ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ ନେଇ କେତେବେଳେ ଯଦି ଚର୍ଚ୍ଚା ହୋଇଥାଏ ସେକ୍ସପିୟରଙ୍କ ପ୍ରସିଦ୍ଧ ନାଟକ ‘ରୋମିଓ ଆଣ୍ଡ୍‌ ଜୁଲିଏଟ୍‌’ରୁ ଉଦ୍ଧୃତ ହୋଇଥିବା ଏହି ବାକ୍ୟକୁ ଅନେକେ ବ୍ୟବହାର କରିଥାଆନ୍ତି। କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)ର ଏବେ ନାମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ଅବତାରଣା କରାଯାଇପାରେ। ୨୦୦୫ରେ ତତ୍କାଳୀନ ଉପା ସରକାର ଅମଳରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏନ୍‌ଆର୍‌ଇଜିଏ) ପ୍ରଣୟନ କରାଯାଇଥିଲା। ପ୍ରଥମେ କେନ୍ଦ୍ର ବଜେଟରେ ଏଥିଲାଗି ୧୧,୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୦୯ରେ ଏହାର ନାମରେ ମହାତ୍ମା ଗାନ୍ଧୀ ଯୋଡ଼ାଯାଇଥିଲା। ସେତେବେଳେ ‘କାର୍ଯ୍ୟ କରିବାର ଅଧିକାର’କୁ ସିଦ୍ଧ କରିବା ସକାଶେ ଗ୍ରାମୀଣ ଭାରତର ଲୋକଙ୍କୁ ଜୀବିକା ନିର୍ବାହ ଲାଗି ବର୍ଷକୁ ୧୦୦ ଦିନର କାମ ଦେବାକୁ ସୁନିଶ୍ଚିତ କରିବା ଲାଗି ଏହି ଆଇନ ଅଭିପ୍ରେତ ଥିଲା। ଏବେ ତାହାର କ୍ରମବିକାଶ କଥା ଦେଖିଲେ ୧୨ ଡିସେମ୍ବରରେ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏ ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ପିବିଜିଆର୍‌ଓ୍ବାଇ) ଭାବେ ତାହାକୁ ନାମିତ କରିଥିବା ନେଇ କେତେକ ଜାତୀୟ ସ୍ତରୀୟ ଘରୋଇ ଗଣମାଧ୍ୟମରୁ ଜଣାପଡ଼ିଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏକୁ ବଦଳାଇ କେନ୍ଦ୍ର ସରକାର ‘ଭିବି-ଜି ରାମ୍‌ ଜି’ ବିଲ୍‌ ୨୦୨୫ ଆଣିବାକୁ ୧୫ ଡିସେମ୍ବରରେ ନିଷ୍ପତ୍ତି ନେଇଛନ୍ତି। ନୂଆ ବିଲ୍‌ର ପୂରା ନାମ ହେଉଛି ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ (ଗ୍ରାମୀଣ) ବିଲ୍‌-୨୦୨୫। ଏହି ବିଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ପୂର୍ବରୁ ଥିବା ୧୦୦ ଦିନର ଗ୍ୟାରେଣ୍ଟି ବଦଳରେ ମଜୁରିଆଙ୍କୁ ୧୨୫ ଦିନର କାମ ମିଳିବ। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରାଯାଇଆସୁଥିବା ସମ୍ପୂର୍ଣ୍ଣ ଅର୍ଥ ଏବେ ନୂଆ ବିଲ୍‌ରେ ରାଜ୍ୟ ଉପରେ ବୋଝ ପଡ଼ିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ‘ଭିବିି-ଜି ରାମ୍‌ ଜି’ରେ ଉତ୍ତରପୂର୍ବାଞ୍ଚଳ, ହିମାଳୟ ସନ୍ନିବେଷ୍ଟିତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର ପାଇଁ କେନ୍ଦ୍ର-ରାଜ୍ୟ ଅନୁପାତ ୯୦:୧୦ ରଖାଯାଇଛି। ଅନ୍ୟ ରାଜ୍ୟ କ୍ଷେତ୍ରରେ ଲୋକଙ୍କୁ ଦିଆଯିବାକୁ ଥିବା ସମ୍ପୂର୍ଣ୍ଣ ମଜୁରିର ୬୦ ପ୍ରତିଶତ କେନ୍ଦ୍ର ଦେବାକୁ ଥିବା ବେଳେ ରାଜ୍ୟଗୁଡ଼ିକୁ ୪୦ ପ୍ରତିଶତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।
‘ଭିବି-ଜି ରାମ୍‌ ଜି’ ବିଲ୍‌ ଯେତେବେଳେ ଆଇନରେ ପରିଣତ ହେବ ସେତେବେଳେ ସେଥିରେ ଥିବା ବ୍ୟବସ୍ଥା ବିଷୟରେ ଅଧିକ ଜାଣିହେବ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଜାଗାରେ ‘ରାମ୍‌ ଜି’ ଭଳି ନାମକରଣର ଯଥାର୍ଥତା କ’ଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାର ନିର୍ଦ୍ଦିଷ୍ଟ ଉତ୍ତର ନ ମିଳିଲେ ମଧ୍ୟ ସରକାର ଗ୍ରାମୀଣ ଭାରତର ଲୋକଙ୍କ ସାମାଜିକ ସୁରକ୍ଷା ପରିସର ବଢ଼ାଇବାରେ ଏହା ସହାୟକ ହେବ ବୋଲି କହିପାରନ୍ତି। ଏହି ସନ୍ଧିକ୍ଷଣରେ ଅନେକଙ୍କ ମନରେ ଚିନ୍ତା ଜନ୍ମୁଛି ଯେ, ଯଦି ମହାତ୍ମା ଗାନ୍ଧୀଙ୍କ ନାମ ବଦଳାଯାଇ ରାମ ଜି କରାଯାଉଛି, କାଲି ହୁଏତ ଅନ୍ୟ ସରକାର ଆସିଲେ ଅଲଗା ନାମ କରିଦେଇପାରନ୍ତି। ଥରେ ପୁରୁଣା ଯୋଜନାର ନାମ ବଦଳିଲେ ତାହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥାଏ ଏବଂ ପରବର୍ତ୍ତୀ ସମୟରେ ଏହି ‘ଜି ରାମ ଜି’ ବଦଳାଇବାକୁ ଅନ୍ୟମାନେ ମଧ୍ୟ ତତ୍ପର ହୋଇପାରନ୍ତି। ପୁରୁଣା ପରିବର୍ତ୍ତେ ନୂଆ ଯୋଜନା କରି ଏଭଳି ନାମ ଦେଇଥିଲେ ସମ୍ଭବତଃ ଭବିଷ୍ୟତରେ କାହାରି ପାଇଁ ଏହା ଆଖିଦୃଶିଆ ହୋଇ ନ ଥାଆନ୍ତା। ନାମ ପରିବର୍ତ୍ତନ ସଉକ ଦେଶର ବିଭିନ୍ନ ରାଜ୍ୟ, ନଗର ଓ ସହର ଆଦି କ୍ଷେତ୍ରରେ ପୂର୍ବରୁ ଢେର ଦେଖାଯାଇ ଆସିଛି। ତେଣୁ ଏଭଳି ସ୍ଥଳେ ଆମେ ଓଡ଼ିଶାବାସୀ ଖୁସି ହୋଇଥାଆନ୍ତୁ ‘ରାମ’ ପରିବର୍ତ୍ତେ ‘ଜଗନ୍ନାଥ’ ହୋଇଥାଆନ୍ତା। ଉତ୍ତର ଭାରତର ରାମ-ଆଲ୍ଲା ବିବାଦଠାରୁ ଜଗନ୍ନାଥ ଅଧିକ ଧର୍ମନିରପେକ୍ଷ ହେବେ। ଏମିତି ଦେଖିଲେ ୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାରଙ୍କୁ ସ୍ଥିର ରଖିବାରେ ଓଡ଼ିଶାରୁ ଯାଇଥିବା ୨୦ ଏମ୍‌ପିଙ୍କ ଯୋଗଦାନ ଗୁରୁତ୍ୱ ବହନ କରିଥିଲା। ସେତେବେଳେ ଭାଜପାକୁ ଓଡ଼ିଶାରୁ ବିପୁଳ ସମର୍ଥନ ମିଳିବା ପରେ ନୂଆଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଥର ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରିଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଜଗନ୍ନାଥଙ୍କ ନାମ ମଧ୍ୟ ସର୍ବମତେ ଗ୍ରହଣୀୟ ହୋଇଥାଆନ୍ତା।
ଆଜି ବିଶ୍ୱର ବୃହତ୍‌ ଦେଶକୁ ଦେଖିଲେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଓ ଅଭିନବତ୍ୱକୁ ଗୁରୁତ୍ୱ ଦିଆଯାଇ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଦିଗରେ ସେମାନେ ଧାବମାନ। ହେଲେ ଏଠାରେ ବାସ୍ତବ କାର୍ଯ୍ୟ ଅପେକ୍ଷା ସୁନ୍ଦର ଶବ୍ଦ ବ୍ୟବହାର କରାଯାଇ ସମସ୍ତଙ୍କୁ ସଙ୍ଖୁଳିବାର ପ୍ରଚେଷ୍ଟା ଏବଂ ଅଦ୍ଭୁତ ନାମକରଣରେ ସରକାର ମଜ୍ଜିଯାଇଥିବା ଭଳି ମନେ ହେଉଛି। ରଙ୍ଗ କିମ୍ବା ନାମ ବଦଳାଇବାକୁ ସମାଲୋଚନା କରାଯାଆନ୍ତା ନାହିଁ ଯଦି ତାହା ଦ୍ୱାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ହୁଅନ୍ତା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri