ଗୋଟିଏ ବର୍ଷର ଏକ୍ସପେରିଏନ୍ସ ରହିଲେ ମାସକୁ ମିଳିବ ୫୦ ଲକ୍ଷ ଟଙ୍କା ଦରମା, ଜାଣନ୍ତୁ କେଉଁ ଚାକିରି…

ନୂଆଦିଲ୍ଲୀ,୪।୧୦: ପ୍ରାଇଭେଟ୍‌ ମଲ୍‌ଟିନ୍ୟାସନାଲ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ଖୁସିର ଖବର। ServiceNow ନାମକ ଏକ କମ୍ପାନୀ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦ ପାଇଁ ଆବେଦନ ପ୍ରକ୍ରିୟା ବାହାର କରିଛି। ଏହି ପ୍ରାଇଭେଟ୍‌ ନିଯୁକ୍ତିରେ ଉଚ୍ଚ ଦରମା ସହିତ ଅନେକ ଅନ୍ୟାନ୍ୟ ସୁବିଧା ମିଳିବ। ଏଥିରେ ଜଏନିଂ ବୋନସ୍‌, ଫ୍ଲାଇଟ୍‌ ଟିକେଟ୍‌, ରିଲୋକେସନ ବୋନସ୍‌ ଏବଂ ହୋଟେଲରେ ରହଣି ଭଳି ସୁବିଧା ସାମିଲ ରହିଛି। ଏହି ପ୍ରାଇଭେଟ୍‌ ନିଯୁକ୍ତି ସହ ଜଡ଼ିତ ସମସ୍ତ ବିବରଣୀ https://careers.servicenow.com/jobs/ ରେ ଦେଖିପାରିବେ।

ସଫ୍ଟୱେୟାର ଇଞ୍ଜିନିୟର ପାଇଁ ଏହି ପଦବୀ କମ୍ପାନୀର ହାଇଦ୍ରାବାଦ ଲୋକେସନ ପାଇଁ ରହିଛି। ଏହି ସହର ପାଇଁ ସିନିୟର ସର୍ଭିସନାଉ ଡେଭେଲପର, ଷ୍ଟାଫ ସଲ୍ୟୁସନ ଆର୍କିଟେକ୍ଟ ଏବଂ ସିନିୟର ପ୍ଲାଟଫର୍ମ ଆଡମିନିଷ୍ଟ୍ରେଟର ଭଳି ପଦବୀଗୁଡ଼ିକ ପାଇଁ ମଧ୍ୟ ନିଯୁକ୍ତି ଚାଲିଛି। ସଫ୍ଟୱେୟାର ଇଞ୍ଜିନିୟର ପଦ ପାଇଁ ଆବେଦନକାରୀମାନଙ୍କୁ ୪ଟି ରାଉଣ୍ଡର ଇଣ୍ଟରଭ୍ୟୁ ପାସ୍‌ କରିବାକୁ ହେବ। ଏହି ଚାରି ରାଉଣ୍ଡରେ ଭିନ୍ନ ଭିନ୍ନ ପ୍ରକାରର ଥିଓରୀ ଓ ପ୍ରାକ୍ଟିକାଲ ପ୍ରଶ୍ନ ପଚରାଯିବ। ମନୋନୀତ ପ୍ରାର୍ଥୀମାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଏଥିପାଇଁ ୧ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ।

ServiceNowରେ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦର ଦରମା ୫୦ ଲକ୍ଷ+ CTC (ବାର୍ଷିକ) ବୋଲି କୁହାଯାଉଛି। ଏଥିରେ ବେସ୍‌ ସାଲାରୀ ପ୍ରାୟ ୨୩ ଲକ୍ଷ ଟଙ୍କା (ପିଏଫ ଓ ଗ୍ରାଚ୍ୟୁଟି ବାଦ୍‌ ଦେଇ)। ପିଏଫ ଓ ଗ୍ରାଚ୍ୟୁଟି ମିଶାଇ ୧,୫୪,୦୦୦ ଟଙ୍କା ମିଳିବ। ଯଦି ଆପଣ ଅନ୍ୟ ସହରରୁ ହାଇଦ୍ରାବାଦକୁ ସ୍ଥାନାନ୍ତର ହୁଅନ୍ତି, ତେବେ ରିଲୋକେସନ ବୋନସ୍‌ ଭାବେ ୨୦,୦୦୦ ଟଙ୍କା, ଏୟାର ଟିକେଟ୍‌ ଏବଂ ୧୫ ଦିନର ହୋଟେଲ ରହଣି ମିଳିବ। ଏହା ବ୍ୟତୀତ, ୨,୩୦,୦୦୦ ଟଙ୍କାର ବୋନସ୍‌ ମଧ୍ୟ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri