ଗ୍ରୀନ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୩।୧: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ । ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ, ଏହି ମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଢ ନେବାର ଆବଶ୍ୟକତା ନାହିଁ ।

ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ, ଗାଡ଼ିରେ ଗ୍ରୀନ ଷ୍ଟିକର ନଲଗାଇଲେ ତେଲ ମିଳିବ ନାହିଁ । କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି । ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ଆରଟିଓରୁ ନେଇପାରିବେ । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ତେବେ ଆରଟିଓ ଅଫିସ ଯାଇ ଗ୍ରୀନ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଅଭୟାରଣ୍ୟକୁ ଆସିବେ ଦୁଇଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବରଗଡ଼ ଜିଲାସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଖୁବଶୀଘ୍ର ଦୁଇଟି...

AQI ବୃଦ୍ଧିକୁ ନେଇ ବାଲେଶ୍ବର ପାଇଁ ଜାରି ହେଲା ପ୍ରଦୂଷଣ କଟକଣା, ଆଗାମୀ ୭ ଦିନ ପାଇଁ ଗାଇଡ୍‌ଲାଇନ…

ବାଲେଶ୍ୱର,୫ା୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାପାଳ ଗାଇଡ୍‌ଲାଇନ ଜାରି କରିଛନ୍ତି । GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ,...

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400...

ପାଇପଲାଇନରୁ ONGC ଗ୍ୟାସ ଲିକ୍: ଅନେକ ସ୍ଥାନରେ ଲାଗିଲା ନିଆଁ, ଖାଲି ହେଲା ଗାଁ

ନୂଆଦିଲ୍ଲୀ,୫।୧: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍...

ସରକାରଙ୍କ ସହ ଆଲୋଚନା ବିଫଳ: ବଡ ନିଷ୍ପତ୍ତି ନେଲେ ମିଲର, ମୁଣ୍ଡରେ ହାତ ଦେଲେ ଚାଷୀ

ଭୁବନେଶ୍ୱର,୫ା୧: ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଲୋକ ଭବନ ଉଦ୍ୟାନକୁ କିଭଳି ଯିବେ ଜାଣନ୍ତୁ…

ଭୁବନେଶ୍ୱର,୫ା୧: ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଲୋକ ଭବନ ଉଦ୍ୟାନ ଖୋଲିବ। ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri