ମଧ୍ୟ ଏହା ମଧ୍ୟରେ ସାମିଲ ହୋଇପାରେ। ଏହି ପଦକ୍ଷେପ ଅନ୍ତର୍ଗତ ଘରୋଇ ଅପରେଟରମାନେ ଭଡା ନିର୍ଦ୍ଧାରଣ ଏବଂ ଆଦାୟ ନେଇ ଅଧିକାର ଲାଭ କରିବେ। ଏଥି ଲାଗି କନସେସନ ଏଗ୍ରିମେଣ୍ଟ ମଧ୍ୟ ହେବ। ଘରୋଇ ଟ୍ରେନ ଚଳାଚଳ ଲାଗି ସାମ୍ଭାବ୍ୟ ଏବଂ ପରିଚାଳନା ସୁଗମ ହେଉଥିବା ରୁଟଗୁଡିକୁ ବାଛିବା ଲାଗି ଜୋନାଲ ରେଲଓ୍ବେର ମତାମତ ଲୋଡାଯାଇଛି। ରେଳ ଯାତ୍ରୀଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଣ ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ରେଳଓ୍ବେ ଏହାର ୧୦୦ ଦିନିଆ ଆକ୍ସନ ପ୍ଲାନ ଅନ୍ତର୍ଗତ ଏନେଇ ଉଲ୍ଲେଖ କରିଛି। ବିଭିନ୍ନ ବର୍ଗରେ ଟ୍ରେନ ଚଳାଚଳ ନେଇ ଘରୋଇ ଅପରେଟରଙ୍କୁ ବିଡିଂ ଯୋଗେ ଚୟନ କରାଯିବ। ଏହା ଦ୍ୱାରା ଦେଶର ପ୍ରମୁଖ ସହରକୁ ସେବା ଯୋଗାଣ କରିବା ନେଇ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri