ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୧୪ା୩:ଇରାନ୍‌ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା ୧୦ ନିୟୁତ ଡଲାର (ପ୍ରାୟ ୯୨,୪୭,୪୮,୦୦୦ ଟଙ୍କା) ପୁରସ୍କାର ଦେବ। ଆମେରିକା ନ୍ୟାୟ ଷ୍ଟେଟ୍‌ ଡିପାର୍ଟମେଣ୍ଟର ରିଓ୍ବାଡର୍‌ସ ଫର୍‌ ଜଷ୍ଟିସ୍‌ ପ୍ରୋଗ୍ରାମ ଅଧୀନରେ ଏହି ଅର୍ଥରାଶି ପ୍ରଦାନ କରାଯିବ ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ଏହି ବ୍ୟକ୍ତିମାନେ ଆଇଆର୍‌ଜିସିର ବିଭିନ୍ନ ତତ୍ତ୍ୱଙ୍କୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିବା ସହ ନିର୍ଦ୍ଦେଶ ଦେଇଥାନ୍ତି, ଯେଉଁମାନେ କି ସାରା ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପର ଯୋଜନା, ଆୟୋଜନ ଓ ସମ୍ପାଦନ କରିଥାନ୍ତି ବୋଲି କୂଟନୈତିକ ନିରାପତ୍ତା ସେବା ଅଧୀନରେ ପରିଚାଳିତ ରିଓ୍ବାଡର୍‌ସ ଫର୍‌ ଜଷ୍ଟିସ୍‌ ପ୍ରୋଗ୍ରାମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏଥିରେ ମୋଜତବାଙ୍କ ସହ ସୁପ୍ରିମ ଲିଡରଙ୍କ ଅଫିସ୍‌ର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଅଲୀ ଅସ୍‌ଘର ହେଜାଜି ଓ ଇରାନ୍‌ ସିକ୍ୟୁରିଟି ଚିଫ୍‌ ଅଲୀ ଲାରିଜାନିଙ୍କ ନାମ ଉଲ୍ଲେଖ ରହିଛି। କେତେଜଣ ନେତାଙ୍କ ଫଟୋ ଉପଲବ୍ଧ ନ ଥିବାରୁ ସେମାନଙ୍କ ଫଟୋ ଉକ୍ତ ତାଲିକାରେ ଦିଆଯାଇନାହିଁ। ଏହି ବ୍ୟକ୍ତିମାନଙ୍କ କିମ୍ବା ଆଇଆର୍‌ଜିସିର ଅନ୍ୟ ପ୍ରମୁଖ ନେତାମାନଙ୍କ ସମ୍ପର୍କରେ କାହା ପାଖରେ ସୂଚନା ଥିଲେ ଟୋର୍‌ଭିତ୍ତିକ ଟିପ୍‌ଲାଇନ୍‌ କିମ୍ବା ସିଗ୍ନାଲ ଜରିଆରେ ତଥ୍ୟ ପ୍ରେରଣ ପାଇଁ ଆହ୍ବାନ ଦିଆଯାଇଛି। ଇରାନ୍‌ ବିରୋଧୀ ଯୁଦ୍ଧ ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସେନା ଆଗାମୀ ଦିନରେ ତେହରାନ୍‌ର ବିଭିନ୍ନ ସ୍ଥାନରେ ଅକ୍ରମଣକୁ ଆହୁରି ତୀବ୍ରତର କରାଯିବ ବୋଲି ଏକ ସାକ୍ଷାତ୍‌କାରରେ ଚେତାବନୀ ଦେଇଛନ୍ତି। ସାକ୍ଷାତ୍‌କାର ପରେ ଉକ୍ତ ତାଲିକା ଜାରି କରାଯାଇଥିବାରୁ ଏହା ବିଶେଷ ଗୁରୁତ୍ୱ ବହନ କରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଥ୍‌ରୁମ୍‌ରେ ଗାଧୋଉଥିଲେ ମହିଳା, ଲୁଚିକି ଭିଡିଓ କରୁଥିଲେ ୨ କ୍ରିକେଟର୍‌: ବାନ୍ଧିଲା ପୋଲିସ

କଲମ୍ବୋ,୧।୫: ଚଳିତ IPL 2026 ସିଜିନ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଦଳର ଦୁଇ ଖେଳାଳିଙ୍କୁ ଏକ…

ଆଜିଠାରୁ ପରିବର୍ତ୍ତନ ହେଲା ଦେଶରେ ଏହିସବୁ ନିୟମ: ଆପଣଙ୍କ ପକେଟ ଉପରେ କେତେ ପ୍ରଭାବ ପକାଇବ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୫: ମେ ୧ ତାରିଖରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏଗୁଡ଼ିକ ଆପଣଙ୍କ ଘରର ରୋଷେଇ ଘର, ଯାତ୍ରା ଏବଂ ମୋବାଇଲ ଗେମିଂ ଉପରେ…

ଏହି ଦିନ ପର୍ଯ୍ୟନ୍ତ ହେବ କାଳବୈଶାଖୀ ବର୍ଷା: ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର,୧ା୫ (ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ପାଇଁ ଗୁରୁବାର ତାପମାତ୍ରା…

ନବୀନଙ୍କୁ ନେଇ ଏମିତି କହିଦେଲେ ପ୍ରଭାତୀ ପରିଡା: ଛଳନା କରି…

ଭୁବନେଶ୍ୱର,୧ା୫(ରବିନାରାୟଣ ଜେନା):ବିଧାନସଭାର ସ୍ବତନ୍ତ୍ର ଅଧିବେଶନ କାଳରେ ଗୁରୁବାର ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବର୍ଷିଛନ୍ତି। ପ୍ରଭାତୀ କହିଛନ୍ତି, ଆଜି ବିରୋଧୀ ଦଳ…

ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ: ୮୦ ପରିବାର ହନ୍ତସନ୍ତ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ପଞ୍ଚାୟତ କୁଶମେଲ ଗ୍ରାମର ପୁରୁଣା କଲୋନୀ ବସ୍ତିରେ ପ୍ରାୟ ୧ ମାସ ହେବ ପିଇବା ପାଣିର ଘୋର ଅଭାବ…

ଧରିତ୍ରୀ ପ୍ରଭାବ: ଟ୍ରାଫିକ ପୋଷ୍ଟରେ ଛପର ନିର୍ମାଣ

ନୂଆପଡ଼ା,୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ କିଛିଦିନ ହେଲା ପାରଦ ଉପରମୁହାଁ ହେବାରେ ଲାଗିଛି ା ଏପରି ସମୟରେ ସହରର ପ୍ରମୁଖ ଏକତା ଛକଠାରେ ଥିବା ଟ୍ରାଫିକ…

ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଚମତ୍କାର ପ୍ରଦର୍ଶନ: ସଂସ୍କୃତି ଟପ୍ପର

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷବର୍ଷ ପରୀକ୍ଷାଫଳରେ ବରଗଡ଼ର ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଉତ୍କୃଷ୍ଟ…

୯୯୩ ଟଙ୍କା ବଢ଼ିଲା ଗ୍ୟାସ ସିଲିଣ୍ଡର ଦର: ଆଜିଠୁ ଲାଗୁ

ନୂଆଦିଲ୍ଲୀ,୧।୫: ମେ ୧ରୁ ସାରା ଦେଶରେ ନୂତନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲାଗୁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦେଶର ସରକାରୀ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri