ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି। ଆଉ କିଛି ପରିବାରରେ ଜ୍ୟେଷ୍ଠମାନଙ୍କର କନିଷ୍ଠଙ୍କୁ ଆକଟ କରିବାରେ ସାମର୍ଥ୍ୟ ନାହିଁ। ଏହାକୁ ରୋକିବ କିଏ? ଯଦି ରୋକା ନ ଯାଏ ତେବେ ଏ ଦେଶର କ’ଣ ଅବସ୍ଥା ହେବ?
ଭାରତୀୟମାନେ ମୋଗଲ, ଇଂରେଜ ତଥା ବିଭିନ୍ନ ଏକଚ୍ଛତ୍ରବାଦୀ ଶାସକଙ୍କ ଦ୍ୱାରା ଶାସିତ ହୋଇଛନ୍ତି। ସମୟ କ୍ରମେ ସେହି ଶାସକମାନଙ୍କର କୁସଂସ୍କାର ପ୍ରଭାବରେ ଭାରତୀୟ ପ୍ରଭାବିତ ହୋଇଛନ୍ତି। ଏହି କୁସଂସ୍କାର ସାମାଜିକ ବ୍ୟାଧିର ରୂପ ନେଇସାରିଛି। ଭାରତୀୟମାନେ ବିଶୃଙ୍ଖଳିତ ପରମ୍ପରାରେ ପରିଚାଳିତ ହେବା ଦ୍ୱାରା ପାରିବାରିକ ଅଶାନ୍ତି, ଅସମୟରେ ମୃତ୍ୟୁ ଏବଂ ମାନବ ଭିତରେ ଭେଦଭାବ ସୃଷ୍ଟି ହୋଇଛି। କିଏ ରୋକିବ ଏ ସବୁ ବିଶୃଙ୍ଖଳାକୁ। କାରଣ ସମାଜର ଶୃଙ୍ଖଳା ସେତେବେଳେ ରକ୍ଷା ହୁଏ ଯେତେବେଳେ ମାନବର ନୈତିକ ଜ୍ଞାନ ରୁହେ। ନୈତିକ ଜ୍ଞାନ ଆହରଣ ପାଇଁ ତିନୋଟି ପ୍ରମୁଖ ମାର୍ଗ ଅଛି। ପ୍ରଥମତଃ ନିଜ ଘରେ ଜ୍ୟେଷ୍ଠମାନଙ୍କଠାରୁ କନିଷ୍ଠମାନେ ନୈତିକ ମୂଲ୍ୟବୋଧ ଶିକ୍ଷା କରନ୍ତି। କିନ୍ତୁ ବର୍ତ୍ତମାନ ଅନେକ ଘରେ ମୁରବିଙ୍କୁ କନିଷ୍ଠମାନେ ସମ୍ମାନ ଦେଉନାହାନ୍ତି। ଅନେକ କ୍ଷେତ୍ରରେ ମୁରବିମାନଙ୍କର ନୈତିକତା ହ୍ରାସ ହୋଇଛି। ବିଭାଜନକାରୀ ରାଜନୀତି, ଅନ୍ୟାୟ ମାର୍ଗରେ ଧନ ଅର୍ଜନ, ନିଶାଦ୍ରବ୍ୟ ସେବନ ଏବଂ ଚାରିତ୍ରିକ ସ୍ଖଳନରେ ଯଦି ଘରର ମୁରବିମାନେ ପୌରୋହିତ୍ୟ କରିବେ ତେବେ ଶିଶୁ କ’ଣ ବା ଶିକ୍ଷା କରିବେ। ନୈତିକତାଶିକ୍ଷାର ଦ୍ୱିତୀୟ ମାର୍ଗ ହେଉଛି ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଶିକ୍ଷା ଗ୍ରହଣ। କିନ୍ତୁ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଯଦ୍ୟପି ନିଜନିଜ କର୍ମ କ୍ଷେତ୍ରରେ ବିଶିଷ୍ଟ କିନ୍ତୁ ନୈତିକତା ହ୍ରାସ ତାଙ୍କର ବ୍ୟକ୍ତିଗତ ଜୀବନର କାଳିମା ହୋଇଛି। ବିଶେଷତଃ ଯୁବସମାଜ ସଂଗୀତ, ନୃତ୍ୟ ଏବଂ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାରମାନଙ୍କର ଅନୁଗାମୀ ହେଉଛନ୍ତି। ସେହି ବିଶିଷ୍ଟ କଳାକାରମାନେ ଯଦି ଶୃଙ୍ଖଳିତ ଜୀବନ ଅତିବାହିତ କରନ୍ତେ ତେବେ ଦେଶର ଯୁବସମାଜ ଖୁବ୍‌ ସଂଯତ ହୋଇପାରନ୍ତେ। ଏଇ କିଛି ବର୍ଷର ବ୍ୟବଧାନରେ ଓଡ଼ିଶାରେ ଅନେକ ବିଶିଷ୍ଟ କଳାକାରଙ୍କର ନିଶାସେବନଜନିତ ଅକାଳ ମୃତ୍ୟୁ, ବମ୍ବେର ଫିଲ୍ମ ଜଗତରେ ନାଁ କମେଇଥିବା ବରିଷ୍ଠ କଳାକାରମାନଙ୍କର ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତି ତଥା ଚାରିତ୍ରିକ ସ୍ଖଳନ ସୂଚେଇଦେଉଛି ସମାଜ ଉପରେ ଏହା କେତେ କୁପ୍ରଭାବ ପକାଇଛି। ଯେଉଁ କିଛି ଉତ୍ତମ କଳାକାର ନିଜ କଳା ସହିତ ସମାଜ ମଙ୍ଗଳ ପାଇଁ ପ୍ରୟାସ କରନ୍ତି ସେମାନେ ହାତଗଣତି ମାତ୍ର। ଶାସ୍ତ୍ର କୁହେ ମହାଜନ ଯେନ ଗତଃ ସ ପନ୍ଥା। ଅର୍ଥାତ୍‌ ମହାନ ବ୍ୟକ୍ତିମାନେ ଯେଉଁ ସୁନ୍ଦର ରାସ୍ତାରେ ଯାଇଛନ୍ତି ତାହା ହିଁ ପରବର୍ତ୍ତୀ ପିଢିର ମାର୍ଗ ହେଉ। କିନ୍ତୁ ଆଜିର ସମାଜରେ ମହାଜନଙ୍କୁ ଚିହ୍ନିବା କଷ୍ଟକର। ତେଣୁ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ସମାଜ ସଂସ୍କାରର ଶିକ୍ଷା ଗ୍ରହଣ କରିବା ସଫଳ ହେଉନାହିଁ।
ସମାଜ ସଂସ୍କାରର ତୃତୀୟ ମାର୍ଗ ହେଉଛି ନୈତିକ ଜ୍ଞାନ ଆଧାରିତ ପୁସ୍ତକ। ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକରେ ଯଦି ନୈତିକ ଆଧାରିତ ଶିକ୍ଷା ଦିଆଯାଏ ତେବେ ତାହା ସେମାନଙ୍କ ଜୀବନକୁ ଶୃଙ୍ଖଳିତ କରେ। ତେଣୁ ପୂର୍ବରୁ ପଞ୍ଚତନ୍ତ୍ର ଏବଂ ହିତୋପଦେଶ ପ୍ରଭୃତି କଥା ମାଧ୍ୟମରେ କୋମଳମତି ଛାତ୍ରୀଛାତ୍ରଙ୍କୁ ନୈତିକ ଶିକ୍ଷା ଦିଆଯାଉଥିଲା। ବଣଜଙ୍ଗଲର କଥା ପାଠ୍ୟପୁସ୍ତକରେ ରହିବା ଦ୍ୱାରା ପିଲାମାନେ ଅରଣ୍ୟ ଏବଂ ପରିବେଶ ସୁରକ୍ଷା ଦିଗରେ ସଚେତନ ହେଉଥିଲେ। ବିଭିନ୍ନ ବିଶ୍ୱମଙ୍ଗଳ ପ୍ରାର୍ଥନା ଦ୍ୱାରା ପିଲାମାନେ ବିଶ୍ୱକୁ ସମାନ ଦୃଷ୍ଟିରେ ଦେଖୁଥିଲେ। ବେଦରେ ବର୍ଣ୍ଣିତ ଅଗ୍ନି, ବାୟୁ, ଜଳ, ପର୍ବତ, ବୃକ୍ଷଲତା ପ୍ରଭୃତି ପ୍ରାକୃତିକ ସମ୍ପଦର ସମ୍ମାନ ମନ୍ତ୍ର ମାଧ୍ୟମରେ ଶିକ୍ଷା ଦିଆଯାଉଥିଲା, ଯଦ୍ଦ୍ବାରା ମାନବ ପ୍ରକୃତିକୁ ନଷ୍ଟ କରିବନାହିଁ। ରାମାୟଣର ସମାଜ ସଂସ୍କାର, ମହାଭାରତର ଶାନ୍ତି ପ୍ରତିଷ୍ଠା, ଉପନିଷଦର ଯମ ନଚିକେତା ସଂବାଦ ପ୍ରଭୃତି ମାନବକୁ ସତ୍‌ ମାର୍ଗ ପ୍ରଦର୍ଶିତ କରୁଥିଲା। ଆଜି କିନ୍ତୁ ଏ ସବୁକୁ ଧର୍ମ ଗ୍ରନ୍ଥର ରୂପ ଦେଇ ପାଠ୍ୟକ୍ରମରୁ ଦୂରେଇ ରଖାଗଲା। ଭାରତ ଏକ ସର୍ବଧର୍ମ ସମନ୍ବୟର ରାଷ୍ଟ୍ର ହେଲା। ଏଠି ସମାଜ ସଂସ୍କାର ଦିଆଯାଉଥିବା ଗ୍ରନ୍ଥଗୁଡ଼ିକ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମରେ ବାରଣ କରାଗଲା। ଆଜିର ପିଲା କେବଳ ପାଠ ବ୍ୟତୀତ କୌଣସି ସଂସ୍କାରମୂଳକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଲା ନାହିଁ। ତେଣୁ ତୃତୀୟ ମାର୍ଗଟି ବନ୍ଦ ହୋଇଗଲା।
ବର୍ତ୍ତମାନ ବିଚାର କରିବା ଏ ତିନୋଟି ଯାକ ରାସ୍ତା ବନ୍ଦ ହୋଇଯିବାର ଫଳାଫଳ। ବର୍ତ୍ତମାନ ଭାରତରେ କ୍ୱଚିତ୍‌ ପରିବାରରେ ସଂସ୍କାର ନାମକ ଶବ୍ଦ ସାକାର ରୂପ ନେଉଛି। ପ୍ରତି ପରିବାର ଆଜି ନିଜ ପିଲାମାନଙ୍କର ଭବିଷ୍ୟତକୁ ନେଇ ଅନ୍ଧକାର ଭିତରେ ରହିଛି। ପରିବାରରେ ନୂତନ ପ୍ରଥା ସ୍ଥାନ ପାଇଛି, ପିଲାମାନେ ଦଶ ବାରବର୍ଷର ହୋଇଗଲେ ବାପା ମା’ଙ୍କ ମୁହଁରେ ଜବାବ ଦେଉଛନ୍ତି। ସେମାନେ ନିଜକୁ ସ୍ବତନ୍ତ୍ର ମନେକରୁଛନ୍ତି। ମୋବାଇଲରୁ ଭଲ ତଥ୍ୟ ବଦଳରେ ଖରାପ ତଥ୍ୟ ଶୁଣିବା ଏବଂ ଦେଖିବା ପାଇଁ ବାପା ମା’ଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ପ୍ରତିଯୋଗିତା। ଯୋଗ, ଧ୍ୟାନ, ସକାଳସଂଧ୍ୟାରେ ଠାକୁର ପୂଜା, ଗୁରୁଜନଙ୍କୁ ମୁଣ୍ଡିଆ ମାରିବା ଇତ୍ୟାଦି ସଂସ୍କାର ସମ୍ପୂର୍ଣ୍ଣ ବିଲୀନ। ଘରୋଇ ଖାଦ୍ୟ ପ୍ରତିବଦଳରେ ନାନା ପ୍ରକାର ହାନିକାରକ ଖାଦ୍ୟ। ବସ୍ତ୍ର ପରିଧାନରେ ମାନବର ବିକୃତ ମାନସିକତା। ଏଭଳି ଅନେକ ସାମାଜିକ ବିଶୃଙ୍ଖଳା ପ୍ରତି ଘରେ ରୂପନେଇଛି। ଏ ସବୁ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ରହିଛି। ପ୍ରତି ପରିବାରରୁ ପିଲାମାନଙ୍କୁ ସଂସ୍କାର ଦିଆ ନ ଗଲେ କେହି ମଧ୍ୟ ଶାନ୍ତିରେ ରହିପାରିବେ ନାହିଁ। ଏଥିପାଇଁ ନିଜେ ସତର୍କ ରହିବା ସହିତ ସନ୍ତାନସନ୍ତତିଙ୍କୁ ନୈତିକ ଜ୍ଞାନ ଦେବା ଅନିବାର୍ଯ୍ୟ। ଧର୍ମଗ୍ରନ୍ଥଗୁଡ଼ିକର ଶିକ୍ଷଣୀୟ ତତ୍ତ୍ୱ ପିଲାଙ୍କୁ ବାଲ୍ୟକାଳରୁ ଜଣେଇବା ଜ୍ୟେଷ୍ଠଙ୍କ କର୍ତ୍ତବ୍ୟ ହେଉ। ପ୍ରତି ଶିକ୍ଷାନୁଷ୍ଠାନ ସଜାଗ ହେବାର, ପ୍ରତିଷ୍ଠିତ ବ୍ୟକ୍ତିଙ୍କର ସମାଜ ପ୍ରତି କର୍ତ୍ତବ୍ୟବୋଧ ଜାଗ୍ରତ ହେବାର ସମୟ ଆସିଛି। ଏବେ ବି ଯଦି ସମାଜକୁ ସଂସ୍କାରଠାରୁ ଦୂରେଇ ରଖିବା ତେବେ ସେ ସମୟ ବେଶି ଦିନ ନାହିଁ ଯେତେବେଳେ କାଳ ସମସ୍ତଙ୍କୁ ଗ୍ରାସ କରିଦେବ।
ଉପ ନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ମୋ: ୮୮୯୭୪୨୬୨୪୩

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ

ବ୍ରହ୍ମପୁର,୩।୧: ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ...

ଘରୁ ଔଷଧ ଆଣିବାକୁ ବୁଲେଟ୍‌ରେ ବାହାରିଥିଲେ ୨ ଭାଇ, ବୁଲାଣିରେ କାର ସହ ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ..

ଜି.ଉଦୟଗିରି,୩।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଓ ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବୁଲେଟ...

ତୈମୂର କ୍ଷେପଣାସ୍ତ୍ର ପରୀକ୍ଷାକଲା ପାକିସ୍ତାନ: ଜାଣନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା…

ଇସ୍‌ଲାମାବାଦ,୩ା୧: ପାକିସ୍ତାନ ବାୟୁସେନା ଶନିବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।...

୧୨୭ ବର୍ଷ ପରେ ଭାରତ ଫେରିଲା ପିପରହଓ୍ବା ବୁଦ୍ଧ ରତ୍ନ

ନୂଆଦିଲ୍ଲୀ,୩ା୧: ଭଗବାନ ବୁଦ୍ଧ ପ୍ରଦାନ କରିଥିବା ଜ୍ଞାନ ଓ ଦେଖାଇଯାଇଥିବା ମାର୍ଗ ସମସ୍ତ ମାନବଜାତିର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ବୁଦ୍ଧଙ୍କ ପବିତ୍ର...

ଚାଳକଙ୍କୁ ଦୁର୍ବ୍ୟବହାର କରି ବସ୍‌ ଭଙ୍ଗାରୁଜା

ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର): ରାଜ୍ୟ ପରିବହନ ନିଗମର ଏକ ସରକାରୀ ଯାତ୍ରୀବାହୀ ବସ୍‌କୁ ଅଟକାଇ ଚାଳକଙ୍କୁ ଦୁର୍ବ୍ୟବହାର ସହ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ହୋଟେଲ ରୁମ୍‌ରେ ଚାଲିଥିଲା ଜୁଆଖେଳ: ଚଢ଼ାଉ କଲା ପୋଲିସ, ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ୯ ଅଟକ…

ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଭିଏସ୍‌ଏସ୍‌ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରି ୯ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ...

ଦାରିଙ୍ଗବାଡ଼ିରେ ବଢୁଛି ଫେରିବାଲାଙ୍କ ଉପଦ୍ରବ: ଦିନରେ ବେପାର, ସନ୍ଧ୍ୟାରେ ଲୁଟ୍‌ ପାଇଁ ଯୋଜନା…

ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ବୁଲା ବିକାଳୀ। ସେମାନଙ୍କ ଗତିବିଧି ଉପରେ ପୋଲିସର ନଜର ପଡୁ ନ...

ଭଲିବଲ ଟୁର୍ନାମେଣ୍ଟ: ଫାଇନାଲରେ ପହଞ୍ଚିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି, ୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡ଼ିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟର ୬ଷ୍ଠ ଦିବସ ଶନିବାର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri