ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ମଙ୍ଗଳବାର ସକାଳ ସମୟରେ ତାପମାତ୍ରା ରାଜ୍ୟରେ ସବୁଠାରୁ କମ ରହିଥିବା ଜଣାପଡିଛି । ପୁଣି ଅସହ୍ୟ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ସେହିପରି ଘନ କୁହୁଡି ଅଚ୍ଛାଦିତ ଯୋଗୁ ଗାଡି ମୋଟର ଯାତାୟାତରେ ବାଧା ସୃଷ୍ଟି ହୋଉଛି। ଉକ୍ତ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳ ଭ୍ରମରବାଡ଼ି, ସିଆଙ୍ଗବାଲି, ପର୍ତ୍ତମାହା, ଦାନେକବାଡ଼ି, ସୋନପୁର, ସିରକାବର୍ଗ, ତାଯୁଙ୍ଗିଆ, କାଟିଙ୍ଗିଆ, ହାତୀମୁଣ୍ଡା, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ଗଦାପୁର, ଗୁମିକିଆ, ବୁଡ଼ାଗୁଡା, ବାଡାବାଙ୍ଗା, କିରିକୁଟି, ତିଲୋରୀ, ଦାସିଙ୍ଗବାଡି ଆଦି ପଞ୍ଚାୟତର ଦୁର୍ଗମ ଗ୍ରାମ ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା କୁହାଯାଇଛ। ସବୁଠି ଲୋକ ମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ଶୀତର ମଜା ନେବାକୁ ଦାରିଙ୍ଗବାଡିର ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ଗୁଡିକରେ ଭିଡ଼ ଦେଖିବାକୁ ମିଳିିଛି। ବିଶେଷ କରି ଡୁଲୁରୀ ପାଇନ ବଣ ରେ ଭୋଜି କରି ସାଙ୍ଗସାଥି, ପରିବାର, ବନ୍ଧୁ ବର୍ଗ ସହ ପର୍ଯ୍ୟଟକ ମଜା ନେଉଛନ୍ତି। ସେହିପରି କଫି ବଗିଚା, ହିଲଭିୟୁ ପାର୍କ, ମିଡିୟୁାନ୍ଦା ଜଳପ୍ରପାତ, ଲଭର୍ସ ପଏଣ୍ଟ, କିଶୁବାଡ଼ି ଜଳପ୍ରପାତ, ସାଇଲେଣ୍ଟ ଭ୍ୟାଲି ସମେତ ସମସ୍ତ ପର୍ଯ୍ୟଟନକ୍ଷେତ୍ର ରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଖବର ଲେଖିବା ସୁଦ୍ଧା କୁହୁଡିର ପ୍ରଭାବ ଦେଖିବାକୁ ମିଳିଛି କୁହୁଡି ଯୋଗୁ ଶୀତର ପ୍ରକୋପ ଦ୍ବିଗୁଣିତ ହୋଇଛି।
Dharitri – Odisha’s No.1 Odia Daily


