ବଜାର ଦର

ଆଜିକାଲି ବଜାର ଦରରେ ସମାନତା ଦେଖାଯାଉ ନାହଁି। ବିଭିନ୍ନ ଦେକାନରେ ଦର ଅସମାନ ରହିବା ଗ୍ରାହକମାନଙ୍କ ପାଇଁ ସମସ୍ୟା। ସବୁ ଜିନିଷର ଦର ଜିନିଷ ଉପରେ ଲେଖା ଯାଇ ନ ଥାଏ ା କେବଳ କିଛି ପାକେଟ ଜିନିଷ ଉପରେ ଦର ଲେଖା ଯାଇଥାଏ। ପନିପରିବାର ଦର ମନଇଚ୍ଛା କସାଯାଇଥାଏ। ସମାନ ପରିବା, ବଜାରର ଏମୁଣ୍ଡରେ ଗୋଟିଏ ଦର ଥିବା ବେଳେ ବଜାରର ସେମୁଣ୍ଡରେ ଆଉ ଗୋଟିଏ ଦର ଥାଏ। ଯଦି ଜଣେ ବ୍ୟକ୍ତି ବଜାର ଭିତରକୁ ନ ଯାଇ ଏମୁଣ୍ଡରୁ ପରିବା କିଣି ଚାଲିଆସିବେ ସେ ନିଶ୍ଚିତ ଭାବରେ କିଛି କ୍ଷତି ସହିବେ। ଆଜିକାଲି ଅନେକ ଜିନିଷର ପ୍ୟାକେଟ ମିଳୁଛି। ତେଜରାତି ଦୋକାନରେ କେତେକ ଜିନିଷ ଖୋଲାରେ ମଧ୍ୟ ମିଳିଥାଏ। ପ୍ୟାକେଟ ଜିନିଷଗୁଡିକର ଦର ଯେତିକି ଲେଖା ଯାଇଥାଏ କେତେକ ଦୋକାନୀ ସେତିକିରେ ବିକ୍ରି କଲାବେଳେ ଆଉ କିଛି ଦୋକାନୀ ଲେଖାଯାଇଥିବା ଦରରୁ କିଛି କମ୍‌ କରି ବିକ୍ରି କରନ୍ତି। ତେବେ ଲେଖାଯାଇଥିବା ଦରଠାରୁ କମ୍‌ରେ ବିକ୍ରିକଲେ ମଧ୍ୟ ତାଙ୍କର କିଛି ଲାଭ ଅଛି। ଯେଉଁମାନେ ପୂରା ଦାମ୍‌ ନେଉଛନ୍ତି ସେମାନେ ନିଶ୍ଚିତ ଭାବରେ ବହୁତ ଲାଭ ପାଉଛନ୍ତି। ଠିକ୍‌ ସେହିପରି ଖୋଲାରେ ମିଳୁଥିବା ଜିନିଷ ମଧ୍ୟ ଗୋଟିଏ ଦୋକାନରେ ଗୋଟିଏ ଦର ଥାଏ। ବଜାରରେ ଯେଉଁ ଦୋକାନ ଠିକ୍‌ ଦରରେ ଜିନିଷ ଯୋଗାଏ ସେହି ଦୋକାନରେ ଅଧିକ ଭିଡ଼ ଦେଖାଯାଏ। ଯଦି ଏହି ଦରକୁ ନେଇ ଦୋକାନୀକୁ କିଛି ପଚରାଯାଏ, ତେବେ ସେ ଉତ୍ତର ଦିଅନ୍ତି, ଆମ ଜିନିଷ ଭଲ କମ୍ପାନୀର।
ଔଷଧ ଦୋକାନୀମାନେ ଔଷଧର ଧାର୍ଯ୍ୟମୂଲ୍ୟ ଉପରେ ୧୦ ଶତକଡା କିମ୍ବା ୧୫ ଶତକଡା ପର୍ଯ୍ୟନ୍ତ ରିହାତି ଦିଅନ୍ତି। କିନ୍ତୁ କିଛି ଔଷଧ ଦୋକାନୀ ପୂରା ଧାର୍ଯ୍ୟ ମୂଲ ନିଅନ୍ତି। ଥରେ ମଁୁ ଗୋଟିଏ ଔଷଧ ଆଣିବାକୁ ଗଲି। ସେ ଔଷଧର ଲିଖିତ ମୂଲ୍ୟ ଥିଲା ୧୦୦ ଟଙ୍କା। ମଁୁ ଯେତେବେଳେ ଦୋକାନୀଙ୍କୁ କେତେ ଟଙ୍କା ବୋଲି ପଚାରିଲି, ସେ ମୋତେ କହିଲେ ୧୦୦ ଟଙ୍କା। ମୁଁ ଆଶ୍ଚର୍ଯ୍ୟ ହେଲି। କାରଣ ୧୦ ଦିନ ଆଗରୁ ସେହି ସମାନ ଔଷଧକୁ ଆଉ ଗୋଟିଏ ଦୋକାନରୁ ମଁୁ ୯୦ ଟଙ୍କା ଦେଇ ଆଣିଥିଲି। ମୁଁ ସେହି ଦୋକାନୀଙ୍କୁ କହିଲି, ଭାଇ ୧୦ ଦିନ ଆଗରୁ ଏହି ଔଷଧ ମଁୁ ୯୦ ଟଙ୍କାରେ ନେଇଥିଲି। ଆପଣ କ’ଣ ୧୦୦ ଟଙ୍କା କହୁଛନ୍ତି। ସେ ଦୋକାନୀ ମୋତେ କହିଲେ ଆପଣ ଯେଉଁଠାରୁ ୯୦ ଟଙ୍କାରେ ନେଇଥିଲେ, ସେଠାରୁ ନିଅନ୍ତୁ। ମଁୁ ଭାବିଲି ବୋଧହୁଏ ଏହି ଦୋକାନୀ କିଛିବି ରିହାତି ଦିଅନ୍ତି ନାହଁି ା ବାଧ୍ୟ ହୋଇ ୧୦୦ ଟଙ୍କା ଦେଇ ସେହି ଔଷଧ ଆଣିଲି। କାରଣ ଆଉଗୋଟିଏ ଦୋକାନକୁ ଯିବା ପାଇଁ ସମୟ ନ ଥାଏ। ଯେଉଁ ଔଷଧ ଦୋକାନୀମାନେ ରିହାତି ଦେଉ ନାହାନ୍ତି ସେମାନେ ଅଧିକ ଲାଭ ପାଉଛନ୍ତି ା
ବଡ଼ ବଡ଼ ସହରରେ ଔଷଧ ଦୋକାନୀମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଏ କେତେ ରିହାତି ଦେଉଛନ୍ତି ତା’ର ବୋର୍ଡ ଲଗାଇଛନ୍ତି ା କିଏ ଲେଖିଥିବେ ୧୫ ଶତକଡ଼ା ତ କିଏ ଲେଖିଥିବେ ୨୦ ଶତକଡ଼ା। ପୁଣି ଯଦି କିଏ ଅଧିକ ମୂଲ୍ୟର ଔଷଧ ନେଲେ ରିହାତିର ପରିମାଣ ବଢ଼ିଯାଏ।
ମାଛ ମାଂସ ବଜାରରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳେ ା ମାଛ ବଜାରରେ ସମାନ ମାଛକୁ ବିଭିନ୍ନ ଦରରେ ବିକ୍ରି କରାଯାଉଥାଏ। ବେଳେ ବେଳେ ଶଢ଼ା ମାଛ ମଧ୍ୟ କିଣିବାକୁ ପଡ଼େ। ଆମ ରାଜ୍ୟରେ ମାଛ ଉପତ୍ାଦନ ଆଶାନୁରୂପ ହେଉ ନ ଥିବାରୁ ଆନ୍ଧ୍ରପ୍ରଦେଶରୁ ବହୁତ ମାଛ ବଜାରକୁ ଆସିଥାଏ ା ମାଛକୁ ଆମେ ବଜାରରୁ ବିଭିନ୍ନ ଦରରେ କିଣିଥାଉ। ସେହିପରି ଚିକେନ,ମଟନ୍‌ ମଧ୍ୟ ବିଭିନ୍ନ ଦରର ରହିଛି ା କେତେବେଳେ କେଉଁ ଦର ଥାଏ ତା’ର ଠିକଣା ନାହଁି ା ଯଦି ଦେଖିବା ପ୍ରାୟ ପ୍ରତ୍ୟେକ ଜିନିଷର ଦର ସମାନ ରହୁ ନାହଁି ା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଦୋକାନୀ ନିଜ ନିଜ ଦୋକାନ ଆଗରେ ଦର ତାଲିକା ଲଗାଇବା କଥା କିନ୍ତୁ ତାହା କେହି ପାଳନ କରୁନାହାନ୍ତି। ନିଜର ସୁବିଧା ଅନୁସାରେ ନିଜକୁ ସୁହାଇଲା ଭଳି ଦରରେ ଜିନିଷ ବିକ୍ରି କରୁଛନ୍ତି। ଏଭଳି ଅସମାନ ଦରପ୍ରତି ଜନସାଧାରଣ ସତର୍କ ରହିବା ଆବଶ୍ୟକ।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri