କାବୁଲ,୧।୯: ଆଫଗାନିସ୍ତାନରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର (୩୧ ଅଗଷ୍ଟ) ରାତିରେ ହୋଇଥିବା ଭୂକମ୍ପ ଯୋଗୁ ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି।
ଆଫଗାନିସ୍ତାନରେ ପାକିସ୍ତାନ ସୀମା ନିକଟରେ ଏକ ଭୂମିକମ୍ପ ହୋଇଛି। ଏହା ଯୋଗୁ ନାଙ୍ଗରହାର ଏବଂ କୁନାର ପ୍ରଦେଶ ଗୁରୁତର ଭାବରେ ପ୍ରଭାବିତ ହୋଇଛି।
ଏହି ଭୂକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ଏପର୍ଯ୍ୟନ୍ତ ୫୦୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ରବିବାର ରାତିରେ ହୋଇଥିବା ଏହି ଭୟଙ୍କର ଭୂକମ୍ପରେ ଆଫଗାନିସ୍ତାନରେ ଅନେକ କ୍ଷୟକ୍ଷତି ହୋଇଛି। ରାତି ୧୨:୪୭ ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ପ୍ରାୟ ୨୭ କିଲୋମିଟର ଦୂରରେ, ଭୂପୃଷ୍ଠରେ ୮ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପ ଯୋଗୁ ନାଙ୍ଗରହାର ପ୍ରଦେଶରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି ଏବଂ ରାସ୍ତା ଏବଂ ଘରଗୁଡ଼ିକରେ ଫାଟ ଦେଖାଦେଇଛି।
ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।


