ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍ ଫରଓ୍ବାର୍ଡ କିଲିଆନ ଏମ୍ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର କରିବା ପାଇଁ କେତେ ସମୟ ଲାଗିବ, ତାହା ସ୍ପଷ୍ଟ କରାଯାଇ ନାହିଁ। ଏନେଇ ରିଅଲ ମାଡ୍ରିଡ୍ର ଚିନ୍ତା ବଢ଼ିବାରେ ଲାଗିଛି।
ଫ୍ରେଞ୍ଚ ସ୍ପୋଟର୍ସ ଦୈନିକ ଖବରକାଗଜ ଏଲ’ ଏକ୍ୟୁପି ପ୍ରକାଶ ପାଇଥିବା ରିପୋର୍ଟରେ ସୁପରଷ୍ଟାର ଫରଓ୍ବାର୍ଡ ଅତିକମ୍ରେ ୩ ସପ୍ତାହ ଲାଗି ଉପଲବ୍ଧ ରହିବେ ନାହିଁ ବୋଲି କୁହାଯାଇଛି।
ଏଥିରେ ଦାବି କରାଯାଇଛି ଯେ, ଏମ୍ବାପେ ଗତ କିଛି ସପ୍ତାହ ହେଲା ଆଣ୍ଠୁ ଲିଗାମେଣ୍ଟ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏମ୍ଆରଆଇ କରାଯିବା ପରେ ତାଙ୍କୁ ବିଶ୍ରାମ ଓ ଚିକିତ୍ସା ଦରକାର ଥିବା ଜଣାପଡ଼ିଛି।
ଏହି ଷ୍ଟ୍ରାଇକର ଗତ ୨୦୨୫ ବର୍ଷରେ ମାଡ୍ରିଡ୍ ପାଇଁ ୫୯ ଗୋଲ କରିବା ସହିତ ଗୋଟିଏ ବର୍ଷରେ ମାଡ୍ରିଡ୍ ପାଇଁ ସର୍ବାଧିକ ଗୋଲ କରିବାର ରେକର୍ଡର ସମକକ୍ଷ ହୋଇଥିଲେ। ସମାନ ସଂଖ୍ୟକ ଗୋଲ ଗୋଟିଏ ବର୍ଷରେ କ୍ରିଷ୍ଟିଆନୋ ରୋନାଲ୍ଡୋ କରିଥିଲେ। ପ୍ୟାରିସ ସେଣ୍ଟ-ଜର୍ମେନ କ୍ଲବ ଛାଡ଼ି ୨୦୨୪ରେ ମାଡ୍ରିଡ୍ରେ ଯୋଗ ଦେଇଥିବା ଏମ୍ବପେ ଚଳିତ ସିଜନରେ ୨୯ ଗୋଲ କରିଛନ୍ତି।


