ଶୀର୍ଷ ୧୦ ଦେଶରେ ଅଟୋମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥା ମାଡ଼: ଭାରତ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ,୮।୯: ଗତ କିଛିବର୍ଷ ହେବ ବିଶ୍ୱ ପାସେଞ୍ଜର ଗାଡ଼ି ମାର୍କେଟ ଅଭିବୃଦ୍ଧିରେ ଭାରତର ଯୋଗଦାନ ଅଧିକ ରହିଆସିଛି। ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଉତ୍ପାଦନ ହ୍ରାସ ଦୃଷ୍ଟିରୁ ୧୦ ଶୀର୍ଷ ଦେଶଙ୍କ ମଧ୍ୟରେ ଭାରତ ସର୍ବାଧିକ ପ୍ରଭାବିତ ବୋଲି ଜଣାପଡିଛି। ପରୋକ୍ଷରେ କହିବାକୁ ଗଲେ ଭାରତୀୟ ଅଟୋ ଶିଳ୍ପ ଉପରେ ମାନ୍ଦାବସ୍ଥାର ପ୍ରଭାବ ଅନ୍ୟ ଦେଶ ତୁଳନାରେ ସବୁଠାରୁ ଅଧିକ ପଡିଛି ବୋଲି ଇନ୍‌ଫର୍ମେଶନ ସର୍ଭିସ ପ୍ରୋଭାଇଡର ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ଲାଇଟ୍‌ ଭେହିକିଲ୍‌ ବା ହାଲୁକା ଯାନ ଅର୍ଥାତ୍‌ ୬ ଟନ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଯାତ୍ରୀ ଏବଂ କ୍ଷୁଦ୍ର ବାଣିଜି୍ୟକ ଗାଡ଼ି ଉତ୍ପାଦନ ୧୧.୪% ବା ୪୧.୮ ଲକ୍ଷ ୟୁନିଟକୁ ଖସିଆସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସବୁଠାରୁ ବଡ଼ ମାର୍କେଟ ଚାଇନାର ଉତ୍ପାଦନ ଏହି ଅବଧିରେ -୭.୩% ରହିିଛି। ଚଳିତ ବର୍ଷ ଭାରତୀୟ ଅଟୋ ଶିଳ୍ପ ଅଭିବୃଦ୍ଧି ଦ୍ୱିଅଙ୍କ ସ୍ତରରେ ହ୍ରାସ ପାଇଲେ ଗାଡ଼ି ଉତ୍ପାଦନ ଦୃଷ୍ଟିରୁ ଜର୍ମାନୀ ପଛରେ ରହି ଭାରତ ୫ମ ସ୍ଥାନକୁ ଖସି ଆସିବ। ସୂଚନାଥାଉ କି, ୨୦୧୫ରୁ ୨୦୧୮ ମଧ୍ୟରେ ବିଶ୍ୱ ହାଲୁକା ଯାନ ମାର୍କେଟରେ ଭାରତ ପ୍ରଭୁତ୍ୱ ବିସ୍ତାର କରିଥିଲା। ଅନ୍ୟ ଦେଶ ତୁଳନାରେ ଏହାର ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିଥିଲା। ଆଇଏଚ୍‌ଏସ୍‌ ମାର୍କିଟର ହାଲୁକା ଗାଡ଼ି ଅନୁମାନର କଣ୍ଟ୍ରି ମୁଖ୍ୟ ଗୌରବ ବାଙ୍ଗଲ୍‌ କହିଛନ୍ତି ଯେ, ବର୍ଷର ଆରମ୍ଭରେ ଦେଶୀ ଲାଇଟ୍‌ ଭେହିକିଲ୍‌ ବଜାର ଅଭିବୃଦ୍ଧି ହାର ଅନୁମାନ ୫% ରଖାଯାଇଥିଲା। ତେବେ ପାଣ୍ଠି ଅଭାବ, ଆର୍ଥିକ ଗତିବିଧି ଧିମା ହେବା ଓ ବେକାରି ସମସ୍ୟା ବୃଦ୍ଧି ଯୋଗୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ କହିଛନ୍ତି ଯେ, ଅଟୋ ଶିଳ୍ପକୁ ବିଏସ୍‌ ୪ରୁ ବିଏସ୍‌ ୬କୁ ପରିବର୍ତ୍ତନ କଲାବେଳେ କମ୍ପାନୀଗୁଡ଼ିକୁ ଷ୍ଟକ୍‌ ଆଡଜଷ୍ଟମେଣ୍ଟ କରିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ, ଚାଇନା ଓ ଭାରତୀୟ ଅଟୋ ବଜାରରେ ବଡ଼ ହ୍ରାସ ଦେଖାଦେବା ଅର୍ଥ ବିଶ୍ୱ ପାସେଞ୍ଜର ଗାଡ଼ି ମାର୍କେଟ ଅଭିବୃଦ୍ଧି ମଧ୍ୟ ୭-୯ ପ୍ରତିଶତ କମିବ। ୨୦୦୮-୦୯ରେ ଦେଖାଦେଇଥିବା ଲିମେନ୍‌ ବ୍ରଦର୍ସ ସଙ୍କଟ ପରେ ଚଳିତବର୍ଷ ସବୁଠାରୁ ବଡ଼ ହ୍ରାସ ପରିଲକ୍ଷିତ ହେବ। ସେହିପରି କମ୍‌ ସମୟ ମଧ୍ୟରେ ନିୟମରେ ବାରମ୍ବାର ପରିବର୍ତ୍ତନ କରାଯିବା କାରଣରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ବୋଲି ଅଟୋମୋଟିଭ ବିଜ୍‌ନେସ୍‌ ଇଣ୍ଟେଲିଜେନ୍ସ ପ୍ରୋଭାଇଡର ଜେଟୋ ଡାଇନାମିକ୍ସ ପ୍ରେସିଡେଣ୍ଟ ରବି ଭାଟିଆ କହିଛନ୍ତି। ସେ ନୂଆ ସୁରକ୍ଷା ନିୟମର ଉଦାହରଣ ଦେଇ କହିଛନ୍ତି ଯେ, ଏହାଦ୍ୱାରା ଗାଡି ମୂଲ୍ୟ ବଢ଼ିଛି ଏବଂ ନ୍ୟାଶନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଡିଜେଲ ଗାଡ଼ି ପ୍ରଚଳନ ଉପରେ କଟକଣା ଲଗାଇବା ଆରମ୍ଭ କଲେଣି। ଏହାଛଡ଼ା ଇଲେକ୍ଟ୍ରିକ୍‌ ଗାଡ଼ି ପ୍ରଚଳନ ଲାଗି ସରକାରଙ୍କ ବ୍ୟଗ୍ରତା ଅଟୋ ଶିଳ୍ପରେ ମାନ୍ଦାବସ୍ଥା ମାଡି ଆସିବାର ଅନ୍ୟତମ କାରଣ ବୋଲି ସେ କହିଛନ୍ତି। ଜେଟୋ ଡାଇନାମିକ୍ସ ମୁତାବକ, ବିଶ୍ୱରେ ଗାଡ଼ି ବଜାର(ପାସେଞ୍ଜର, ଲାଇଟ ଭେହିକିଲ୍‌) ଉତ୍ପାଦନ ୨୦୧୯ରେ ୬ରୁ୮ ପ୍ରତିଶତ ହ୍ରାସ ପାଇବାକୁ ଯାଉଛି। ଜେଟୋ ଡାଇନାମିକ୍ସର ସିନିୟର ଆନାଲିଷ୍ଟ ଫିଲିପ୍‌ ମୁନୋଜ କହିଛନ୍ତି ଯେ, ବିଶ୍ୱର ଶୀର୍ଷ ୧୦ ଅଟୋ ମାର୍କେଟ ଏବେ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛି। ଲୋକେ ଗାଡ଼ି କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ବିଶ୍ୱ ଅର୍ଥନୀତି ବିଗିଡିବାରେ ଲାଗିଛି। ଭୂରାଜନୈତିକ ଉତ୍ତେଜନା କାରଣରୁ ସମସ୍ୟା ବଢ଼ିବାରେ ଲାଗିଛି। ଏକ ଆକଳନରୁ ଜଣାପଡିଛି ଯେ, ଚାଇନାରେ ଗାଡ଼ି ଉତ୍ପାଦନ ଅଭିବୃଦ୍ଧି ହାର -୭.୩% ରହିଥିବା ବେଳେ ଆମେରିକାରେ ଏହା ମାତ୍ର -୨.୨% ରହିଛି। ଜାପାନରେ ଏହା ୦.୫%, ଜର୍ମାନୀରେ -୫.୫%, ଭାରତରେ -୧୧.୪%, ଦକ୍ଷିଣ କୋରିଆରେ ୦.୧%, ମେକ୍ସିକୋରେ -୧.୩%, ବ୍ରାଜିଲରେ ୫.୬%, ସ୍ପେନ୍‌ରେ -୧.୪% ଓ ଫ୍ରାନ୍ସରେ -୩.୪% ଉତ୍ପାଦନ ଅଭିବୃଦ୍ଧି ହ୍ରାସ ପାଇଛି। ମୁନୋଜ କହିଛନ୍ତି ଯେ, ଚାଇନାର ଘରୋଇ ଡାଟା ସ୍ତର ସମସ୍ତ ରେକର୍ଡ ଭାଙ୍ଗିଛି। ଆମେରିକାରେ ଚାଲିଥିବା ସମସ୍ୟା ପରିସ୍ଥିତିକୁ ଆହୁରି ଖରାପ କରିସାରିଲାଣି। ୟୁରୋପର ଅବସ୍ଥା ନ କହିଲେ ଭଲ। ସେଠାରେ ପଞ୍ଜୀକରଣ କ୍ରମାଗତ ହ୍ରାସ ପାଇଚାଲିଛି। ଅର୍ଥାତ୍‌ ବିକ୍ରି କମୁଛି। ଆଗାମୀ ଦିନରେ ଅଙ୍ଗାରକାମ୍ଳ ନିୟମ ଲାଗୁ ହେବା ପରେ ବଜାରକୁ ଆହୁରି କ୍ଷତିଗ୍ରସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri