Posted inଜାତୀୟ

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର ବ୍ୟବସ୍ଥା କରାଯାଇଛି। ଏହା ସନ୍ଧ୍ୟା ୪ଟାରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଯୋଗଦେବେ। ଏଥିରେ ବିଚାର ମଞ୍ଚର ସଦସ୍ୟ, ସଂଘ ପରିବାର, ମାର୍ଗ ଦର୍ଶକ ମଣ୍ଡଳ ଓ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସଦସ୍ୟଙ୍କୁ ନିମନ୍ତ୍ରିତ କରାଯାଇଛି। ସନ୍ଧ୍ୟା ୬ଟା ୧୫ରେ ମୋଦି ତାଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିବେ। ସୂଚନାଯୋଗ୍ୟ, ବହୁ ଦିନର ଅସୁସ୍ଥତା ପରେ ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କର ଅଗଷ୍ଟ ଗତ ୨୪ରେ ପରଲୋକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri