କାଗଜ ବାଘ

ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରାନ୍ତ ଏହାର ଧ୍ୱଂସାବଶେଷ ଉପରେ ଜାତିସଂଘ ଏକ ସ୍ବପ୍ନ ନେଇ ସ୍ଥାପିତ ହୋଇଥିଲା। ଏହାର ପ୍ରଧାନ ଲକ୍ଷ୍ୟ ହେଉଛି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା। କିନ୍ତୁ ଶାନ୍ତି ବଦଳରେ ବିଶ୍ୱରେ ଦିନକୁ ଦିନ ଅଶାନ୍ତିର ବାତାବରଣ ଏବଂ ଶୀତଳ ତଥା ପ୍ରତ୍ୟକ୍ଷ ଯୁଦ୍ଧ ଲାଗି ରହିଛି। ଆଜି ସେହି ସଂସ୍ଥା ନିଜେ ତିଷ୍ଠିବା ପାଇଁ ସଂଗ୍ରାମ କରୁଛି।
ଜାତିସଂଘର ରିପୋର୍ଟରୁ ଜଣାଯାଏ ଯେ ୨୦୨୪ରେ ଏହା ପକ୍ଷରୁ ୨୭,୦୦୦ ବୈଠକ କରାଯାଇ ୧୧,୦୦୦ ରିପୋର୍ଟ ପ୍ରକାଶିତ ହୋଇଥିଲା। ଅର୍ଥାତ୍‌ ଦୈନିକ ୭୪ଟି ବୈଠକ ଏବଂ ୩୦ଟି ରିପୋର୍ଟ। ହେଲେ ଏହିସବୁ ରିପୋର୍ଟ ପ୍ରଭାବରେ ଗାଜାର ଗୋଟିଏ ଶିଶୁ ବଞ୍ଚିଲା ନାହିଁ କିମ୍ବା ୟୁକ୍ରେନ ଉପରେ ବୋମାମାଡ଼ ହ୍ରାସ ହେଲା ନାହିଁ କି ସିରିଆରେ ଶରଣାର୍ଥୀଙ୍କ ସଂଖ୍ୟା କମିଲା ନାହିଁ। ଏଥିରୁ ସ୍ପଷ୍ଟ ଯେ ଜାତିସଂଘ ପ୍ରତ୍ୟକ୍ଷ ଯୁଦ୍ଧ ବନ୍ଦ କରିବା ଅପେକ୍ଷା ରିପୋର୍ଟ ଓ ବିବୃତି ଦେବାରେ ସମୟ ଅତିବାହିତ କରୁଛି। ବିଡମ୍ବନାର ବିଷୟ ଯେ, ଆଫ୍ରିକୀୟ ମହାଦେଶର ଦରିଦ୍ର ରାଷ୍ଟ୍ର ସୋମାଲିଆରେ ଅନାହାର, ଅର୍ଦ୍ଧାହାରରେ ମୃତ୍ୟୁବରଣ କରୁଥିବା ଶିଶୁ, ୟେମେନର ସମସ୍ତ ଭୋକିଲା ମା’ ଏବଂ ସୁଦାନର ଶରଣାର୍ଥୀଙ୍କ ନିକଟରେ ସମୟୋଚିତ ସାହାଯ୍ୟ ପହଞ୍ଚିପାରୁ ନାହିଁ। ଏଣେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଲାଗି ୪୦ ପ୍ରତିଶତ ଅର୍ଥ ହ୍ରାସ ହେବା ସଙ୍ଗେ ସଙ୍ଗେ ଶାନ୍ତି ରକ୍ଷା ବଜେଟ ପ୍ରାୟ ୨୫ ପ୍ରତିଶତ କମିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି ଯେ ମିଳିତ ଜାତିସଂଘ ମଧ୍ୟପ୍ରାଚ୍ୟ ହେଉ କି ୟୁକ୍ରେନରେ, କୌଣସି ସମସ୍ୟା ସମାଧାନ କରିପାରୁନାହିଁ। ପରିତାପର ବିଷୟ ଯେ ଟ୍ରମ୍ପ୍‌ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେଥିରେ ଜାତିସଂଘର ଶେଷ ନିଃଶ୍ୱାସ ତ୍ୟାଗ କରିବାଭଳି ଅବସ୍ଥା। ବିଶେଷ କରି ଜାତିସଂଘର ଶାନ୍ତି ରକ୍ଷାବାହିନୀ ନିମନ୍ତେ ଅଧା ଅନୁଦାନ ବନ୍ଦ କରିବାସହ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନେସ୍କୋରୁ ମଧ୍ୟ ବାହାରି ଯାଇଛନ୍ତି। ମାନବୀୟ ସହାୟତାର ଅନୁଦାନକୁ ମଧ୍ୟ ବନ୍ଦ କରିବାକୁ ସେ ପଛାଇ ନାହାନ୍ତି।
ସରକାରୀ ବିବରଣୀ ଅନୁଯାୟୀ ମିଳିତ ଜାତିସଂଘ ଗଠନ ୧୯୪୫ରେ ହେବା ପରଠାରୁ ମେ ୨୦୨୧ ପର୍ଯ୍ୟନ୍ତ ୭୬ ବର୍ଷ ଭିତରେ ଛୋଟ ବଡ ମିଶି ୪୭୮ଟି ଯୁଦ୍ଧ ସହ ବେସାମରିକ ବିଦ୍ରୋହ ସଂଗଠିତ ହୋଇଛି। ପ୍ରମୁଖ ପ୍ରତ୍ୟକ୍ଷ ଯୁଦ୍ଧଗୁଡିକ ମଧ୍ୟରୁ ୧୯୪୫ର ଭିଏଟନାମ ଯୁଦ୍ଧ , ୧୯୪୭ ର ଭାରତ -ପାକିସ୍ତାନ ଯୁଦ୍ଧ, ୧୯୪୮ର କୋରିଆ ଯୁଦ୍ଧ ଏବଂ ଆରବ- ଇସ୍ରାଏଲ ଯୁଦ୍ଧ ଏବଂ ୧୯୫୦ ର ଦ୍ୱିତୀୟ କୋରିଆ ଯୁଦ୍ଧ ପ୍ରଧାନ। ଏହାଛଡା ୧୯୫୫ର ଭିଏଟନାମ ଯୁଦ୍ଧ,୧୯୫୮ର ଭିଏଟନାମ-ଲାଓସ ଯୁଦ୍ଧ, ୧୯୫୯ର କ୍ୟୁବା- ପାନାମା ଯୁଦ୍ଧ ଏବଂ ୧୯୬୨ର ଭରତ -ଚାଇନା ଯୁଦ୍ଧ ପ୍ରଧାନ। ପରେ ପରେ ଯେଉଁ ଯୁଦ୍ଧଗୁଡିକ ସଂଗଠିତ ହୋଇଛି ସେଗୁଡିକ ହେଲା ଭରତ-ପାକିସ୍ତାନ ଯୁଦ୍ଧ, ବାଂଲାଦେଶ ଗଠନ ନିମନ୍ତେ ଭାରତ – ପାକିସ୍ତାନ ଯୁଦ୍ଧ ଏବଂ ୧୯୭୭ର ଇଜିପ୍ଟ -ଲିବିୟା ଯୁଦ୍ଧ ମଧ୍ୟ ପ୍ରମୁଖ ଯୁଦ୍ଧ ମଧ୍ୟରେ ଅନ୍ୟତମ। ଏହାପରେ ଅନେକ ଯୁଦ୍ଧ ସଂଗଠିତ ହୋଇଛି ଏବଂ ଚାଲୁ ରହିଛି। ବିଶେଷ କରି ରୁଷିଆ -ୟୁକ୍ରେନ ଯୁଦ୍ଧ ୨୨ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ଅବ୍ୟାହତ ରହିଛି। କିନ୍ତୁ ୭ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଦୀର୍ଘ ଦୁଇ ବର୍ଷ ପରେ ସାମୟିକ ଭାବେ ବନ୍ଦ ରହିଲେ ମଧ୍ୟ ମଝିରେ ମଝିରେ ଉତ୍ତେଜନା ପ୍ରକାଶ ପାଉଛି॥ ଏ ସବୁ ଯୁଦ୍ଧକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ମିଳିତ ଜାତିସଂଘ ନିଜର କର୍ତ୍ତୁତ୍ୱ ହରାଇସାରିଛି। ଏଭଳି ଦୃଶ୍ୟପଟରେ ଆମେରିକା, ରୁଷିଆ ଏବଂ ୟୁରୋପୀୟ ସଂଘ ଏବେ ନିଜର କୂଟନୀତି ବଳରେ ବିଶ୍ୱର ଅନ୍ୟ ଦେଶକୁ ନିଜର ମାରଣାସ୍ତ୍ର ବିକ୍ରୟ କରି ପାଣ୍ଠି ସୁଦୃଢ଼ କରିବାରେ ବ୍ୟସ୍ତ।
ମିଳିତ ଜାତିସଂଘରେ ଏବେ ଦରକାର ମୌଳିକ ପରିବର୍ତ୍ତନ। ୧୯୪୫ରେ ଯେଉଁ ବିଶ୍ୱ ପରିସ୍ଥିତି ଥିଲା ୨୦୨୫ରେ ସେହି ସ୍ଥିତି ନାହିଁ। ୧୯୪୫ରେ ବିଶ୍ୱ ଚଳାଇବାରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଏବଂ ଚାଇନାର ବିଶେଷ ଭୂମିକା ଥିଲା। ଆଜି ସମୟ ବଦଳିବା ସଙ୍ଗେ ସଙ୍ଗେ ପରିସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ବିକାଶଶୀଳ ଦେଶ ଯଥା ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏପରିକି ଇଣ୍ଡୋନେସିଆ ଏବଂ ନାଇଜେରିଆ ଭଳି ଦେଶ ମଧ୍ୟ ସ୍ବର ଉତ୍ତୋଳନ କରି ନିଜର ଅସନ୍ତୋଷ ଜାହିର କରୁଛନ୍ତି। ବିଡମ୍ବନାର ବିଷୟ ଯେ ଆଜି ମଧ୍ୟ ମିଳିତ ଜାତିସଂଘ ପୁରାତନ ଢାଞ୍ଚାରେ, ଯେଉଁଠି ସୁରକ୍ଷା ପରିଷଦର ୫ଟି ଉନ୍ନତ ଏବଂ ଶକ୍ତିଶାଳୀ ଦେଶ ନିଷ୍ପତ୍ତି ନିଅନ୍ତି ଏବଂ ଅବଶିଷ୍ଟ ୧୯୦ଟି ଦେଶ କେବଳ ଦେଖଣାହାରୀ ପାଲଟି ନେପଥ୍ୟେ କୋଳାହଳ କରନ୍ତି।
ଆଜି ସମୟ ବଦଳିଛି ଏବଂ ସୁଯୋଗ ଆସିଛି। ଜାତିସଂଘର ମୂଳ ଲକ୍ଷ୍ୟ ବିଶ୍ୱ ଶାନ୍ତି, ସହଯୋଗ ଏବଂ ମାନବତା ରକ୍ଷା ନିମନ୍ତେ ସମସ୍ତ ଦେଶକୁ ଉପଯୁକ୍ତ ସମ ପରିମାଣର କ୍ଷମତା ପ୍ରଦାନ କରାଯିବା ଉଚିତ, ଯାହା ଫଳରେ ଉପରୋକ୍ତ ଲକ୍ଷ୍ୟ ପୂରଣ ହୋଇପାରିବ। ଅନ୍ୟଥା ମିଳିତ ଜାତିସଂଘ କେବଳ କାଗଜ ବାଘ ହୋଇ ରହିବା ସହ କେବଳ ବୈଠକ ଏବଂ ରିପୋର୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ହୋଇ ନିଜର ମୂଳ ଲକ୍ଷ୍ୟ ଭୁଲି ସାରିଥିବ। ସୁତରାଂ ବିଶ୍ୱର ବିକାଶଶୀଳ ଏବଂ ଦରିଦ୍ର ରାଷ୍ଟ୍ର ସବୁ ମିଳିତ ଭାବେ ଉପଯୁକ୍ତ ସମୟୋପଯୋଗୀ ମୌଳିକ ପରିବର୍ତ୍ତନ ନିମନ୍ତେ ଚେଷ୍ଟିତ ହେବା ଜରୁରୀ।
ଅଭିନବବିଡାନାସୀ, କଟକ
ମୋ: ୭୦୦୮୩୫୦୪୭୭


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri