୧୪ ଦିନରେ ଯୁଦ୍ଧ, କାହାର ସାମରିକ ରଣନୀତି ପ୍ରଭାବଶାଳୀ ଜାଣନ୍ତୁ…

ତେହରାନ,୧୩।୩: ଆମେରିକା ଫେବୃଆରୀ ୨୮ରେ ଇରାନ ବିରୋଧରେ ଅପରେଶନ ଏପିକ୍‌ ଫ୍ୟୁରି ଆରମ୍ଭ କରିଥିଲା। ଏଥିରେ ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ଶୀର୍ଷ ଜେନେରାଲଙ୍କୁ ହତ୍ୟା କରାଯାଇଥିଲା। ଏହା ସତ୍ତ୍ୱେ, ଇରାନ ଯୁଦ୍ଧ ଜାରି ରଖିଛି।

ଏପରିକ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏବଂ ଜଣେ ଶୀର୍ଷ ଆଇଆରଜିସି ଜେନେରାଲଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହି ଘଟଣା ୨୦୦୩ ଇରାକ ଆକ୍ରମଣର ସ୍ମୃତିକୁ ପୁଣି ଫେରାଇ ଆଣିଛି। ଯେତେବେଳେ ସଦ୍ଦାମ ହୁସେନଙ୍କ ସାମରିକ ଗଠନ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା।

ଇତି ମଧ୍ୟରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣର ୧୪ ଦିନ ମଧ୍ୟରେ ଇରାନ କେବଳ ଯୁଦ୍ଧରେ ରହିନାହିଁ ବରଂ ସମଗ୍ର ମଧ୍ୟପ୍ରାଚ୍ୟକୁ ଦୋହଲାଇ ଦେଇଛି। ଇରାନର ଆଶ୍ଚର୍ଯ୍ୟଜନକ ପ୍ରତିରୋଧ ପଛରେ ମେଜର ଜେନେରାଲ ମହମ୍ମଦ ଅଲି ଜାଫରୀଙ୍କ ସାମରିକ ରଣନୀତି ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି।

ଜାଫରୀ ୨୦୦୩ରେ ଇରାକ ଉପରେ ଆମେରିକାର ଆକ୍ରମଣକୁ ଅତି ନିକଟରୁ ଅଧ୍ୟୟନ କରିଥିଲେ। ସେ ଜାଣିଥିଲେ ଯେ, ଇରାକୀ ସେନାର ସବୁଠାରୁ ବଡ଼ ଦୁର୍ବଳତା ହେଉଛି କେନ୍ଦ୍ରୀୟ କମାଣ୍ଡ ଗଠନ ଏବଂ ଇରାକୀ କମାଣ୍ଡରମାନେ ସଦ୍ଦାମ ହୁସେନଙ୍କ ନିର୍ଦ୍ଦେଶ ବିନା ଗତି କରୁ ନ ଥିଲେ, ଫଳରେ ଆମେରିକା ଦ୍ୱାରା ସେମାନଙ୍କର ପରାଜୟ ଘଟିଥିଲା।

ମୋଜାଇକ ପ୍ରତିରକ୍ଷା ପ୍ରଣାଳୀ କ’ଣ?

ଇରାକରୁ ଶିକ୍ଷା ନେଇ, ଜେନେରାଲ ଜାଫାରି ଇରାନର ୩୧ଟି ପ୍ରଦେଶ ଉପରେ ଆଧାରିତ IRGCକୁ ୩୧ଟି ଅର୍ଦ୍ଧସ୍ବାୟତ୍ତ କମାଣ୍ଡରେ ବିଭକ୍ତ କରିଥିଲେ, ଯାହାକୁ ମୋଜାଇକ ପ୍ରତିରକ୍ଷା ପ୍ରଣାଳୀ ନାମରେ ନାମିତ କରାଯାଇଛି।

ଏହାର ଅର୍ଥ ହେଉଛି ସେନାକୁ ଛୋଟ, ସ୍ବଧୀନ ୟୁନିଟରେ ବିଭକ୍ତ କରିବା। ଜାଫାରୀ ପ୍ରତ୍ୟେକ ପ୍ରଦେଶ ପାଇଁ ସ୍ବଧୀନ ମୁଖ୍ୟାଳୟ, ଯୋଗାଯୋଗ ପ୍ରଣାଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସଂରକ୍ଷଣ ଏବଂ ଗୁପ୍ତଚର ସମ୍ପତ୍ତି ପ୍ରତିଷ୍ଠା କରିଛନ୍ତି। ଏହି କମାଣ୍ଡଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦିଓ ତେହେରାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୁଏ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ଉଚ୍ଛେଦ ହୁଏ, ସେମାନେ ପୂର୍ବ-ନିର୍ଦ୍ଧାରିତ ଯୋଜନା ଅନୁସାରେ ସ୍ବଧୀନ ଭାବେ ଯୁଦ୍ଧ କରି ପାରିବେ

ଇରାନର ଭୌଗୋଳିକ ସ୍ଥିତି, ଉଚ୍ଚ ପର୍ବତ ଏବଂ ବିସ୍ତୃତ ଆଭ୍ୟନ୍ତରୀଣକୁ ବ୍ୟବହାର କରି ଜାଫାରି ଏହି ରଣନୀତି ବିକଶିତ କରିଛନ୍ତି। ଏହା ଶତ୍ରୁ ସେନାକୁ ଏକ ଦୀର୍ଘ ଏବଂ କ୍ଳାନ୍ତକାରୀ ଯୁଦ୍ଧରେ ଫସାଇପାରେ। ପ୍ରମାଣ ଯେ, ଜାଫାରୀଙ୍କ ସ୍ବୟଂଚାଳିତ ମଡେଲ କାମ କରୁଛି। ଯଦିଓ ଆମେରିକା ଇରାନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଶୀର୍ଷ IRGC କମାଣ୍ଡରଙ୍କୁ ହତ୍ୟା କରାଯାଇଛି, ହେଲେ ଇରାନର ପ୍ରତିଶୋଧ ଅବିରତ ଜାରି ରହିଛି।

ଅନ୍ୟପକ୍ଷେ ପ୍ରଯୁକ୍ତିବିଦ୍ୟା ଏବଂ ଗୁଳିଚାଳନା ଶ୍ରେଷ୍ଠତା ସତ୍ତ୍ୱେ, ଆମେରିକା ଏବଂ ଇସ୍ରାଏଲ ଇରାନର ମୋଜାଇକ ପ୍ରତିରକ୍ଷା ବ୍ୟବସ୍ଥାକୁ ଲଙ୍ଘନ କରିବାକୁ ଅସମର୍ଥ ରହିଛି। ୨୦୦୫ରେ ଜେନେରାଲ ଜାଫାରିଙ୍କ ଦ୍ୱାରା ବୁଣାଯାଇଥିବା ବୀଜ ୨୦୨୬ରେ ଇରାନର ଅସ୍ତିତ୍ୱକୁ ବର୍ତ୍ତମାନ ସୁରକ୍ଷିତ ରଖିଛି। ଏହାରି ପଛରେ ମେଜର ଜେନେରାଲ ମହମ୍ମଦ ଅଲି ଜାଫରୀଙ୍କ ସାମରିକ ରଣନୀତି ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?