ବିଶ୍ୱ ଜଳବାୟୁ ସମସ୍ୟା

ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ମାନବ ସମାଜ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏକ ଆକଳନରୁ ଜଣାଯାଏ ବିଶ୍ୱସ୍ତରରେ ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧିଘଟିଛି। ୨୦୧୫ ପ୍ୟାରିସ୍‌ ଜଳବାୟୁ ସମ୍ମିଳନୀରେ ଚଳିତ ଶତାବ୍ଦୀ ସୁଦ୍ଧା ତାପମାତ୍ର ବୃଦ୍ଧିକୁ ଯଥା ସମ୍ଭବ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବାକୁ ବିଶ୍ୱର ସମସ୍ତ ଦେଶକୁ ଆହ୍ବାନ ଦିଆଯାଇଛି। ବିଗତ ୫୦ ବର୍ଷ ମଧ୍ୟରେ ପୃଥିବୀର ପ୍ରାୟ ୧୭ ଶତାଂଶ ଜଙ୍ଗଲ ଲୋପପାଇସାରିଛି। ପ୍ରତି ମିନିଟ୍‌ରେ ପୃଥିବୀର ୨୩ ଲକ୍ଷ ମିଟର ପରିମିତ ଜମିରୁ ଜଙ୍ଗଲ କ୍ଷୟ ହେଉଛି। ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ନ ରଖିଲେ ପୃଥିବୀରେ ଉପଲବ୍ଧ ହିମପ୍ରବାହ(ଗ୍ଲେସିଅର)ଗୁଡ଼ିକ ଦ୍ରୁତଗତିରେ ତରଳିବ। ଫଳରେ ଆଇସ୍‌ଲାଣ୍ଡରେ ବିଦ୍ୟମାନ ୩୦୦ ହିମପ୍ରବାହ ଆଗାମୀ ୨୦୦ବର୍ଷ ମଧ୍ୟରେ ତରଳି ମୃତ ପାଲଟିଯିବ ବୋଲି ବୈଜ୍ଞାନିକମାନେ ଭବିଷ୍ୟତବାଣୀ ଶୁଣାଇଛନ୍ତି। ଗ୍ରୀନ୍‌ଲାଣ୍ଡର ହିମପ୍ରବାହଗୁଡ଼ିକ ମଧ୍ୟ ଭୟାନକ ଭାବେ ତରଳିବାରେ ଲାଗିଛନ୍ତି। ୨୦୧୫ ପରଠାରୁ ଅଣ୍ଟାର୍କଟିକା ମହାଦେଶରେ ଗ୍ରୀନ୍‌ଲାଣ୍ଡ ଆକାରରେ ବରଫ ତରଳି ସାରିଛି; ଯାହା ଗତ ଦଶନ୍ଧିର ସବୁଠାରୁ ବଡ଼ ପରିବେଶଗତ ପରିବର୍ତ୍ତନ। ଏଥିଯୋଗୁ ଭବିଷ୍ୟତରେ ସମୁଦ୍ରପତ୍ତନ ୧ରୁ ୧.୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏପରି ହେଲେ ପୃଥିବୀର ନଦୀଗୁଡ଼ିକରେ ଭୟଙ୍କର ବନ୍ୟା ଆସିବା ସହ ସମୁଦ୍ର ଉପକୂଳବର୍ତ୍ତୀ ଅନେକ ସହର ଜଳଗର୍ଭରେ ଲୀନହୋଇଯିବ। ୨୦୫୦ ବେଳକୁ ୧.୫ କୋଟି ଲୋକ ‘କ୍ଲାଇମେଟ୍‌ ରିଫ୍ୟୁଜି’ ହେବେ ବୋଲି ଜଳବାୟୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପୃଥିବୀର ଭୂତଳ ଜଳସ୍ତର ମଧ୍ୟ ବର୍ଷକୁ ପ୍ରାୟ ୧୭ କ୍ୟୁବିକ୍‌ କିଲୋମିଟର ଖସିବାକୁ ଲାଗିଛି।
ବହୁଳ ଭାବେ ବ୍ୟବହୃତ ରେଫ୍ରିଜରେଟର, ଏୟାର କଣ୍ଡିସନର, ଦ୍ରାବକ, ଶିଳ୍ପଗୁଡ଼ିକରୁ ବହିର୍ଗତ ନାଇଟ୍ରୋଜେନ୍‌ ଯୌଗିକ ବସ୍ତୁ, ଅନିୟନ୍ତ୍ରିତ ରକେଟ୍‌ କ୍ଷେପଣ, ପରମାଣୁ ପରୀକ୍ଷଣ ଇତ୍ୟାଦି ସହ ଅନ୍ୟାନ୍ୟ କୃତ୍ରିିମ ଓ ପ୍ରାକୃତିକ କାରଣ ପାଇଁ ଓଜୋନ୍‌ ସ୍ତର ପତଳା ହେବାରେ ଲାଗିଛି। ସେଥିପାଇଁ ଉତ୍ତାପସ୍ତର ଆଶାତୀତ ଭାବେ ବୃଦ୍ଧି ଘଟୁଛି। ବର୍ତ୍ତମାନ ଘଟିଯାଇଥିବା ଇରାନ ଓ ଇସ୍ରାଇଲ ଯୁଦ୍ଧର ପ୍ରଥମ ୫ ଦିନରେ ୩୫,୦୦୦ ଟନ୍‌ରୁ ଊର୍ଦ୍ଧ୍ୱ ଅଙ୍ଗାରକାମ୍ଳ ନିର୍ଗତ ହୋଇଛି ଯାହାକି ବର୍ଷକୁ ୮,୩୦୦ କାର୍‌ ଚଳାଇବା ଦ୍ୱାରା ନିଃସରଣ ଅଙ୍ଗାରକାମ୍ଳ ସହ ସମାନ। ଏହି ଯୁଦ୍ଧର ପ୍ରାରମ୍ଭରେ ଜେଟ୍‌ ଫୁଏଲ୍‌, ରକେଟ୍‌ ଫାୟାର ଏବଂ କ୍ଷେପଣାସ୍ତ୍ର ପ୍ରୟୋଗରେ ଯେତିକି ଅଙ୍ଗାରକାମ୍ଳ ନିର୍ଗତ ହୋଇଛି, ୨୦ ହଜାର ଟନ୍‌ କୋଇଲା ଜାଳିଲେ ସେତିକି ନିର୍ଗତ ହେବ। ଏଥିରୁ ଅନୁମାନ କରାଯାଉ ଯୁଦ୍ଧ ବିଭୀଷିକା ଆମ ଜଳବାୟୁକୁ କେତେ ପ୍ରଭାବିତ କରିଥିବ ? ଏହି ସଙ୍କଟ ଦୂରକରିବାକୁ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡ଼ିକ କୌଣସି ଆନ୍ତରିକତା ଦେଖାଉ ନାହାନ୍ତି। ଏହାର କାରଣ ବ୍ରିଟିଶ ରାଜନୀତିଜ୍ଞ ଡେରେକ୍‌ ୱାଲ୍‌ଙ୍କ ‘ଗ୍ରୀନ୍‌ ଲେଫ୍‌ଟ୍‌’ ପୁସ୍ତକରେ ଉଲ୍ଲେଖ ଅଛି – ‘ପୁଞ୍ଜିବାଦ ଶ୍ରମର ଶୋଷଣ ଓ ପ୍ରକୃତିର ଲୁଣ୍ଠନ ଲବ୍ଧ ଲାଭ ମାଧ୍ୟମରେ ନିଜର ଆୟ ବଢ଼ାଇ ଚାଲେ।’ ସେହିପରି ଆମେରିକାନ୍‌ ଲେଖକ ଜୋଏଲ୍‌ ଷ୍ଟିଫେନ୍‌ କେଭେଲ କୁହନ୍ତି, ”ପୁଞ୍ଜିବାଦ ପ୍ରକୃତିର ଶତ୍ରୁ ଓ ପରିବେଶ ଧ୍ୱଂସର ଏକମାତ୍ର କାରଣ ପାଲଟିଛି।“
ଏହିପରି ପରିବେଶର ଦ୍ରୁତ ସ୍ଖଳନ ଓ ଜଳବାୟୁର ଅସନ୍ତୁଳନ କାର୍ଯ୍ୟକଳାପକୁ ଲକ୍ଷ୍ୟକରି ପରିବେଶବିତ୍‌ ରଣଧୀର ସିଂ କହିଥିଲେ, ”ପୁଞ୍ଜିବାଦ ପ୍ରକୃତିର ଲାଳନ ପାଳନ କରିବାକୁ ଚାହେଁନା, ଏହା ପ୍ରକୃତିକୁ ସ୍ବ-ସ୍ବାର୍ଥରେ ବ୍ୟବହାର କରେ। ବଜାର ଶାସିତ ଅର୍ଥନୀତି ସଦାସର୍ବଦା ପ୍ରକୃତି ଓ ପରିବେଶର ବିରୋଧୀ। ଅଧିକନ୍ତୁ ଏହା ପ୍ରକୃତି ଓ ପରିବେଶ ଧ୍ୱଂସକାରୀ।“ ମାତ୍ରାଧିକ ଶିଳ୍ପନିର୍ମାଣ ପରିବେଶ ଅସନ୍ତୁଳନ ପାଇଁ ଅନ୍ୟ ଏକ ବଡ଼ କାରଣ ପାଲଟିଛି। ଶିଳ୍ପ ପରିଚାଳନା ପାଇଁ ଜଳ, ଜମି ଓ ଜଙ୍ଗଲକୁ ବିନିଯୋଗ ନିଶ୍ଚିତ କରିବେ ଏଥିରେ ସନ୍ଦେହ ନାହିଁ। ଏହିସବୁ ଶିଳ୍ପକ୍ଷେତ୍ରରୁ ନିର୍ଗତ ଧୂଆଁରୁ ଜଳବାୟୁ ତ ଦୂଷିତ ହେବ ହିଁ ହେବ। ଏହି ଶିଳ୍ପଗୁଡ଼ିକ ଲାଭ ପାଇଁ ଆବଶ୍ୟକତାଠାରୁ ଅଧିକ ଜଳ, ଜମି, ଜଙ୍ଗଲର ଉପଯୋଗ କରନ୍ତି, ଧ୍ୱଂସ କରନ୍ତି। ଫଳରେ ଗଛ କଟାଯାଏ, ଖଣିଖାଦାନ ଖୋଳାଯାଏ ଓ ଜଳବାୟୁ ଅଶୁଦ୍ଧ ହୁଏ। ଉତ୍ତାପ ବୃଦ୍ଧିର ଏହା ଏକ ସର୍ବଶ୍ରେଷ୍ଠ କାରଣ ବୋଲି କୁହାଯାଏ। ଆମେରିକାରେ ୧୮୭୩ କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିଛନ୍ତି ଯାହା ବିଶ୍ୱର ୧୦ ବୃହତ୍‌ ଦେଶ ସହ ସମାନ ଏବଂ ପୃଥିବୀରେ ଶ୍ରେଷ୍ଠସ୍ଥାନ ଅଧିକାର କରିଛି। ଏଥିରୁ ଅନୁମାନ କରାଯାଏ, ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ଦ୍ୱାରା ଆଧିପତ୍ୟ ଦେଶଗୁଡ଼ିକ ପରିବେଶ ସନ୍ତୁଳନ ପାଇଁ ବିଶ୍ୱ ସମ୍ମିଳନୀର ପ୍ରସ୍ତାବକୁ ଏଡ଼େଇଯାଉଛନ୍ତି।
ସାମ୍ୟବାଦୀ ରାଷ୍ଟ୍ରମାନେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହ ଦକ୍ଷ ପରିଚାଳନା କରିଥାନ୍ତି। ଏହି ଦେଶଗୁଡ଼ିକରେ ପରିବେଶ ସୁରକ୍ଷା ନିମନ୍ତେ କେନ୍ଦ୍ରୀୟ ଯୋଜନା, ରାଷ୍ଟ୍ରର ମାଲିକାନା ଓ ଦୂର ଭବିଷ୍ୟତକୁ ଚିନ୍ତାକରି ଯୋଜନା ପ୍ରସ୍ତୁତ କରିଥାନ୍ତି। ଏହା ପୁଞ୍ଜିବାଦୀ ଦେଶଗୁଡ଼ିକରେ ଓଲଟା। କ୍ୟୁବାର ଅର୍ଗାନିକ୍‌ ଫାର୍ମିଂ ଦ୍ୱାରା ମାଟି ସୁସ୍ଥ ରହିବା ସହ କେମିକାଲ ବ୍ୟବହାର କମ୍‌ ହୁଏ, ଯାହା ବିଶ୍ୱ ପାଇଁ ଏକ ଉତ୍ତମ ଉଦାହରଣ। ଚାଇନା ‘ରିନ୍ୟୁଏବେଲ୍‌ ଏନର୍ଜି ବିନିଯୋଗ ଓ ବୈଷୟିକ ପ୍ରୟୋଗ’ ପାଇଁ ବିଶ୍ୱର ନେତୃତ୍ୱ ନେଇପାରୁଛି। ତେଣୁ ଦୁନିଆକୁ ଜଳବାୟୁ ସଙ୍କଟରୁ ସୁରକ୍ଷିତ ରଖିବାକୁ ହେଲେ ସାମ୍ୟବାଦ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା।
ଏସ୍‌ବିଟି ଇଣ୍ଡସ୍‌ ଭ୍ୟାଲ, ରଘୁନାଥପୁର
ଭୁବନେଶ୍ୱର , ମୋ: ୯୪୩୭୦୧୩୧୩୯


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri