କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ନିଜ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଯାଇଛନ୍ତି। ମାତ୍ର ବାକି ୬ ଜଣ ବିଧାୟକ ଓଡ଼ିଶାରେ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ଓଡ଼ିଶାରେ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବିଧାୟକ ଦାଶରଥି ଗମାଙ୍ଗ କଂଗ୍ରେସର କୌଣସି ନେତାଙ୍କୁ ଧରାଛୁଅଁା ଦେଉନାହାନ୍ତି। ଟେଲିଫୋନ୍‌ ଯୋଗେ ମଧ୍ୟ ଦଳର ନେତୃତ୍ୱଙ୍କ ସହିତ ସେ ଯୋଗାଯୋଗ ରଖୁ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଜଣେ ବରିଷ୍ଠ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦାଶରଥିଙ୍କ ସହ ଦଳ ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରୁ ନ ଥିବାବେଳେ ସେ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ। ଦଳର ୨ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ତାଙ୍କ ବିଷୟରେ ଜାଣିଥିଲେ ସୁଦ୍ଧା ସେମାନେ ନ ଜାଣିବା ଭଳି ଅଭିନୟ କରୁଥିବା ସେ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ପକ୍ଷରୁ ଶୁକ୍ରବାର, ଶନିବାର ଏବଂ ରବିବାର ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବା ଲାଗି ଗୁରୁବାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହ୍ବିପ୍‌ ଜାରି କରିଥିଲେ। ମାତ୍ର କାଡାମଙ୍କ ହ୍ବିପ୍‌କୁ ଭାଙ୍ଗି ଭକ୍ତ ୮ ବିଧାୟକଙ୍କୁ କାହିଁକି ରାଜ୍ୟ ବାହାରକୁ ନେଇକି ଗଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ ତାରାପ୍ରସାଦ ବାହିନୀପତି ବିଧାୟକମାନେ ନିଜ ଇଚ୍ଛାରେ ବୁଲିବାକୁ ଯାଇଥିବା କହିଛନ୍ତି। ସୋଫିଆ କହିଛନ୍ତି ଏ ବିଷୟରେ ତାଙ୍କୁ କିଛି କୁହାଯାଇନି ସେ ଗଣମାଧ୍ୟମରୁ ଯାହା ଶୁଣିବାକୁ ପାଇଛନ୍ତି। କାଡାମ କହିଛନ୍ତି, ଘୋଡ଼ାବେପାର ପାଇଁ ଭାଜପା ଚେଷ୍ଟା କରିବା କାରଣରୁ କଂଗ୍ରେସ ବିଧାୟକମାନଙ୍କୁ ବାହାରକୁ ନିଆଯାଇଛି। ଅନ୍ୟପଟେ କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବେଙ୍ଗାଲୁରୁରେ ଥିବା ରାଜ୍ୟ କଂଗ୍ରେସ ବିଧାୟକମାନଙ୍କ ସହିତ ସାକ୍ଷାତ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ବିଧାୟକମାନଙ୍କୁ କିଣିବାକୁ ଭାଜପା ସରକାର ଚେଷ୍ଟା କରୁଥିଲେ। ସେମାନଙ୍କ ଜୀବନ ପ୍ରତି ବିପଦ ଥିଲା। ତେଣୁ ସେମାନଙ୍କୁ କର୍ନାଟକ ଅଣାଯାଇଥିବା ଶିବକୁମାର କହିଛନ୍ତି। ଏଥିରୁ ଗୋଟିଏ କଥା ବୁଝାପଡୁଛି କଂଗ୍ରେସ ନେତାମାନଙ୍କ କଥାବାର୍ତ୍ତାରେ ତାଳମେଳର ଘୋର ଅଭାବ ରହିଛି। କଂଗ୍ରେସର ୮ ବିଧାୟକ କାହିଁକି ବେଙ୍ଗାଲୁରୁ ଯାଇଛନ୍ତି ତାକୁ ନେଇ ସବୁ ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି, ଯେପରି କାହାର କାହା ସହିତ ଭଲ ସମ୍ପର୍କ ନାହିଁ। ରାଜ୍ୟ ସଭା ନିର୍ବାଚନ ଦିନ ଏହାର ଫାଇଦା ଉଠାଇବାକୁ ଭାଜପା ଏକ ନୂଆ ଯୋଜନା କରିପାରେ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ତାଙ୍କ କହିବା ମୁତାବକ, ଯିଏ ରାଜ୍ୟ ସଭା ନିର୍ବାଚନରେ ବିଜେଡିର ଏଜେଣ୍ଟ ହେବେ ସିଏ ଯଦି ପାଣ୍ଡିଆନଙ୍କ ଘନିଷ୍ଠ ହୋଇଥିବେ ତାହା ହେଲେ କଥା ଅଲଗା ହେବ। ବିଜେଡିର କେତେଜଣ କ୍ରସ୍‌ ଭୋଟିଂ କରିବା ସତ୍ତ୍ୱେ ସେ ଏକଥା ଲୁଚାଇବା ସହିତ କଂଗ୍ରେସ ମୁଣ୍ଡରେ ସେହି ଦୋଷ ଚାଲିଯାଇପାରେ ବୋଲି ସେ କହିଛନ୍ତି। ତେଣୁ ବିଜେଡିର ଏଜେଣ୍ଟ କିଏ ହେବେ ତା’କୁ ନେଇ ଚର୍ଚ୍ଚା ରହିଛି।
ସେହିପରି ବିଜେଡିର ୩ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ମଧ୍ୟରୁ ପ୍ରଥମ ଦିନ ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ୪୮ ବିଧାୟକଙ୍କ ମଧ୍ୟରୁ ୬ ଜଣ ଯଥା ସାରଦା ନାଏକ, ସୁଦର୍ଶନ ହରିପାଲ, ଚକ୍ରମଣି କହଁର, ସୌଭିକ ବିଶ୍ୱାଳ, ମନୋହର ରନ୍ଧାରୀ ଏବଂ ନବ କିଶୋର ମଲିକ ଅନୁପସ୍ଥିତ ଥିଲେ। ଏହି ୬ଜଣଙ୍କ ମଧ୍ୟରୁ ଜଣେ ବିଧାୟକ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ଜଣାଶୁଣା ଏକ ଘରୋଇ ହୋଟେଲରେ କିଛି ଆଲୋଚନା କରିଥିବା ବିଜେଡିର ଅନ୍ୟନେତାମାନେ ସନ୍ଦେହ କରି ପ୍ରଚାର କରୁଛନ୍ତି। ସୌଭିକ ଏବଂ ତାଙ୍କ ବାପା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବୁଝାଇବା ଲାଗି ଶୁକ୍ରବାର ବିଜେଡିର ୧୩ ଜଣ ବିଧାୟକ କଟକ ଯାଇଥିଲେ। ପ୍ରଥମେ ବିଧାୟକ ତୁଷାରକାନ୍ତି ବେହେରା ଯାଇ ପାଖାପାଖି ୩ ଘଣ୍ଟା ସେମାନଙ୍କ ସହିତ ଆଲୋଚନା କରିଥିବା ବେଳେ ସେ ଫେରିବା ପରେ ଆହୁରି ୧୨ ଜଣ ଯାଇଥିବା ଜଣାପଡ଼ିଥିଲା। ଏତେଜଣ ବୁଝାଇବା ପରେ ସୁଦ୍ଧା ସୌଭିକ ନବୀନ ନିବାସ ନ ଆସିବା କାରଣରୁ ୧୩ ବିଧାୟକ ତାଙ୍କ ମନ ପରିବର୍ତ୍ତନ କରିବାରେ ସଫଳ ହୋଇପାରି ନ ଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରାରମ୍ଭିକ ଭାଷଣ ରଖିଥିବା ବେଳେ ଅରୁଣ କୁମାର ସାହୁ ଭୋଟିଂ ନେଇ ଟ୍ରେନିଂ ଦେଇଥିଲେ। ଏହି ଅବସରରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦୁଇ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ଶପଥ କରାଇଥିଲେ। ଦୁଇ ପ୍ରାର୍ଥୀ ଶପଥ କରି କହିଥିଲେ ଭବିଷ୍ୟତରେ ସେମାନେ ବିଜୟୀ ହେଲେ ଆଉ ସୁଜିତ କୁମାର, ମମତା ମହନ୍ତ ଏବଂ ଅମର ପଟ୍ଟନାୟକଙ୍କ ଭଳି ଦଳ ଛାଡି ଯିବୁନାହିଁ। କେତେଜଣ ବିଧାୟକଙ୍କୁ ନେଇ ଶୁକ୍ରବାର ରାତିରେ ବିଧାୟକ ବିଶ୍ୱ ରଞ୍ଜନ ମଲିକଙ୍କ ସରକାରୀ ବାସଭବନରେ ଏକ ଭୋଜି ଆୟୋଜିତ ହୋଇଥିବା ଜଣାପଡ଼ିଛି।
ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଶାସକ ଦଳର ସବୁ ବିଧାୟକଙ୍କୁ ହ୍ବିପ୍‌ ଜାରି କରି ସମସ୍ତେ ଆସନ୍ତା ୧୬ ତାରିଖରେ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଅପରାହ୍ନ ୩ଟା ସମୟରେ ସବୁ ବିଧାୟକଙ୍କୁ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ସମସ୍ତଙ୍କ ପାଇଁ ରାଜ୍ୟ ସଭା ନେଇ ଏକ ଟ୍ରେନିଂ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ତେବେ ଭାଜପା ବିଧାୟକମାନେ ପାରାଦୀପର ଏକ ହୋଟେଲରେ ଶନିବାରଠାରୁ ଯାଇ ରହିବେ ବୋଲି ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇ ନ ଥିବା ଜଣେ ବିଧାୟକଙ୍କ ସୂତ୍ରରୁ ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?