ଏଚ୍‌୧ବି ଭିଜା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ବସାଇବା ପରେ ଏବେ ଏଚ୍‌୧ବି ଭିଜା ଦେୟ ଅସମ୍ଭବ ସ୍ତର ଯାଏ ବଢ଼ାଇ ବିଦେଶ ଯାଇ ଅର୍ଥ ଅର୍ଜନ କରିବାକୁ ଚାହୁଁଥିବା ଭାରତୀୟଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି। ଆମେରିକାକୁ ରୋଜଗାର ପାଇଁ ଯିବାକୁ ଥିବା ଭାରତୀୟଙ୍କୁ ଯେଉଁ କମ୍ପାନୀ ଡାକିକରି ନେଉଥିଲା ସେହି ସଂସ୍ଥା ଏଚ୍‌୧ବି ଭିଜା ଦେୟ ବାବଦରେ ପୂର୍ବରୁ ୨ରୁ ୫ ହଜାର ଆମେରିକୀୟ ଡଲାର ଦେଉଥିଲା। ନୂଆ ନିୟମ ଅନୁଯାୟୀ ବାର୍ଷିକ ୧ ଲକ୍ଷ ଆମେରିକୀୟ ଡଲାର ବା (ଆଜିକା ଦରରେ) ପ୍ରାୟ ୮୮ ଲକ୍ଷ ଭାରତୀୟ ଟଙ୍କା ଦେବାକୁ ପଡ଼ିବ। ସେପ୍ଟେମ୍ବର ୨୧ ମଧ୍ୟରାତ୍ରରୁ ଏହାକୁ ଲାଗୁ କରାଯାଇଛି। ଏଚ୍‌୧ବି ଭିଜା ବିଷୟରେ କହିଲେ ଏହା ହେଉଛି ଆମେରିକାର ଏକ ଅସ୍ଥାୟୀ କାର୍ଯ୍ୟକାରୀ ଭିଜା। ସେଠାରେ କମ୍ପାନୀଗୁଡ଼ିକୁ ବିଦେଶୀ ଉଚ୍ଚଶିକ୍ଷିତ ବିଶେଷଜ୍ଞଙ୍କୁ ସ୍ପେସିଆଲିଟି ଅକ୍ୟୁପେଶନ ବା ବିଶେଷ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ଦେବାରେ ସାହାଯ୍ୟ କରିଥାଏ । ମୁଖ୍ୟତଃ ସୂଚନା ପ୍ରଯୁକ୍ତି (ଆଇଟି), ଇଞ୍ଜିନିୟରିଂ, ଡାକ୍ତରୀ, ଅର୍ଥ (ଫାଇନାନ୍ସ) ଆଦି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନେ ଏଚ୍‌୧ବି ଭିଜାଧାରୀ ହୋଇଥାଆନ୍ତି। ପ୍ରତିଭାକୁ ଆକର୍ଷିତ କରି ଆମେରିକା ସର୍ବୋଚ୍ଚରେ ରହିଛି ବୋଲି ସମସ୍ତେ ଜାଣନ୍ତି। ଏହାବ୍ୟତୀତ ସେଠାରେ ଇଂଲିଶ ଭାଷାର ପ୍ରୟୋଗ ହେଉଥିବାରୁ ତାହା ଭାରତୀୟଙ୍କୁ ସୁହାଇଥାଏ। ଅର୍ଥନୀତିର ନିୟମ ଅନୁଯାୟୀ ଯେଉଁ ସାମଗ୍ରୀର ଚାହିଦା ଅଧିକ ରହିବ, ତାହାର ମୂଲ୍ୟ ବଢ଼ିବା ଧାର୍ଯ୍ୟ। ସ୍ଥିତି ଏମିତି ହୋଇଛି ଯେ ଆମେରିକା ପ୍ରତି ଅନେକେ ଆକୃଷ୍ଟ ହେଉଥିବାରୁ ଲଟେରି ମାଧ୍ୟମରେ ଏଚ୍‌୧ବି ଭିଜାଧାରୀ ଚୟନ ହୋଇଥାଆନ୍ତି। ତଥ୍ୟ ଅନୁଯାୟୀ ଆମେରିକା ବର୍ଷକୁ ୮୫ ହଜାର ଏଚ୍‌୧ବି ଭିଜା ଦେଇଥାଏ। ସେଥିରୁ ୭୧ ପ୍ରତିଶତରୁ ଅଧିକ ହେଉଛନ୍ତି ଭାରତୀୟ। ଚାଇନା ୧୧.୭ ପ୍ରତିଶତ ଭିଜାଧାରୀଙ୍କୁ ନେଇ ଦ୍ୱିତୀୟରେ ଥିବା ବେଳେ ଫିଲିପାଇନ୍ସ ୧.୩ ପ୍ରତିଶତ, କାନାଡା ୧.୧, ଦକ୍ଷିଣ କୋରିଆ ୧ ପ୍ରତିଶତ ଓ ଅନ୍ୟାନ୍ୟ ଦେଶ ୧୩.୯ ପ୍ରତିଶତ ରହିଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଟ୍ରମ୍ପ୍‌ଙ୍କ ଭିଜା ବୃଦ୍ଧିର ପ୍ରହାର ସର୍ବାଧିକ ଭାରତୀୟଙ୍କ ଉପରେ ପଡ଼ିବ।
ଖୁବ୍‌ ନିକଟ ଅତୀତରେ ଭାରତୀୟ ସାମଗ୍ରୀ ଉପରେ ପ୍ରଥମେ ୨୫ ପ୍ରତିଶତ ଟାରିଫ୍‌ ଲଗାଇଥିବା ରାଷ୍ଟ୍ରପତି ଟ୍ରମ୍ପ୍‌ ତାହାକୁ ଦ୍ୱିତୀୟ ଥର ବୃଦ୍ଧି କରି ମୋଟ ୫୦ ପ୍ରତିଶତକୁ ନେଇଯାଇଥିଲେ। ସେହି ପଦକ୍ଷେପରୁ ବୁଝିପାରିବା କଥା ଯେ ଟ୍ରମ୍ପ୍‌ଙ୍କ କ୍ରୋଧ ଭାରତୀୟଙ୍କ ଉପରେ ନ ଥାଇ କେବଳ ଭାରତୀୟ ନେତାମାନଙ୍କ ଅଖାଡୁଆ ବ୍ୟବହାର ଯୋଗୁ ଏହି ଦେଶର କ୍ଷତି ଘଟିଛି। ଟାରିଫ୍‌ ଲାଗୁ କରିବା ପୂର୍ବରୁ ଟ୍ରମ୍ପ୍‌ ପ୍ରଥମେ ତାଙ୍କର ବିରକ୍ତି ଭାବ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ, ଭାରତ ‘ଏକ ମୃତ ଅର୍ଥନୀତି’। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ବିରତି ଆଣିବାରେ ତାଙ୍କର ଭୂମିକା ଥିଲା ବୋଲି ସେ ବାରମ୍ବାର ଦୋହରାଇଥିଲେ। ଭାରତ ତା’ର ଉତ୍ତର ଭାବେ ବାରମ୍ବାର ତାଙ୍କର ଏହି ଦାବିକୁ ଖଣ୍ଡନ କରିଚାଲିଲା। ନିଜର ଭାବମୂର୍ତ୍ତି ସୃଷ୍ଟି କରିବା ପାଇଁ ହେଉ କିମ୍ବା ବାସ୍ତବତା, ଟ୍ରମ୍ପ୍‌ଙ୍କ ଏହି ଦାବି ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଏବେ ସାଧାରଣ ଲୋକ ବୁଝିପାରୁଥିବେ। ଗତ ସପ୍ତାହରେ ଅର୍ଥାତ୍‌ ୨୧ ସେପ୍ଟେମ୍ବରରେ ଟ୍ରମ୍ପ୍‌ ପୁନର୍ବାର ଭାରତ-ପାକିସ୍ତାନ ଯୁଦ୍ଧ ଅଟକାଇଥିଲେ ବୋଲି ସାଧାରଣରେ କହିଛନ୍ତି। ବୈଦେଶିକ ନୀତି ସୃଷ୍ଟି କରୁଥିବା ଭାରତର କର୍ତ୍ତୃପକ୍ଷମାନେ ଟ୍ରମ୍ପ୍‌ଙ୍କ ଚରିତ୍ରକୁ ବୁଝି କାର୍ଯ୍ୟ କରିବାର ଥିଲା। ତାଙ୍କର ଏହି ଯୁଦ୍ଧବିରତି ଦାବିକୁ ଖଣ୍ଡନ କିମ୍ବା ସମର୍ଥନ ନ କରି ନୀରବ ରହିଥିଲେ ସମ୍ଭବତଃ ଭାରତ ପାଇଁ ଏକ ନୂଆ ବାଟ ଫିଟିପାରିଥାନ୍ତା। ଏଠାରେ ୟୁରୋପୀୟ ସଂଘ ଓ ଚାଇନାକୁ ଦେଖାଯାଉ। ଟ୍ରମ୍ପ୍‌ ୟୁରୋପୀୟ ସଂଘ ଉପରେ ରୁଷିଆକୁ ଏକଘରିଆ କରିବା ପାଇଁ ଯେତେ ଚାପ ପକାଉଥିଲେ ମଧ୍ୟ ସଦସ୍ୟ ଦେଶଗୁଡ଼ିକ ଏପଟସେପଟ କରି ସ୍ଥିତିକୁ ସମ୍ଭାଳି ନେବାର ଲକ୍ଷ୍ୟ କରାଯାଉଛି। ସେହିପରି ଚାଇନା ପ୍ରବଳମାତ୍ରାରେ ରୁଷିଆଠାରୁ ତେଲ କିଣୁଥିବା ସତ୍ତ୍ୱେ ଟ୍ରମ୍ପ୍‌ଙ୍କୁ ବିଭିନ୍ନ ଭାବରେ ଆଉଁସି ରଖିପାରିଛି ବୋଲି ତା’ର ସାମଗ୍ରୀ ଉପରେ ଟାରିଫ୍‌ ଭାରତ ତୁଳନାରେ କମ୍‌ ରହିଛି।
ଏଭଳି ପ୍ରଚ୍ଛଦପଟ୍ଟରେ ଭାରତକୁ ତା’ର ପୂର୍ବର ତ୍ରୁଟିଗୁଡ଼ିକୁ ସ୍ବୀକାର କରି ଭବିଷ୍ୟତ ପାଇଁ ରାସ୍ତା ସୃଷ୍ଟି କରିବାକୁ ହେବ। ଅନେକ ଭାରତୀୟ ଯେଉଁମାନେ ଆମେରିକାରେ ଚାକିରି କରୁଛନ୍ତି, ସେମାନେ ବାଧ୍ୟ ହୋଇ ସ୍ବଦେଶ ଫେରିବେ। ସେମାନଙ୍କ ସମେତ ଅନ୍ୟ ଯୋଗ୍ୟ ଭାରତୀୟ ଯୁବଶକ୍ତିକୁ ଭାରତରେ ଅବସ୍ଥାପିତ କରିବା ପାଇଁ ନୀତି ଓ ଭିତ୍ତିଭୂମି ସୃଷ୍ଟି କରିବାକୁ ହେବ। ନୀତି ତିଆରି କରିବା ସହଜ ହୋଇପାରେ। କିନ୍ତୁ ଭିତ୍ତିଭୂମି ସୃଷ୍ଟି କରିବା ଭାରତ ପାଇଁ ଏକ ପ୍ରକାର ଅସମ୍ଭବ। କାରଣ ଏହିସବୁ ନୂତନ ‘କଟିଂ ଏଜ୍‌’ ବା ଅତ୍ୟାଧୁନିକ ଏଆଇ ଗବେଷଣା ଓ ଉନ୍ନତି କରିବା ପାଇଁ ଯେଉଁ ପରିମାଣର ଜମି, ବିଦ୍ୟୁତ୍‌ ଶକ୍ତି, ଅର୍ଥ ଏବଂ ଜ୍ଞାନକୌଶଳର ଚାହିଦା ରହିବ; ତାହା ପୂରଣ କରିବା ଭାରତ ପକ୍ଷେ ଅସମ୍ଭବ। ମନେରଖିବାକୁ ହେବ ଯେ, ବିଦେଶରେ ବିଶେଷକରି ଆମେରିକାର ଆଇଟି ଶିଳ୍ପରେ କାର୍ଯ୍ୟ କରୁଥିବା ଭାରତୀୟମାନେ ମଧ୍ୟସ୍ତରରେ ଅଧିକ ସଂଖ୍ୟକ ରହିଛନ୍ତି। ସେଥିପାଇଁ ସେମାନଙ୍କୁ ଅଭିନବତ୍ୱର ପନ୍ଥା ଦର୍ଶାଇବା ପାଇଁ ସେହିଭଳି ବୈଷୟିକ ନେତୃତ୍ୱର ଚାହିଦା ରହିବ, ଯାହା ଭାରତ ପାଖରେ ଏବେ ନାହିଁ। ଅନ୍ୟପଟେ ୟୁରୋପୀୟ ସଂଘ, ଅଷ୍ଟ୍ରେଲିଆ ଏବଂ କାନାଡାକୁ ଭାରତୀୟମାନେ ଯାଇପାରିଥାଆନ୍ତେ। ଏହି ସମୟରେ ୟୁରୋପୀୟ ସଂଘ ଓ ଅଷ୍ଟ୍ରେଲିଆରେ ପ୍ରବଳ ମାତ୍ରାରେ ଆପ୍ରବାସ ବିରୋଧୀ ସ୍ରୋତ ବହୁଛି। ତତ୍‌ସହିତ କାନାଡ଼ା ସହ ଭାରତ ସରକାର ଝଗଡ଼ା କରିବସିଛି, ଯାହାର କୁଫଳ ଏବେ ଭୋଗିବାକୁ ପଡ଼ିବ। ବର୍ତ୍ତମାନ ଭାରତୀୟଙ୍କ ପାଇଁ ‘ଲୁକ୍‌ ଇଷ୍ଟ’ ବା ‘ପୂର୍ବକୁ ଦେଖ’ ନୀତି ଆପଣାଇବାକୁ ହେବ। ଏହି ବର୍ଷ ଅଗଷ୍ଟରେ ଜାପାନ-ଭାରତ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ୫ ଲକ୍ଷ ଦକ୍ଷ ଶ୍ରମଶକ୍ତିର ଆଦାନପ୍ରଦାନ କଥା ରହିଥିଲା। ଏହିଭଳି ସମ୍ଭାବନା ଥିବା ହେତୁ ଏବେଠାରୁ ଭାରତୀୟମାନେ ହିନ୍ଦୀ ପରିବର୍ତ୍ତେ ଜାପାନିଜ୍‌ ଓ ଚାଇନାର ମାଣ୍ଡାରିନ ଭାଷା ଶିଖିଲେ ଅଧିକ ଅର୍ଥନୈତିକ ଲାଭ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri