ବରଗଡ଼ରେ ଏଏପିର ବିକ୍ଷୋଭ ଶୋଭାଯାତ୍ରା

ବରଗଡ଼,୨୭ା୧୧(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଦିବସ ଓ ଦଳର ସ୍ଥାପନା ଦିବସ ଅବସରରେ ବୁଧବାର ଆମ ଆଦମୀ ପାର୍ଟି ଓଡ଼ିଶା (ଏଏପି) ପକ୍ଷରୁ ବରଗଡ଼ ସହରରେ ବିକ୍ଷୋଭ ଶୋଭାଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲଖପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ପ୍ରତ୍ୟେକ ପରିବାରକୁ ମାସିକ ୩ ଶହ ୟୁନିଟ ମାଗଣା ବିଜୁଳି, ବୃଦ୍ଧାବୃଦ୍ଧଙ୍କୁ ୩ ହାଜର ଟଙ୍କା ଭତ୍ତା, ୨ଟି କିସ୍ତିରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ, ପ୍ରତ୍ୟେକ ପଞ୍ଚାୟତରେ ୧ ଶହ ଜଣକୁ ଚାକିରି, ୪୮ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ପାଇଁ ଏଏପି ସ୍ମାରକପତ୍ରରେ ଦାବି କରିଛି। ସେହିପରି ହସ୍ପିଟାଲରେ ଡାକ୍ତର, ଷ୍ଟାଫ ନିଯୁକ୍ତି, ଔଷଧ ବ୍ୟବସ୍ଥା, ଧାନବିକ୍ରି ପଞ୍ଜୀକରଣରୁ ବାଦ ପଡ଼ିଥିବା ଜିଲାର ୫ହଜାର ଚାଷୀଙ୍କୁ ପଞ୍ଜୀକୃତ କରିବା, ବରଗଡ଼ର ବନ୍ଦ ହୋଇଥିବା ୧୭୩ ସରକାରୀ ସ୍କୁଲକୁ ଖୋଲିବା, ମହିଳାମାନଙ୍କ ସୁରକ୍ଷାକୁ ସୁଦୃଢ କରିବା, ଭୂମିହୀନଙ୍କୁ ଉଚ୍ଛେଦ ବନ୍ଦ କରିବା, ବାଲି, ମାଟି, ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଚୋରି, ହତ୍ୟା ଭଳି ଅପରାଧ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବା ପାଇଁ ମଧ୍ୟ ଦାବି ହୋଇଛି। ଏଏପି ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲା ସଭାପତି ଯଦୁମଣି ପ୍ରଧାନ, ସମ୍ପାଦକ ସ୍ବରୂପ ଭୋଇ, ବାଲ୍ମୀକି ନାଏକ, ଜୟକ୍ରିଷ୍ଣା ଛୁରିଆ, ନାରୀନେତ୍ରୀ ମରୀୟମ ବାର୍ଲା, ମିଳୁ ନାଗ, ଶ୍ବେତ କୁମାର ପଟେଲ, ମୁକେଶ ନାଏକ, ଭାସ୍କର ପଟେଲ, ପଦ୍ମଲୋଚନ ରଣା, ଡୋଲାମଣି ନାଏକ, ରୁପେନ୍ଦ୍ର ସାହୁ, ଅର୍ଜୁନ ସାହୁ, ଚୂଡ଼ାମଣି ସାହୁ, କ୍ଷୀରସାଗର ପଟେଲ, ଲୋଚନ ପ୍ରସାଦ କୈବର୍ତ୍ତ, କୋକିଳ ଭୋଇ, କହ୍ନୟା ନାଏକ, ବାଦଲ ବରିହା, ହେମଲାଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri