ଭୁବନେଶ୍ୱର,୨୫।୮: ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ । କ୍ୟାଡେଟ ପାଇଲଟ ପ୍ରୋଗ୍ରାମ୍ରେ ଏହି ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ। ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହା ଘୋଷଣା କରିଛନ୍ତି। B-MAAN ଅଧୀନରେ, କ୍ୟାଡେଟ ପାଇଲଟ ପ୍ରୋଗ୍ରାମ ଆରମ୍ଭ ହେବ।ଯଉଁଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ଟ୍ରେନିଂ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ନେଇ ଢେଙ୍କାନାଳ ବିରାଶୋଳରେ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ହେବ ।ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ MRO ସୁବିଧା ହେବ। ୧୪ ମାସରେ ଓଡ଼ିଶାର ବିମାନବନ୍ଦର ୧୫ଟି ନୂଆ ସ୍ଥନ ସହ ଯୋଡ଼ି ହୋଇଛି।
ଅନ୍ୟପକ୍ଷେ, ଓଡ଼ିଶାକୁ ସବୁ ସହଯୋଗ ଦିଆଯିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ।


