Posted inଜାତୀୟ

ଆପଣଙ୍କ ଡିଗ୍ରୀ ଗଲା ଚୁଲିକୁ, ଭାରତର ଏହି ସହରରେ ଅଟୋ ଡ୍ରାଇଭରଙ୍କ ମାସିକ ରୋଜଗାର ୩ ଲକ୍ଷ ଟଙ୍କା

ବାଙ୍ଗାଲୋରୁ,୫ା୧୦: ଏକ ସାଧାରଣ ଅଟୋରିକ୍ସା ଯାତ୍ରା ଜଣେ ଇଞ୍ଜିନିୟରଙ୍କ ପାଇଁ ଆଶ୍ଚର୍ଯ୍ୟକର ଅନୁଭୂତିରେ ପରିଣତ ହୋଇଛି। ଅକ୍ଟୋବର ୪ ତାରିଖ ଦିନ ଆକାଶ ଆନନ୍ଦନୀ ନାମକ ଜଣେ ଟେକ୍‌ ଇଞ୍ଜିନିୟର ବାଙ୍ଗାଲୋରୁରେ ଅଟୋରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଅଟୋ ଡ୍ରାଇଭରଙ୍କ ମୁଖରୁ ବାହାରୁଥିବା କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରାଇଭର କହିଛନ୍ତି ଯେ ତାଙ୍କର ୪-୫ କୋଟି ତାଙ୍କ ମୂଲ୍ୟର ୨ଟି ଘର ରହିଛି, ଯେଉଁଥିରୁ ପ୍ରତିମାସରେ ୨-୩ ଲକ୍ଷ ଟଙ୍କା ଭଡା ଆୟ ହୁଏ। ଏହା ସହିତ ସେ ଏକ ଏଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ସ୍ଟାର୍ଟଅପ୍‌ରେ ଫାଉଣ୍ଡର୍‌ ଓ ଇନଭେଷ୍ଟର ବୋଲି ଜଣାଇଛନ୍ତି। ଆନନ୍ଦନୀ କହିଛନ୍ତି ଯେ ସେ ଡ୍ରାଇଭରଙ୍କ ହାତରେ ଆପଲ୍‌ ୱାଚ୍‌ ଓ କାନରେ ଏୟାର୍‌ପଡ୍‌ସ୍‌ ଦେଖି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ସେ କେବଳ ଉଇକେଣ୍ଡ ସମୟରେ ଅଟୋ ଚଳାଇଥାନ୍ତି, ଯାହାକୁ ସେ ନିଜର ପ୍ରଥମ ଚାକିରି ବୋଲି ମାନନ୍ତି।

ଏହି ଅବିଶ୍ୱାସଯୋଗ୍ୟ କାହାଣୀକୁ ଆନନ୍ଦନୀ ସୋସିଆଲ ମିଡ଼ିଆ ଏକ୍ସ୍‌’ରେ ପୋଷ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି, “ବାଙ୍ଗାଲୋରୁ ଆଶ୍ଚର୍ଯ୍ୟଜନକ! ଅଟୋ ବାଲା ଭାଇ କହୁଛନ୍ତି ତାଙ୍କର ୪-୫ କୋଟି ଟଙ୍କା ମୂଲ୍ୟର ୨ଟି ଘର ରହିଛି, ପ୍ରତ୍ୟେକରୁ ୨-୩ ଲକ୍ଷ ଟଙ୍କା ମାସିକ ଭଡା ଆୟ, ଏବଂ ଏକ ଏଆଇ ସ୍ଟାର୍ଟଅପ୍‌ରେ ଫାଉଣ୍ଡର/ଇନଭେଷ୍ଟର। ଏ ଭାଇ…!” ଏହି ପୋଷ୍ଟ କ୍ଷଣିକରେ ଭାଇରାଲ୍‌ ହୋଇଯାଇଛି।

ଲୋକମାନେ ଏହି ପୋଷ୍ଟ ଦେଖି ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେତେକ ଡ୍ରାଇଭରଙ୍କ ଅସାଧାରଣ ଉଦ୍ୟମଶୀଳତାରେ ପ୍ରଶଂସା କରୁଛନ୍ତି, ଅନ୍ୟମାନେ ଏହାକୁ କାଳ୍ପନିକ କାହାଣୀ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି। ଏକ ୟୁଜର କହିଛନ୍ତି, “ଏହା କାରଣରୁ ବାଙ୍ଗାଲୋରୁ ସ୍ଟାର୍ଟଅପ୍‌ ରାଜଧାନୀ— ଅଟୋ ଡ୍ରାଇଭରମାନେ ବି ଇନଭେଷ୍ଟର!” ଅନ୍ୟ ଏକ କହିଛନ୍ତି, “ଏହା ବଲିଉଡ୍‌ର ସିନେମା ପରି ଲାଗୁଛି।” ତେବେ ଆନନ୍ଦନୀ ଏହାକୁ ସତ୍ୟ ବୋଲି ଜଢ଼ାଇଛନ୍ତି।

ଏକ ତୃତୀୟ ୟୁଜର ଲେଖିଛନ୍ତି, “ଯଦି ସେ ଇନ୍ଭେଷ୍ଟର୍‌ ହେବେ ତେବେ ଏହା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ, କାରଣ ଏହା କେବଳ ଟଙ୍କାର ଆବଶ୍ୟକତା। କିନ୍ତୁ ଫାଉଣ୍ଡର୍‌ ହେବାର କାହାଣୀ କୁଲ୍‌ ଡୁଡ୍‌ସଙ୍କୁ ଇମ୍‌ପ୍ରେସ୍‌ କରିବା ପାଇଁ ଗଢ଼ା ହୋଇଥାଏ।”

ଅନ୍ୟ ଜଣେ କହିଛନ୍ତି, “ସମ୍ଭବ। ବାଙ୍ଗାଲୋରୁରେ ଏକଲାପଣ ଏକ ବଡ଼ ସମସ୍ୟା। ଏଠାରେ କେତେକ ଅଧିକ ଆୟ କରୁଥିବା ଲୋକେ ଟାକ୍ସି ହବି ଭାବେ ଚଳାନ୍ତି— ଟଙ୍କା ପାଇଁ ନୁହେଁ, ଏକଲାପଣ ଦୂର କରିବା ପାଇଁ। ମୁଁ ଅନେକ ଏଭଳି କେସ୍‌ ଶୁଣିଛି।” ଏହି ଘଟଣା ବାଙ୍ଗାଲୋରୁର ଜୀବନଶୈଳୀ ଓ ସ୍ଟାର୍ଟଅପ୍‌ ସଂସ୍କୃତିର ଏକ ପ୍ରତିଫଳନ୍‌ ବୋଲି ମନେ ହେଉଛି, ଯାହା ସାଧାରଣ ଲୋକଙ୍କୁ ବି ଅସାଧାରଣ ସଫଳତା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri