ରାସ୍ତାରେ ଧାନଗଛ ରୋଇଲେ ଉତ୍ତ୍ୟକ୍ତ ମହିଳା

ବଡ଼ସାହି,୪ା୯(ସ୍ବ.ପ୍ର)- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗମନାଗମନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ା ମାତ୍ର ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଆନ୍ତରିକତା ଅଭାବରୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ଦୀର୍ଘ ଦିନର ଦାବି ପୂରଣ ହୋଇପାରୁ ନ ଥିବାରୁ ନିରୁପାୟ ହୋଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାସ୍ତା ଉପରେ ଧାନଗଛ ଲଗାଇଛନ୍ତି ା ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ପ୍ରତାପପୁର ପଞ୍ଚାୟତ ବାଥୁଡିବନ୍ଧ ଗ୍ରାମରେ ା
ଏହି ଗ୍ରାମର ୧୦ନଂ. ୱାର୍ଡରେ ୧୫୦ ପରିବାର ରହୁଥିବା ବେଳେ ୮ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି ା ଗାଁ ଠାରୁ ସାନନୂଆଗାଁ ପର୍ଯ୍ୟନ୍ତ ଯାଇଥିବା ୧ କି.ମି ପାଖାପାଖି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଫଳରେ ଯାତାୟାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି ା ଏହି ରାସ୍ତା ଦେଇ ପ୍ରତିଦିନ ୭ରୁ ୮ଶହ ଲୋକ ଯିବା ଆସିବା କରିଥାନ୍ତି। ଏହା ବ୍ୟତୀତ ପଞ୍ଚାୟତର ଅଧିକାଂଶ ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଚଳପ୍ରଚଳ କରିଥାନ୍ତି। ଗ୍ରାମର ମନୋରଞ୍ଜନ ପ୍ରଧାନ, କାର୍ତ୍ତିକ ପ୍ରଧାନ, ରାଜୀବ ଗିରି, ଅମ୍ବିକା ଶଙ୍କର ଗିରି କୁହନ୍ତି, ସାମାନ୍ୟ ବର୍ଷା ହେଲେ ବଡ଼ ବଡ଼ ଗାତଗୁଡିକ ପାଣି କାଦୁଅରେ ଭର୍ତ୍ତି ହୋଇଯାଇଥାଏ। ଏପରି କି ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଥାଏ। ୩ ଚକିଆ କିମ୍ବା ଚାରି ଚକିଆ ଯାନ ଗାଁରେ ପଶିପାରେ ନାହିଁ ା ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ମଧ୍ୟ ଗାଁକୁ ଯାଇପାରେ ନାହିଁ। ବାଧ୍ୟରେ ଯିବାଆସିବା କରୁଥିବା ଚାରିଚକିଆ ଯାନଗୁଡିକ କାଦୁଅରେ ଫସିଯାଇ ହଇରାଣ ହରକତ ହୋଇଥାନ୍ତି ା ଏପରି କି ପ୍ରତିଦିନ ସ୍କୁଲକୁ ଯାଉଥିବା ଛାତ୍ରୀଛାତ୍ରମାନେ ଏହି ରାସ୍ତାରେ ଗୋଡ଼ ଖସିଯାଇ ପାଣି କାଦୁଅରେ ସରସର ହୋଇ ଘରକୁ ଫେରିଥାନ୍ତି ା ରୋଗୀ କିମ୍ବା ପ୍ରସୂତିମାନଙ୍କୁ ଡାକ୍ତରଖାନା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଜକୁ ୧୫ବର୍ଷ ହେବ ପଞ୍ଚାୟତ କିମ୍ବା ବ୍ଲକ ପକ୍ଷରୁ ରାସ୍ତାରେ ମୁଠାଏ ମାଟି କିମ୍ବା ମୋରମ ପଡିନାହିଁ ବୋଲି ମାଆ ତାରିଣୀ, ମା ବିରଜା ଓ ମାଆ ହଳଦୀଗୁଣ୍ଡି ଏସଏସଜି ଗ୍ରୁପର ମହିଳାମାନେ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବିଭାଗର ଏପରି ଦାୟିତ୍ୱହୀନତା ଓ ଅବହେଳାକୁ ସାଧାରଣରେ ନିନ୍ଦା କରାଯାଇଛି ା ଦୀର୍ଘ ଦିନରୁ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାଟିକୁ କଂକ୍ରିଟ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡୁନାହିଁ ା ଏଭଳି ପରିସ୍ଥିତିରେ ଗ୍ରାମର ଏସ୍‌ଏସ୍‌ଜି ମହିଳାମାନେ ଉତ୍ତ୍ୟକ୍ତ ହୋଇ କାଦୁଅ ରାସ୍ତାରେ ଧାନଗଛ ଲଗାଇଛନ୍ତି ା ୧୫ ଦିନ ମଧ୍ୟରେ ରାସ୍ତା ମରାମତି କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଗ୍ରାମର ଅଜିତ ନାଏକ, ଅନୀଲ ନାଏକ, ଅଲେଖ ଗିରି, ସନିଆ ନାଏକ, ବିକର୍ତ୍ତନ ନାଏକଙ୍କ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା ଏ ସମ୍ପର୍କରେ ସରପଞ୍ଚ ସସ୍ମିତା ନାଏକ କୁହନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତାରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଆକ୍ସନ ପ୍ଲାନ ପାସ୍‌ ହୋଇ ପଞ୍ଚାୟତକୁ ଆସିଛି ା ବର୍ଷା ଋତୁ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ତେବେ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ଅଧିକ ୨ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ା ଚଳିତ ବର୍ଷ ଆକ୍ସନ ପ୍ଲାନରେ ମଞ୍ଜୁର ହେଲେ ସମ୍ପୂର୍ଣ୍ଣ ରାସ୍ତା କଂକ୍ରିଟ ହୋଇପାରିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ପ୍ରେସମିଟ୍‌ରେ କହିଲେ ପାଣ୍ଡିଆନ, ୨୦୨୪ରେ ବିଜେଡି ହାତେଇବ କେତେ ସିଟ୍‌?

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ରହିଛି। ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ଖୋଲା ମଞ୍ଚରେ ବିଜେଡିକୁ ଟାର୍ଗେଟ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri