ଉପକୂଳ ଅଞ୍ଚଳ ବିପର୍ଯ୍ୟସ୍ତକୁ ରୋକିବ ସବୁଜ ବଳୟ

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟକୁ ରୋକିବା ପାଇଁ ବ୍ୟାପକ ଚାରାରୋପଣ କରି ଆଗେଇ ଆସିଛନ୍ତି ଜମ୍ବୁ ଅଞ୍ଚଳର ବନ୍ଧନ ମହିଳା ଗୋଷ୍ଠୀ ସଙ୍ଗଠନର ସଦସ୍ୟାମାନେ। ମହିଳାମାନଙ୍କ କହିବା କଥା, ସମୟ ଆସିବ ଶୁଦ୍ଧ ଅମ୍ଳଜାନ ମିଳିବ ନାହିଁ। ବଞ୍ଚତ୍ବା ପାଇଁ ଶୁଦ୍ଧ ବାୟୁ ପାଇବାକୁ ନିଜେ ସବୁଜ ବଳୟ ସୃଷ୍ଟି କରିବା ଆବଶ୍ୟକତା ରହିଛି। ସେଥିପାଇଁ ଗଛ ମା’ ହେଲା ଦ୍ୱିତୀୟ ଜନ୍ମଦାତ୍ରୀ। ଗଛ ମା’କୁ ସେବା କରିବା ସୁଯୋଗ ମିଳିଛି ବୋଲି ମହିଳାମାନେ ଆଗେଇ ଆସି ମା’ ପାଇଁ ଗଛଟିଏ ଲଗାଇ ଆଗାମୀ ଭବିଷ୍ୟତ ଦାୟାଦଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ଜମ୍ବୁ ଗ୍ରାମର ମହିଳା ଗୋଷ୍ଠୀ ସଙ୍ଗଠିତ ହୋଇ ସଂଖ୍ୟାଧିକ ଚାରାରୋପଣ କରିଛନ୍ତି।
ବଙ୍ଗୋପସାଗର କୂଳରେ ଜମ୍ବୁ ଗ୍ରାମ ଅବସ୍ଥିତ ଥିବାରୁ ବହୁ ସମୟରେ ସାମୁଦ୍ରିକ ବାତ୍ୟା, ସୁନାମି ଆଶଙ୍କା ରହିଛି। ପ୍ରଚୁର ମାତ୍ରାରେ ବିଶେଷକରି ଲୁଣା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ସେମାନେ ଆଗଭର ହେଉଛନ୍ତି। କାହିଁକି ନା ସାମୁଦ୍ରିକ ବିପର୍ଯ୍ୟୟକୁ ରୋକିବାକୁ ହେଲେ ହଜାର ହଜାର ସଂଖ୍ୟାରେ ଲୁଣା ହେନ୍ତାଳ ଜଙ୍ଗଲ ସୃଷ୍ଟି ଦରକାର। ଏହାହେଲେ ବିପର୍ଯ୍ୟୟ ଦାଉରୁ ଜନଜୀବନ ବଞ୍ଚତ୍ବ ବୋଲି ମହିଳାମାନେ କହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଚାରାରୋପଣ କରିବାକୁ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ମା’ ପାଇଁ ଗଛଟିଏ ଲଗାଇଲେ ଏ ବିଶ୍ୱ ସମାଜର ଜୀବଜଗତ ବଞ୍ଚତ୍ବ। ବ୍ଲକ ଅଧୀନ ଜମ୍ବୁ-ଭାଟେଣି ସଂଲଗ୍ନ ଗୋବରୀ ନଦୀକୂଳରେ ଲୁଣା ଜଙ୍ଗଲ ସୃଷ୍ଟି କରିବାକୁ ମହିଳା ଗୋଷ୍ଠୀ ଚାରାରୋପଣ କରିଛନ୍ତି। ଏହି ଅବସରରେ ପରିବେଶବିତ୍‌ ଗୌତମ ଗାୟନଙ୍କ ନେତୃତ୍ୱରେ ମହିଳାମାନେ ରବିବାର ଅପରାହ୍ନରେ ମିଳିତ ହୋଇ ପରିବେଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଦକ୍ଷିଣ ଜମ୍ବୁ ମା’ ଗଙ୍ଗାମାତା ପଡ଼ିଆଠାରେ ସବୁଜ ବଳୟ ସୃଷ୍ଟି କରିବାକୁ ବିଭିନ୍ନ କିସମର ଲୁଣା ଜାତୀୟ, ଦେଶୀୟ ଚାରା, ଔଷଧୀୟ ଗୁଣ ଚାରା ଲଗାଇବା ସହ ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି। ରବିବାର ୨୦୦ ଚାରା ରୋପଣ କରାଯାଇଛି। ଆଗାମୀଦିନରେ ଏହି ଉପକୂଳ ଅଞ୍ଚଳ ନଦୀକୂଳ, ବାଡ଼ି ବଗିଚା, ନଦୀବନ୍ଧ ପାର୍ଶ୍ୱରେ ୫ ହଜାରରୁ ଅଧିକ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯିବ ବୋଲି ପରିବେଶବିତ୍‌ ଗାୟନ ଓ ମହିଳାମାନେ ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ଧନ ମହିଳା ଗୋଷ୍ଠୀ ସମ୍ପାଦକ କନକଲତା ଗାୟନ, କାକଳୀ ବୈଦ, ଭବାନୀ ମଣ୍ଡଳ, ପିଙ୍କି ଦାସ, ସା ମାଝୀ, ଝୁମା ସିଂ, ନମିତା ସରକାର, ଚନ୍ଦନା ମଣ୍ଡଳ, ମୌସୁମୀ ମଣ୍ଡଳ ଓ ବୈଶାଖୀ ଜର୍ଦ୍ଦାରଙ୍କ ସମେତ ବହୁସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri