ଚାଉଳ ବଣ୍ଟନରେ ବିଳମ୍ବ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ବଡ଼ସାହି,୧୯ା୯(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା। ଅଧିକାରୀମାନେ ମନମୁଖି ଭାବେ କାର୍ଯ୍ୟାଳୟକୁ ଆସୁଥିବାରୁ ହିତାଧିକାରୀମାନେ ଉତ୍ତ୍ୟକ୍ତ ହୋଇ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଯିଦରେ ଅଟଳ ରହିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପ୍ରସନ୍ନ କୁମାର ମହାନ୍ତ ଓ ସରପଞ୍ଚ ବୈଦ୍ୟନାଥ ହାଁସଦା ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଚାଉଳ ବଣ୍ଟନ ସ୍ଥଗିତ ରଖିବା ସହିତ ଆସନ୍ତା ମଙ୍ଗଳବାର ସେହି ଗ୍ରାମର ଲୋକମାନଙ୍କୁ ଚାଉଳ ବଣ୍ଟନ କରାଯିବ ବୋଲି କୁହାଯିବା ପରେ ହିତାଧିକାରୀମାନେ ନିରାଶରେ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା।।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ ଅଧୀନରେ ଥିବା ତ୍ରିଲୋଚନପୁର ଓ କୋଲକଠା ଗ୍ରାମର ହିତାଧିକାରୀଙ୍କ ନିମନ୍ତେ ମାସର ୧୯ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ ଦୁଇ ଗ୍ରାମରେ ଥିବା ୩ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସକାଳ ୭ଟାରୁ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ପହଞ୍ଚି ଲମ୍ବା ଧାଡିରେ ଛିଡା ହୋଇଥିଲେ। ଦିନ ୧୧ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ କାର୍ଯ୍ୟାଳୟକୁ ନ ଆସିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପଞ୍ଚାୟତ ମୁଖ୍ୟମୁଖ୍ୟ ଫାଟକରେ ଚାବି ପଡିଥିବାରୁ ମହିଳାପୁରୁଷମାନେ ରାସ୍ତା ଉପରେ ଛିଡା ହୋଇଥିଲେ ା ବୃଦ୍ଧାବୃଦ୍ଧମାନେ ଦୀର୍ଘ ସମୟ ଛିଡା ହେବା କଷ୍ଟକର ହେବାରୁ ସେମାନେ ରାସ୍ତା ଉପରେ ବସିଥିଲେ। ଫଳରେ ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିଲା। ବିଲବାଡି କାମ ଧନ୍ଦା ଛାଡି ଚାଉଳ ନେବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ଦ୍ୱାରା ଲୋକମାନେ ବିଭିନ୍ନ ସମସ୍ୟାରେ ପଡୁଥିବା ଗ୍ରାମବାସୀ ସୁଦାମ ସିଂ, ହର୍ଷମଣି ସିଂ, କମିଳି ନାଏକ, ରବୀନ୍ଦ୍ର ମହାଳିକ ପ୍ରମୁଖ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ୩କିମି ଦୂର କୋଲକଠା ଓ ତ୍ରିଲୋଚନପୁର ଗ୍ରାମରୁ ଚାଲିଚାଲି ଆସିବା ପରେ ଅଧିକାରୀଙ୍କ ଏପରି ମନମୁଖି କାର୍ଯ୍ୟକଳାପ ଯୋଗୁଁ ଘରକୁ ଫେରିବାରେ ବିଳମ୍ବ ହେବା ସହିତ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ବଡସାହି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ୩୦ଟି ପଞ୍ଚାୟତରେ ମାତ୍ର ୧୫ଜଣ ପିଇଓ ଅଛନ୍ତି ା ଦୁଇଟି ପଞ୍ଚାୟତକୁ ଜଣେ ଲେଖାଏଁ ପିଇଓ ଦାୟିତ୍ୱ ନେଇଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି। ଦାୟିତ୍ୱରେ ଥିବା ପିଇଓ ବୀରେଶ୍ୱରପୁର ପଞ୍ଚାୟତରେ ଚାଉଳ ବଣ୍ଟନ କରୁଥିବାରୁ ପହଞ୍ଚିବାରେ ବିଳମ୍ବ ହୋଇଛି। ତେବେ ଦୁଇଟି ପଞ୍ଚାୟତ ମଧ୍ୟରେ ଦୂରତା ୩୦କି.ମି ରହୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଖୁବଶୀଘ୍ର ଏହାର ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri