ଗଜାନନଙ୍କ ୧୦୦୮ ମୂର୍ତ୍ତି: ଆମ ପରମ୍ପରା-ସଂସ୍କୃତିକୁ ନେଇ ଭକ୍ତିମୟ ପରିବେଶରେ…

କେସିଙ୍ଗା,୨୭ା୮(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲ, କେନ୍ଦୁପଡ଼ା ପ୍ରକୋଷ୍ଠରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜା ମହାସମାରୋହରେ ବୁଧବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସପାଲ ଅର୍ଚ୍ଚନା ଅଗ୍ରଓ୍ବାଲଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଦ୍ୱାରା ଏକ ନିଆରା ଢଙ୍ଗରେ ଗଣେଶଙ୍କର ୧୦୦୮ ମୂର୍ତ୍ତି, ଏବଂ ଚିତ୍ରକଳା ମାଧ୍ୟମରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଆସିଥିବା ଅତିଥି ଏବଂ ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରଦର୍ଶିତ ଗଣେଶଙ୍କର ବିଭିନ୍ନ ରୂପରେ ସାଜସଜ୍ଜା ଦେଖି ଉଚ୍ଚ ପ୍ରଶଂସା କରିବା ସହ ଏକ ଭକ୍ତିମୟ ପରିବେଶରେ ସାମିଲ ହୋଇ ଆନନ୍ଦ ଅନୁଭବ କରିଥିଲେ।

ସୂଚନା ଥାଉ କି, ଗତବର୍ଷ ମଧ୍ୟ ଏହି ବିଦ୍ୟାଳୟରେ ୧୦୦୮ ଗଣେଶ ମୂର୍ତ୍ତିର ଏକ ବିଶାଳ ପ୍ରଦର୍ଶନୀ କରାଯାଇଥିଲା। ଏହି ପ୍ରଦର୍ଶନୀ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମ ପରମ୍ପରା ଏବଂ ସଂସ୍କୃତିକୁ ନେଇ ସଚେତନ କରାଇବା ଏବଂ ତାଙ୍କ ଭିତରେ ଏକତାର ଭାବ ଜାଗ୍ରତ କରାଇବା ଏହି ପ୍ରଦର୍ଶନ କରାଯାଉଛି। ଏହି ଅବସରରେ, ଅଗ୍ରଓ୍ବାଲ ମହାସଭାର ସଭାପତି, ମାରଓ୍ବାଡି ୟୁବମଞ୍ଚର ସଭାପତି, ଜେ.ସି. ଆଇ ସଭାପତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ। ଏହି ବିଦ୍ୟାଳୟର ଭାଇସ୍‌ ପ୍ରିନ୍ସପାଲ ପଦ୍ମନାଭ ପାଠୀ, ବିଦ୍ୟାଳୟର ଶିକ୍ଷକ ଧର୍ମେନ୍ଦ୍ର ନାଏକ, ରଜନୀ ରାଣୀ ପାତ୍ର, ପ୍ରେମଶିଳା ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri