ସ୍ବଦେଶୀ ଜ୍ଞାନକୌଶଳ

ଗାନ୍ଧୀଙ୍କର ସ୍ବଦେଶୀ ଆନ୍ଦୋଳନ ଡାକରା, ବିଦେଶୀ ଜିନିଷ ହଟାଅ ଦେଶ ବଞ୍ଝାଅ ପରାଧୀନ ଭାରତର ସେତେବେଳେ ଯୁବଗୋଷ୍ଠୀକୁ ଏକ ନୂଆ ଦିଶା ମିଳିଥିଲା। ଆଜି ବି ସରକାରଙ୍କ ଆହ୍ବାନ ବିଦେଶୀ ଜିନିଷ ହଟାଅ, ବିକଶିତ ଭାରତ ବନାଅ। ୭୯ତମ ସ୍ବାଧୀନତା ଦିବସରେ ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ- ଭାରତ ଆଜି, ସୋଲାର ଏନର୍ଜୀ ଉତ୍ପାଦନ, ନ୍ୟୁ କ୍ଲିୟର ଏନର୍ଜୀ ପ୍ରଗତି ପାଇଁ ଦ୍ରୁତ ଗତିରେ କାମ କରୁଛି। ସ୍ପେସ୍‌ ସେକ୍ଟର ବିକାଶ ପାଇଁ ଭାରତର ଯୁବକମାନେ ୩୦୦ ଷ୍ଟାର୍ଟଅପ ନିର୍ମାଣ କରିଛନ୍ତି। ମେକ୍‌ ଇନ୍‌ ଇଣ୍ତିଆ ଦ୍ୱାରା ଫ୍ଲାଇଟର ଜେଟ୍‌ ଇଞ୍ଜିନର ତିଆରି ଯୋଜନା ଚାଲିଛି। ଆଇଟି କ୍ଷେତ୍ର ହେଉ କି ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଦେଶର ସୁରକ୍ଷା ବଢ଼ାଇଛି ଏବଂ ଦେଶର ଯୁବପିଢ଼ିଙ୍କୁ ଆତ୍ମନିର୍ଭର ହୁଅନ୍ତୁ ବୋଲି ସମ୍ବୋଧନ କଲେ। ବିଦେଶୀ ଜିନିଷ ପ୍ରତି ଆକୃଷ୍ଟ ହେବା ଅପେକ୍ଷା ଆମ ଦେଶର ଜିନିଷ ପ୍ରତି ଆଗ୍ରହ ସୃଷ୍ଟି କରନ୍ତୁ।
ଲକ୍ଷ୍ମୌ ସହରରେ ପଢ଼ିବା ସମୟର ଏକ କାହାଣୀ। ଦିନକର କଥା, ବଜାରରୁ ପରିବା କିଣିବା ସମୟରେ ମୋ ସାଥିରେ ଥିବା ବନ୍ଧୁଜଣଙ୍କ ପଚାରିଲେ, ଭାଇ ଆପଣ କାହିଁକି ହାଟର ବୁଢ଼ୀଲୋକଙ୍କଠାରୁ ପରିବା କିଣିଲେ। ଆପଣ ଚାହିଁଥିଲେ ହାଟର ଅନ୍ୟମାନଙ୍କଠାରୁ ବା ଫ୍ରେଶ୍‌ ମାର୍ଟ ବା ଆମାଜନ୍‌ରୁ ପରିବା କିଣିପାରିଥାନ୍ତେ। ଏହାର କାରଣ କ’ଣ? ମୁଁ କହିଲି, ଆପଣ ଦେଖିଥିବେ ବୁଢ଼ୀ ମାଆଟି ସଂର୍ଘଷ କରୁଛି। ଅନୁଭବ କଲି, ପରିବା ବିକିଲେ ତା’ ପରିବାରର ଭୋକ ମେଣ୍ଟିବ। ସେଥିପାଇଁ ମୁଁ ଚିନ୍ତା କଲି ଅନ୍ୟମାନଙ୍କଠାରୁ ଜିନିଷ କିଣିବା ଅପେକ୍ଷା ବୁଢ଼ୀ ଲୋକଟାଠାରୁ ପରିବା କ୍ରୟ କରି ଅଧିକ ଦୁଇଟଙ୍କା ନେଲେ ମଧ୍ୟ ଭଲ। ଅନ୍ୟକୁ ହାତପାତି ଭିକ ମାଗିବା ଅପେକ୍ଷା ନିଜେ ସ୍ବାବଲମ୍ବୀ ହୋଇପାରିଛି। ଏହା ଆମମାନଙ୍କ ପାଇଁ ଚିନ୍ତା, ଚେତନା ଓ ସଚେତନ ହେଉ।
ଭାରତ ଆଜି ସ୍ବାବଲମ୍ବୀ ରାସ୍ତାରେ ଅବତୀର୍ଣ୍ଣ। ଏ କଥା ଆମେ କହୁନୁ, ଅପରେଶନ ସିନ୍ଦୂର କୁହେ। ମିଶାଇଲେ ମାଡ଼ରେ ଧରାଶାୟୀ ହୋଇଥିଲା ପାକିସ୍ତାନର ଅନେକ ଆତଙ୍କୀ ଆଡ଼୍ଡା। ଏହି ମିଶାଇଲ ଭାରତ ନିର୍ମିତ ସ୍ବଦେଶୀ ମିଶାଇଲ। ରୁଷିଆରେ ନିର୍ମିତ ଏସ୍‌-୪୦୦ କ୍ଷେପଣାସ୍ତ୍ରକୁ ପୁଣି ଭାରତରେ ନିଜସ୍ବ ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନ କୌଶଳରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ଭାରତର ସୁଦର୍ଶନଚକ୍ର ଭାବରେ ଜଣାଶୁଣା। ଭାରତକୁ ବିକଶିତ ରାଷ୍ଟ୍ର ରୂପେ ଦେଖିବାକୁ ହେଲେ ସ୍ବାବଲମ୍ବୀ ହେବାର ସମୟ ଆସିଛି। ୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ। ପ୍ରେସ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ରିପୋର୍ଟ ଅନୁଯାୟୀ ଦେଶରେ ଯୁବପିଢ଼ି ୬୬% ରହିଛନ୍ତି। ଏହି ଯୁବପିଢ଼ି ଯଦି ନିଜ ଜ୍ଞାନ ଦ୍ୱାରା ନିଜେ ସ୍ବାବଲମ୍ବୀ ହୋଇ ସ୍ବଦେଶୀ ଜିନିଷ ବ୍ୟବହାର ପାଇଁ ଆଗ୍ରହ ସୃଷ୍ଟି କରେ, ତେବେ ଖୁବ୍‌ କମ୍‌ ସମୟ ଭିତରେ ଭାରତ ଏକ ବିକଶିତ ଦେଶ ଭାବେ ପରିଣତ ହେବ। ବିଶ୍ୱରେ ଭାରତର ଜିଡିପି ଏବେ ଚତୁର୍ଥ ସ୍ଥାନରେ ରହିଛି। ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ଓ ଉତ୍ପାଦନ ଦ୍ୱାରା ଭାରତ ପ୍ରଥମ ହୋଇପାରିବ। ସ୍ବଦେଶୀ ଦ୍ୱାରା ଯୁବକମାନଙ୍କୁ ରୋଜଗାର ମିଳିବ, ସାଧାରଣ ଗରିବ ଲୋକଟିର ଆର୍ଥକ ସ୍ଥିତି ସବଳ ହେବ। ଠିକ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମିଳିବ ଓ ମୂଲ୍ୟ କମ୍‌ ରହିବ। ରାଜ୍ୟ ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କର ଚାଲଣା କମିବ। ଗାଁରେ ରହୁଥିବା ପରିବାରର ଅଭାବ ଦୂର ହେବ। ଭାରତକୁ ନାଲିଆଖି ଦେଖାଉଥିବା ଆମେରିକା ପରି ସମୃଦ୍ଧ ରାଷ୍ଟ୍ରଗୁଡ଼ିକର ଆର୍ଥକ ସ୍ଥିତି ମେରୁଦଣ୍ତ ଭାଙ୍ଗି ପଡ଼ିବ। ସେଥିପାଇଁ ଏକ ଶକ୍ତିଶାଳୀ ସାମାଜିକ, ସାଂସ୍କୃତିକ ଭାବନା ବିକାଶ ପାଇଁ ଅହରହ ଚେଷ୍ଟା କରାଯିବା ଉଚିତ। ଲୋକମାନଙ୍କ ମଧ୍ୟରେ ଜାଗରଣ ଓ ସ୍ବାବଲମ୍ବୀ ଭାବନା ସୃଷ୍ଟି କରିବା ଦରକାର। ଦେଶରେ ସ୍ବଦେଶୀ ଏକ ଜନ ଆନ୍ଦୋଳନରେ ପରିଣତ ହେଉ ଏହା ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟ କେବଳ ‘ଭାରତର ଜୟ’। ଭାରତ ଜୟର ଅର୍ଥ, ଦେଶରେ ବସବାସ କରୁଥିବା ଲୋକମାନଙ୍କ ସଂପୂର୍ଣ୍ଣ ବିକାଶ; ବିଶ୍ୱର ଅନ୍ୟ ଦେଶମାନଙ୍କୁ ମାର୍ଗ ଦର୍ଶନ ଏବଂ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ର ବାର୍ତ୍ତା। ସ୍ବଦେଶୀ ଆମମାନଙ୍କ ଜୀବନ ପରିବର୍ତ୍ତନର ବାହକ ହେଉ ଏବଂ ପୂଜାପାର୍ବଣରୁ ଆରମ୍ଭ ହେଉ ସ୍ବଦେଶୀ ଦ୍ରବ୍ୟର ବ୍ୟବହାର।
ଗଣମାଧ୍ୟମ ଗବେଷଣା ଛାତ୍ର,
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,
କୁନ୍ଦେଲା, ଗୁଜରାଟ
ମୋ: ୮୦୧୮୨୯୩୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri