Posted inଜାତୀୟ

ଆଜିଠୁ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ ଆରମ୍ଭ: ଏସବୁ ଜିନିଷ ହୋଇଯିବ ଶସ୍ତା/ମହଙ୍ଗା

ନୂଆଦିଲ୍ଲୀ,୨୨ା୯(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି, ସୋମବାର ନବରାତ୍ରିର ପ୍ରଥମ ଦିବସ। ଏହି ଦିନଠାରୁ ଏକ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ ଆରମ୍ଭ ହେବ। ଅଧିକାଂଶ ଲୋକଙ୍କ ପାଇଁ ଆୟକର ଛାଡ଼ ସହ ଏହା ଡବଲ ଲାଭ ହେବାକୁ ଯାଉଛି। ବିକାଶ ଦୌଡ଼ରେ ସବୁ ରାଜ୍ୟ ସମାନ ଭାବେ ସହଭାଗୀ ହେବେ। ରାଜ୍ୟଗୁଡ଼ିକ ସ୍ବଦେଶୀ ଅଭିଯାନକୁ ଧ୍ୟାନଦେଇ ‘ଆମତ୍ନିର୍ଭର ଭାରତ’ ପାଇଁ ବିନିର୍ମାଣକୁ ଗତିଶୀଳ କରାନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଛନ୍ତି। ନବରାତ୍ରିର ପ୍ରଥମ ଦିନ ଆମତ୍ନିର୍ଭରଶୀଳ ଭାରତ ପାଇଁ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଥିବା ମୋଦି କହିଛନ୍ତି। ଆପଣମାନେ ନିଜ ପସନ୍ଦର ସାମଗ୍ରୀ ଆହୁରି ସହଜରେ କିଣିବାକୁ ସମର୍ଥ ହେବେ। ଗରିବ, ମଧ୍ୟବିତ୍ତ ଓ ନବ-ମଧ୍ୟବିତ୍ତ, ଯୁବ, କୃଷକ, ମହିଳା, ବ୍ୟବସାୟୀ ଏବଂ ଦୋକାନୀମାନେ ଏଥିରୁ ଲାଭାନ୍ବିତ ହେବେ। ଚଳିତ ପାର୍ବଣ ଋତୁରେ ସମସ୍ତଙ୍କ ଖୁସି ବଢ଼ିବ। ନୂଆ ଜିଏସ୍‌ଟିକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନ ଏଭଳି ସମୟରେ ଆସିଛି, ଯେତେବେଳେ କି ଆମେରିକାର ଉଚ୍ଚ ଟାରିଫ୍‌ ଯୋଗୁ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିକୁ ଭାରତୀୟ ସାମଗ୍ରୀ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଉପରେ ୨୫% ଆମଦାନୀ ଶୁଳ୍କ ସହ ରୁଷୀୟ ତୈଳ କ୍ରୟ ବାବଦକୁ ଅତିରିକ୍ତ ୨୫% ଜରିମାନା କଷିବା ପରଠୁ ମୋଦି ସ୍ବଦେଶୀ ସାମଗ୍ରୀ ଆପଣାଇବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଆସୁଛନ୍ତି। ଦୀପାବଳି ପୂର୍ବରୁ ଜିଏସ୍‌ଟି ସଂସ୍କାର ଜରିଆରେ ଘରୋଇ ଉପଭୋକ୍ତାଙ୍କ କ୍ରୟଶକ୍ତି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ସଙ୍କେତ ଦେଇଥିବାବେଳେ ସେପ୍ଟେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଟିକସର ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରି ୫% ଓ ୧୮% ଦୁଇଟି ସ୍ଲାବ୍‌ ପ୍ରଚଳନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହାବାଦ୍‌ ତମାଖୁ ଓ ସୌଖୀନ ସାମଗ୍ରୀଗୁଡ଼ିକ ଉପରେ ୪୦% ଜିଏସ୍‌ଟି ବସାଇବାକୁ ନିଷ୍ପତ୍ତି ହୋଇଥିଲା, ଯାହାକି ସୋମବାରଠାରୁ ଲାଗୁ ହେବ। ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଉପରୋକ୍ତ ପରାମର୍ଶ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ୨୦୧୭ରେ ଜିଏସ୍‌ଟି ସଂସ୍କାର କ୍ଷେତ୍ରରେ ଏକ ପଦକ୍ଷେପ ନେଇଥିଲା। ଇତିହାସ ରଚିବା ପାଇଁ ନୂଆ ଅୟମାରମ୍ଭ ହୋଇଥିଲା। ପୂର୍ବରୁ ଟିକସ ଜାଲ ଉଭୟ ବ୍ୟବସାୟୀ ଓ ଉପଭୋକ୍ତାଙ୍କ ପାଇଁ କଠିନ ପରିସ୍ଥିତି ଉପୁଜାଇଥିବାବେଳେ ଜିଏସ୍‌ଟି ଏହାକୁ ଦୂର କରି ‘ଏକ ଦେଶ ଏକ ଟିକସ’ ସ୍ବପ୍ନକୁ ସାକାର କରିଛି। ସେହିପରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଏବଂ ଜିଏସ୍‌ଟି ସଂସ୍କାର ଗରିବ, ମଧ୍ୟବିତ୍ତ ଓ ନୂଆ ମଧ୍ୟବିତ୍ତଙ୍କ ପାଇଁ ଏକ ‘ଦୋହରା ଲାଭ’ ପାଲଟିଛି। ଏଥିରୁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ମଧ୍ୟ ବଡ଼ ଲାଭ ମିଳିବାକୁ ଯାଉଛି। ଦେଶବାସୀ ସ୍ବଦେଶୀ ସାମଗ୍ରୀ ବିକିବା ଓ କିଣିବାରେ ଗର୍ବ ଅନୁଭବ କରିବା ଉଚିତ। ସ୍ବଦେଶୀ ଆନ୍ଦୋଳନ ଯୋଗୁ ଦେଶର ସ୍ବାଧୀନତାକୁ ଯେପରି ବଳ ମିଳିଥିଲା, ଠିକ୍‌ ସେହିପରି ‘ସ୍ବଦେଶୀ’ ମନ୍ତ୍ର ଦ୍ୱାରା ଭାରତର ସମୃଦ୍ଧି ଆହୁରି ସଶକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ରୋଷେଇ ଘର ସାମଗ୍ରୀଠାରୁ ନେଇ ବୈଦ୍ୟୁତିକ ଉପକରଣ, ଔଷଧଠୁ ଅଟୋମୋବାଇଲ ଯାଏ ଜିଏସ୍‌ଟି ଦର ହ୍ରାସ ଯୋଗୁ ସୋମବାରଠାରୁ ୩୭୫ ଆଇଟମ୍‌ ଶସ୍ତା ହେବ। ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି ଘିଅ, ପନିର, ଲହୁଣି, ନମ୍‌କିନ୍‌, କେଚ୍‌ଅପ୍‌, ଜାମ୍‌, ଡ୍ରାଏ ଫୁଡ୍‌, କଫି, ଟିଭି, ଏସି ଏବଂ ଓ୍ବାଶିଂମେଶିନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri