ଭଦ୍ରକ, ୯।୯(ସନାତନ ରାଉତ): ଭଦ୍ରକ କଲେଜ ମୁଖ୍ୟ ଗେଟରେ ବ୍ୟାନର ଲଗାଯିବାକୁ ନେଇ ଗତକାଲି ରାତିରୁ ହୋହଲ୍ଲା ଚାଲିଛି । ମଙ୍ଗଳବାର ସକାଳୁ ଛାତ୍ର ବିଜେଡି ସମର୍ଥିତ କେରକେରା ଛାତ୍ର କଲେଜ ଗେଟ୍ରେ ବାଉଁଶ ବାନ୍ଧି ଟାୟାର ଜାଳି ଗେଟ୍ ଅବରୋଧ କରିଛନ୍ତି। କଲେଜ ଭିତରକୁ ଛାତ୍ରୀଛାତ୍ର ଅଧ୍ୟାପକ ଏପରିକି ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରବେଶ କରିବାକୁ ଦେଉ ନାହାନ୍ତି । ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ଅଧ୍ୟକ୍ଷ ଦୁର୍ଗା ଶଙ୍କର ଦାଶ ଛାତ୍ରମାନଙ୍କ ସହ ଆଲୋଚନା କରୁଛନ୍ତି। ପ୍ରକାଶ ଥାଉକି ଗତ ଗଣେଶ ପୂଜା ସମୟରେ ଗୋଟିଏ ଗୋଷ୍ଠୀ କଲେଜର ଅର୍ଦ୍ଧ ନିର୍ମିିିିତ ଗେଟ୍ରେ ଏକ ବ୍ୟାନର ଲଗାଇଥିଲେ। ଏହାକୁ ଖୋଲି ଅନ୍ୟ ଗୋଷ୍ଠୀ ଅନ୍ୟ ଏକ ବ୍ୟାନର ଲଗାଇଥିଲେ । ଯେଉଁଥିରେ ଭଦ୍ରକ ସୟଂଶାସିତ ମହାବିଦ୍ୟାଳୟ ଲେଖାଯାଇଥିଲା। ଏଥିରେ କିନ୍ତୁ ଗେରୁଆ ରଙ୍ଗ ଥିବାରୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ । ଫଳରେ ଚାପା ଉତ୍ତେଜନା ସହ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ଏହାକୁ ଗୋଟିଏ ଗୋଷ୍ଠୀ ଗେଟ୍ ସମ୍ମୁଖରେ ଧାରଣା ଦେବା ସହ ହୋହଲ୍ଲା କରିଥିଲେ। ଛାତ୍ର ଅଶାନ୍ତିକୁ ଲକ୍ଷ କରି ଘଟଣାସ୍ଥଳରେ ଟାଉନ ପୋଲିସ ସହ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।


