Posted inଜାତୀୟ

ଏଲ୍‌ପିଜି ସଙ୍କଟ: ପାର୍ଲାମେଣ୍ଟରେ ବିକ୍ଷୋଭ

ନୂଆଦିଲ୍ଲୀ,୧୪ା୩: ଏଲ୍‌ପିଜି ସଙ୍କଟକୁ ନେଇ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌ ପୁରୀଙ୍କଠାରୁ ଜବାବ ମାଗିଛନ୍ତି। ପ୍ରଥମେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପିମାନେ ସଂସଦ ଭବନ ବାହାରେ ପୋଷ୍ଟର ଧରି ଓ ଏଲ୍‌ପିଜି ସଙ୍କଟ ସ୍ଲୋଗାନ ଦେଇ ବିକ୍ଷୋଭ ଆରମ୍ଭ କରିଥିବାବେଳେ ଗ୍ୟାସ୍‌ ସିଲିଣ୍ଡର ଯାଉଛି କୁଆଡ଼େ ବୋଲି ପ୍ରଶ୍ନ କରିଥିଲେ। ବିକ୍ଷୋଭରେ କଂଗ୍ରେସ ସମେତ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳଗୁଡ଼ିକର ସାଂସଦମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଗ୍ୟାସ୍‌ ସିଲିଣ୍ଡର ନେଇ ଉଭାନ ହୋଇଯାଇଥିବା ଓ ଆତ୍ମସମର୍ପଣ କରିଥିବା ସେମାନେ ଅଭିଯୋଗ କରିଥିଲେ।
ଦେଶର ବିଭିନ୍ନ ଭାଗରେ ଏଲ୍‌ପିଜି ଅଭାବ ଅଭିଯୋଗ ହେଉଥିବାବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ବିରୋଧୀ ଦାବି କରିଥିଲେ। ଅନ୍ୟପକ୍ଷରେ ଶାସକ ମେଣ୍ଟର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ ଦେବା ସହ ଏଲ୍‌ପିଜି ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି।
ରନ୍ଧନ ଗ୍ୟାସ୍‌ର ଅତ୍ୟଧିକ ଅଭାବ ଦେଖାଦେଇଥିବାରୁ ଲୋକେ ଆତଙ୍କିତ ବୋଲି ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ସିଷ୍ଟମ୍‌ କ୍ରାସ୍‌ ଯୋଗୁ ଏଲ୍‌ପିଜି ବୁକିଂ ହୋଇପାରୁ ନାହିଁ। ଶତାଧିକ ଲୋକ ସିଲିଣ୍ଡର ବୁକିଂ ପାଇଁ ଧାଡ଼ିରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷାରେ ରହୁଛନ୍ତି। ସେପଟେ ଏଲ୍‌ପିଜିର ଅଭାବ ନାହିଁ, ଅଢ଼େଇ ଦିନ ମଧ୍ୟରେ ସିଲିଣ୍ଡର ମିଳିଯିବ ବୋଲି ସରକାର ପ୍ରତିଶ୍ରୁତି ଦେଉଛନ୍ତି। ତେବେ ବୁକିଂର ଅଢ଼େଇ ଦିନ ପରେ ଲୋକେ ସିଲିଣ୍ଡର ପାଉଛନ୍ତି କି ନାହିଁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ଯାଇ ତଦାରଖ କରନ୍ତୁ ବୋଲି ମହୁଆ ଚ୍ୟାଲେଞ୍ଜ କରିଛନ୍ତି। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିବା ସହ ଏଲ୍‌ପିଜି ପାଇବାର ୨୫ ଦିନ ପରେ ଆଉ ଏକ ସିଲିଣ୍ଡର ବୁକ୍‌ କରାଯାଇପାରିବ ବୋଲି କହୁଛନ୍ତି। ଏସବୁ ମିଛ। ପ୍ରଧାନମନ୍ତ୍ରୀ ଗତ ୫ ଦିନ ହେଲା ପାର୍ଲାମେଣ୍ଟକୁ ଆସୁନାହାନ୍ତି। ଏହା ବଦଳରେ ସେ ଭୋଟ ପ୍ରଚାର ପାଇଁ ନିର୍ବାଚନ ମେଶିନ୍‌ ପାଲଟିଛନ୍ତି, ଯାହାକି ଲଜ୍ଜାର ବିଷୟ ବୋଲି ମହୁଆ କହିଛନ୍ତି।
ପଶ୍ଚିମ ଏସିଆ ସଙ୍କଟ ଓ ଭାରତ ଉପରେ ଏହାର ପ୍ରଭାବ ପ୍ରସଙ୍ଗରେ ସବିଶେଷ ଆଲୋଚନା ପାଇଁ ବିରୋଧୀ ଦାବିକରି ଆସୁଛନ୍ତି। ଲୋକେ ଭୟଭୀତ ହୁଅନ୍ତୁ ନାହିଁ, ସର୍ବସାଧାରଣ ସ୍ବାର୍ଥର ସୁରକ୍ଷା ହେବ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ପ୍ରତିଶ୍ରୁତି ଦେଇଥିଲେ। ଏଲ୍‌ପିଜି ସଙ୍କଟର ସମାଧାନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ହେଲେ ବ୍ୟବସାୟିକ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶର ହୋଟେଲ ସେକ୍ଟର ପଙ୍ଗୁ ହୋଇଯାଇଥିବା ବିରୋଧୀ ଏମ୍‌ପିମାନେ ଅଭିଯୋଗା କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କର୍ମସିୟାଲ ପରେ ଏବେ ‘ଛୋଟୁ’ର ବି ବଢିଲା ଦାମ୍‌, ମହଙ୍ଗା ହେଲା ୫ ଲିଟର ସିଲିଣ୍ଡର

ନୂଆଦିଲ୍ଲୀ,୧।୫: ମାସର ପ୍ରଥମ ଦିନରେ, ତୈଳ କମ୍ପାନୀଗୁଡ଼ିକ ବାଣଜି୍ୟକ ଗ୍ୟାସ ସିଲିଣ୍ଡରର ସମାନ ମୂଲ୍ୟ ବୃଦ୍ଧି ପରେ ୫ କିଲୋଗ୍ରାମ ଫ୍ରି ଟ୍ରେଡ ଏଲପିଜି (FTL) ସିଲିଣ୍ଡରର…

କାଳସାଜିଲା କାଳବୈଶାଖୀ: ରାତିସାରା ତାଣ୍ଡବ ରଚିଲା, ଭାଙ୍ଗିଲା ବଡ଼ ବଡ଼ ଗଛ, ଯାତାୟାତ ଠପ୍‌

କୃଷ୍ଣପ୍ରସାଦ,୧।୫ (କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କାଳ ରାତ୍ରିରେ କାଳ ସାଜିଲା କାଳବୈଶାଖୀ। ମଧ୍ୟ ରାତ୍ରରେ ପ୍ରଚଣ୍ଡ ଶବ୍ଦ କରି ବଜ୍ରାଘାତ…

ଅଧରାତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ଭିତରେ ପଶିଲେ ମମତା: ୩ ଘଣ୍ଟା ପରେ ସେଠାରୁ ବାହାରି କହିଲେ, ଜୀବନ-ମୃତ୍ୟୁ…

କୋଲକାତା,୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଏକ ଷ୍ଟ୍ରଙ୍ଗରୁମରେ ତିନି ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (EVM) ସହିତ ଜଡିତ…

ଝଡ଼ ବର୍ଷାରେ ଉଡ଼ିଲା ଟିଣ: ଘରେ ପଶିଲା ପାଣି 

ଟିକିରି,୧।୫(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ଗୋକୁଳମୁଣ୍ଡା ଗ୍ରାମରେ ଶୁକ୍ରବାର ଝଡ ପବନ ଓ ବର୍ଷା ହୋଇଛି। ଏଥିରେ ସ୍ବର୍ଗତ…

ବିଶ୍ୱ ଶାନ୍ତି ମହାଯଜ୍ଞ ଦର୍ଶନ କଲେ ବିଧାୟକ: ଅଞ୍ଚଳବାସୀଙ୍କୁ କଲେ ପ୍ରଶଂସା, କହିଲେ…

ଗଞ୍ଜାମ,୧।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତ ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା…

ଉପସ୍ଥିତ ବୁଦ୍ଧି ଖଟାଇ ନଦୀରେ ବୁଡ଼ିଯାଉଥିବା ୨ ବାଳିକାଙ୍କୁ ଉଦ୍ଧାରକଲେ ମହିଳା

କଲ୍ୟାଣସିଂହପୁର,୧।୫ (ଦୀପକ କୁମାର ପରିଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ି ଗାଁରେ ନଦୀରେ ବୁଡ଼ିଯାଉଥିବା ୨ ଝିଅଙ୍କୁ ଜଣେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ…

ବାଥ୍‌ରୁମ୍‌ରେ ଗାଧୋଉଥିଲେ ମହିଳା, ଲୁଚିକି ଭିଡିଓ କରୁଥିଲେ ୨ କ୍ରିକେଟର୍‌: ବାନ୍ଧିଲା ପୋଲିସ

କଲମ୍ବୋ,୧।୫: ଚଳିତ IPL 2026 ସିଜିନ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଅଣ୍ଡର-୧୯ କ୍ରିକେଟ ଦଳର ଦୁଇ ଖେଳାଳିଙ୍କୁ ଏକ…

EPFO ପେନସନଧାରୀଙ୍କ ପାଇଁ ବଡ଼ଖବର : EPF ପେନସନ ୧୦୦୦୦ରୁ ବଢ଼ି ହେବ ଏତିକ! ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ,୧।୫: ଜାତୀୟ ଆନ୍ଦୋଳନ କମିଟି (NAC)ର ମୁଖ୍ୟ ଦାବି ହେଉଛି EPS-୯୫ ଅଧୀନରେ ଆବୃତ ପେନସନଭୋଗୀଙ୍କ ପାଇଁ ସର୍ବନିମ୍ନ ମାସିକ ପେନସନ ୧,୦୦୦ରୁ ୭୫୦୦ କୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri