ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮: ସ୍ୱାଧୀନତା ଦିବସ ଅବସରରେ  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସ୍‌ପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।

ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ। ଏସ୍‌ଆଇ  ଅମରେଶ ନରେନ୍ଦ୍ର, କନଷ୍ଟେବଳ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ। OAPF ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ପଦକ ମିଳିବ।

ମୋଟ ୨୩୩ ଜଣ କର୍ମଚାରୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ଏହି ମର୍ଯ୍ୟାଦାଜନକ ପଦକ ମିଳିବ। ଏମାନଙ୍କ ମଧ୍ୟରୁ ୨୨୬ ଜଣ ପୋଲିସ ସେବାରୁ ୬ ଜଣ ଅଗ୍ନିଶମ ସେବାରୁ ଏବଂ ଜଣେ HG&CDରୁ ରହିଛନ୍ତି।

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ (PSM):

ଏହି ପଦକ ୯୯ ଜଣ କର୍ମଚାରୀଙ୍କୁ ସେମାନଙ୍କର ଅନୁକରଣୀୟ ଏବଂ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯିବ। ପୋଲିସ ସେବାରୁ ୮୯ ଜଣ, ଅଗ୍ନିଶମ ସେବାରୁ ୫ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୩ ଜଣ ଏବଂ କରେକ୍ସନାଲ୍ ସେବାରୁ ୨ ଜଣ ଅନ୍ତର୍ଭୁକ୍ତ।

ମେରିଟୋରିଆସ୍ ସେବା ପାଇଁ ପଦକ (MSM):

ମୋଟ ୭୫୮ ଜଣ କର୍ମଚାରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ଏବଂ ଗୁଣାତ୍ମକ ସେବା ପାଇଁ ଏହି ପଦକ ସହିତ ସମ୍ମାନିତ କରାଯିବ। ପୋଲିସ ସେବାରୁ ୬୩୫ଜଣ, ଅଗ୍ନିଶମ ସେବାରୁ ୫୧ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୪୧ ଜଣ ଏବଂ କରେକ୍ସନାଲ୍ ସେବାରୁ ୩୧ ଜଣଙ୍କୁ ସମ୍ମାନିତ କରାଯିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri