ଗାଜାରେ ଭୋକର ସଂଜ୍ଞା

ଲଳିତେନ୍ଦୁ ପଲାଉରୀ

ହମାସ-ଇସ୍ରାଏଲ ଯୁଦ୍ଧରେ ୬୫ହଜାରରୁ ଅଧିକ ଗାଜାବାସୀଙ୍କ ମୃତ୍ୟୁ ହେଲାଣି। ଏମାନେ ବାରମ୍ବାର ବିସ୍ଥାପିତ ହେଉଛନ୍ତି। ଗାଜାରେ ପ୍ରମୁଖ ସମସ୍ୟା ପାଲଟିଛି ଖାଦ୍ୟ ସଙ୍କଟ। ମୁଠାଏ ଦାନା ପାଇଁ ଏମାନେ ଗାଜା ହ୍ୟୁମାନିଟାରିଆନ ଫାଉଣ୍ଡେଶନ ସହାୟତା କେନ୍ଦ୍ର ନିକଟରେ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ବୁଭୁକ୍ଷୁଙ୍କୁ ଇସ୍ରାଏଲ ସେନା ଖାଦ୍ୟ ବଦଳରେ ଗୁଳିମାଡ଼ କରୁଛି। ଗତ ଜୁନ ମାସର ତଥ୍ୟ କହୁଛି ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଆହାର ମୁଠାଏ ପାଇଁ ଚାତକ ଭଳି ଚାହିଁ ରହିଥିବା ଗାଜାର ୧୧ଶହରୁ ଅଧିକ ସାଧାରଣ ଲୋକଙ୍କୁ ଇସ୍ରାଏଲ ସେନା ଗୁଳିମାରି ହତ୍ୟା କରିଛି। ବିଶେଷ କରି ନାବାଳକ, ମହିଳା, କୋଳରେ ଛୁଆ ଧରିଥିବା ମା’ମାନଙ୍କୁ ଟାର୍ଗେଟ କରୁଛି ଇସ୍ରାଏଲ ସେନା।
ଜୁନ୍‌ ପ୍ରଥମ ସପ୍ତାହରେ ରାଫାର ଏକ ଖାଦ୍ୟ ବିତରଣ କେନ୍ଦ୍ର ନିକଟରେ ଇସ୍ରାଏଲ ଟ୍ୟାଙ୍କ ବର୍ବରୋଚିତ ଭାବେ ଆଖିବୁଜା ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୩୦ ଜଣଙ୍କର ଜୀବନ ଯାଇଥିଲା। ୧୫୦ରୁ ଅଧିକ ଆହତ ହୋଇଥିଲେ। ଗତ ଜୁଲାଇ ଦ୍ବିତୀୟ ସପ୍ତାହରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ଭୋକ ସହି ନ ପାରି ପାଲେଷ୍ଟାଇନର ଏକ ଫୁଡ୍‌ ସେଣ୍ଟର ନିକଟରେ ଅପେକ୍ଷା କରିଥିବା ୪୩ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗାଜାବାସୀଙ୍କ ସ୍ଥିତି ନେଇ ଇସ୍ରାଏଲ ଓଲଟା ହମାସକୁ ଦୋଷ ଦେଇଛି। ଜାଣିଶୁଣି ହମାସ ସହ ଜଡ଼ିତ ଗାଜାର କିଛି ଲୋକ ଖାଦ୍ୟ ସେଣ୍ଟରଗୁଡ଼ିକରେ ଦଳାଚକଟା ସ୍ଥିତି ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଇସ୍ରାଏଲ କହିଛି। ସାଧାରଣ ଲୋକଙ୍କୁ ଖାଦ୍ୟ ବଣ୍ଟନ ନାଁରେ ସେମାନଙ୍କୁ ମୃତ୍ୟୁର ଫାଶ ଭିତରକୁ ଜାଣିଶୁଣି ଇସ୍ରାଏଲ ଟାଣି ଆଣୁଛି ଓ ଗମ୍ଭୀର ମାନବୀୟ ସ୍ଥିତି ସୃଷ୍ଟି କରିଛି ବୋଲି ଜାତିସଂଘ ଉଦ୍‌ବେଗ ପ୍ରକାଶ କରିଛି। ଗାଜାର ଏହି ଘଟଣା ଜାତିସଂଘରେ ବର୍ଣ୍ଣନା କରିବା ସମୟରେ କାନ୍ଦି ପକାଇଥିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ ରିଆଦ ମନ୍‌ସୁର। ଗାଜାରେ କ୍ଷୁଧା ପୀଡ଼ିତ କୁନିକୁନି ପିଲା ସେମାନଙ୍କ ମା’ମାନଙ୍କ ମୁହଁକୁ ବିକଳ ଭାବେ ଚାହିଁ ଖାଦ୍ୟ ପାଇଁ କ୍ରନ୍ଦନ କରୁଥିବା ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ। କେବଳ ଶିଶୁମାନେ କାହିଁକି ଭୋକିଲା ପେଟରେ ଥିବା ମା’ମାନେ ସେମାନଙ୍କର ନିଷ୍ପ୍ରଭ ଶିଶୁମାନଙ୍କୁ କୁଣ୍ଢାଇ ଧରି କେବଳ କୋହଭରା କଣ୍ଠରେ ସାନ୍ତ୍ବନା ଦେବା ଛଡ଼ା ସେମାନଙ୍କ ପାଖରେ କିଛି ନ ଥିବା ଜାତିସଂଘରେ ରିଆଦ ମନ୍‌ସୁର ବର୍ଣ୍ଣନା କରିଥିଲେ। ନିଜର ଭବିଷ୍ୟତ ପିଢ଼ିକୁ ଖାଦ୍ୟ ମୁଠାଏ ଦେଇପାରୁ ନ ଥିବା, ସେମାନଙ୍କ ଯନ୍ତ୍ରଣାଦାୟକ ସ୍ଥିତି କେବଳ ସେମାନଙ୍କ ସହ ଥିବା ଲୋକ ହିଁ କହିପାରିବ ବୋଲି କହିଥିଲେ ରିଆଦ। ତେଣୁ ଯୁଦ୍ଧ କ୍ଷୁଧାର୍ତ୍ତ ପାଲେଷ୍ଟିନୀୟଙ୍କ ଭବିଷ୍ୟତକୁ ବିକଳାଙ୍ଗ କରି ଦେଇଛି। ସେମାନେ ବାରମ୍ବାର ବିଶ୍ବକୁ କହୁଛନ୍ତି ଆମେ ବି ମଣିଷ। ଆମର ବି ମାତୃଭୂମି ରହିଛି। ଆମକୁ ମଧ୍ୟ ଅନ୍ୟମାନଙ୍କ ପରି ଆତ୍ମସମ୍ମାନ ଓ ଅଧିକାର ମିଳିବା ଉଚିତ। ଆମର ଅସହ୍ୟ ଦୁଃଖ ଓ ଯନ୍ତ୍ରଣାରେ ବିଶ୍ବ କାହିଁକି ନୀରବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ।
ଗତ ମାର୍ଚ୍ଚ ମାସରେ ଇସ୍ରାଏଲ ଯୁଦ୍ଧ ବିରତି ଭଙ୍ଗ ପରଠାରୁ ଗାଜାର ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିଛି। ଗତ ୪ ମାସ ମଧ୍ୟରେ ୫ହଜାରରୁ ଅଧିକ ପାଲେଷ୍ଟାଇନ ଶିଶୁ ଖାଦ୍ୟ ଅଭାବ, କୁପୋଷଣ ଆଉ ସ୍ବାସ୍ଥ୍ୟସେବା ନ ପାଇ ମୃତ୍ୟୁବରଣ କରିଛନ୍ତି। ଦୀର୍ଘଦିନର ଯୁଦ୍ଧ ଭିତରେ ଗାଜାର ୭୦ପ୍ରତିଶତରୁ ଅଧିକ ଭିତ୍ତିଭୂମି ନଷ୍ଟ ହୋଇସାରିଛି। ୮୫ପ୍ରତିଶତ ଗାଜାବାସୀ ବାସହୀନ। କିନ୍ତୁ ଇସ୍ରାଏଲ ସେନା ହମାସ ବିରୋଧରେ ‘ଟାର୍ଗେଟ ଅପରେଶନ’ ଜାରି ରଖିବା ସହ ନିରୀହ ଗାଜାବାସୀଙ୍କୁ ହତ୍ୟା କରି ଚାଲିଛି। ନିକଟରେ ଗାଜାର କିଣ୍ଡରଗାର୍ଟେନ ସ୍କୁଲ, ଶରଣାର୍ଥୀ ଶିବିର ଓ ହସ୍ପିଟାଲଗୁଡ଼ିକ ଉପରେ ମଧ୍ୟ ବୋମାମାଡ଼ ଓ ରକେଟ ମାଡ଼ ଜୋରଦାର କରିଛି ଇସ୍ରାଏଲ। ହମାସ ଓ ଇସ୍ରାଏଲ ମଧ୍ୟରେ ସ୍ଥାୟୀ ଅସ୍ତ୍ରବିରତି ନେଇ ଆମେରିକା ଓ ଆରବ ଦେଶ ଦ୍ବାରା ବାରମ୍ବାର ପ୍ରୟାସ ବିଫଳ ହୋଇ ଚାଲିଛି। ଗାଜାରୁ ଆତଙ୍କୀ ସଂଗଠନ ହମାସର ମୂଳୋତ୍ପାଟନ ନ ହେବା ଯାଏ ଯୁଦ୍ଧ ଏଭଳି ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଜାତିସଂଘ ଓ ମାନବାଧିକାର ସଂଗଠନ ଗାଜାରେ ମାନବୀୟ ସଙ୍କଟ ନେଇ ଉଦ୍‌ବେଗ ପ୍ରକାଶ କରୁଛି। କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରୁନି। ଏଭଳି ସ୍ଥିତିରେ ହମାସକୁ ମୁକାବିଲା ପାଇଁ ଗାଜାରେ ଇସ୍ରାଏଲ ଛିଡ଼ା କରିଛି ନୂଆ ହମାସ ଗୋଷ୍ଠୀ। ଗାଜାରୁ ହମାସର ଚେର ଉପାଡ଼ିବାକୁ ପପୁଲାର ଫୋର୍ସେସ ନାମକ ଏକ ମିଲିସିଆ ସଂଗଠନକୁ ଦାୟିତ୍ୱ ଦେଇଛି ଇସ୍ରାଏଲ। ହମାସର ମୁକାବିଲା ପାଇଁ ଏହି ଉଗ୍ରବାଦୀ ସଂଗଠନକୁ ହତିଆର ବି ଯୋଗାଉଛି ଇସ୍ରାଏଲ। ଏହି ସଂଗଠନ ଦକ୍ଷିଣ ଗାଜାରେ ବେଶ୍‌ ସକ୍ରିୟ। ଗାଜାକୁ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେଲା ହମାସ କବ୍‌ଜା କରି ରଖିଛି। ହମାସ ଆତଙ୍କୀଙ୍କୁ ମୂଳପୋଛ ପାଇଁ ଇସ୍ରାଏଲର ପ୍ରୟାସ ସଫଳ ହୋଇପାରୁନି। ଏଭଳି ସ୍ଥିତିରେ ଇସ୍ରାଏଲକୁ ଅନେକ ମୁସଲମାନ ବହୁଳ ଦେଶ ଆଲଜେରିଆ, ବାଂଲାଦେଶ, ଇରାକ, ଇରାନ, କୁଏଟ, ଲେବାନନ, ଲିବିୟା, ମାଲେସିୟା, ଓମାନ ଓ ପାକିସ୍ତାନର ବାସନ୍ଦ ଜାରି ରହିଛି। ଶେଷରେ ଏତିକି କୁହାଯାଇ ପାରେ ଯୁଦ୍ଧ ହେଉ କି ଯୁଦ୍ଧ ବିରତି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସ୍ବାର୍ଥସାଧାନ ଓ ସେମାନଙ୍କ ଆତ୍ମ ବଡ଼ିମା ପାଇଁ ଲକ୍ଷଲକ୍ଷ ନିରୀହ ଜନତାଙ୍କ ଜୀବନ ରସାତଳକୁ ଚାଲିଯାଇଛି। ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଥିବା ବିଶ୍ବର ନୀତି, ନୈତିକତା,ଆଇନ-କାନୁନ୍‌ର ଲିଖିତ ବ୍ୟବସ୍ଥା ଯେମିତି କେବଳ ଧୂଆଁବାଣ ସାବ୍ୟସ୍ତ ହୋଇଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri