ଧାନ ବିକ୍ରି ପଞ୍ଜୀକରଣକୁ ସରଳ କରିବା ଦିଗରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର,୧୩ା୮(ପ୍ରଦୀପ୍ତ ଦାଶ): ଧାନବିକ୍ରି କରିବାକୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥା ଯୋଗୁ ଚାଷୀମାନେ ଚାଷ ବିଲରୁ କାମ ଛାଡ଼ି ସମବାୟ ସମିତିକୁ ଦୌଡୁଛନ୍ତି । ଦୀର୍ଘବର୍ଷ ଧରି ବନ୍ଦୋବସ୍ତ ହୋଇ ନ ଥିବାରୁ ଶତକଡ଼ା ୮୦ ଭାଗ ଚାଷୀଙ୍କ ଜମି ସେମାନଙ୍କ ଜେଜେ, ତାଙ୍କ ବାପା କିମ୍ବା ଭାଇମାନଙ୍କ ନାମ ସହ ମିଳିତ ରେକର୍ଡ ରହିଛି। ଚାଷୀଙ୍କ ସଂଖ୍ୟା ବଢ଼ିଛି କିନ୍ତୁ ପଞ୍ଜୀକରଣରେ ବ୍ୟାପକ କଟକଣା କରାଯାଇ ଚାଷୀମାନେ ଯେପରି ସରଳ ଉପାୟରେ ଧାନ ବିକ୍ରି କରି ନ ପାରିବେ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ଅବଲମ୍ବନ କରୁଛନ୍ତି ବୋଲି ରାଜବୋଡ଼ା ସମ୍ବର କୃଷକ ସଂଗଠନ ପଦ୍ମପୁର ତରଫରୁ ଅଭିଯୋଗ କରାଯାଇଛି। ଯାହାଫଳରେ ଉତ୍ପାଦିତ ଧାନକୁ ବେସରକାରୀ ସଂସ୍ଥାମାନେ କମ୍‌ ଦରରେ କିଣିବାର ପଥକୁ ପରିଷ୍କାର କରାଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂଗଠନ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସକାଳ ୧୧ ଟାରୁ ପଦ୍ମପୁର ଉପଜିଲାପାଳ ଅଫିସ ସମ୍ମୁଖରେ ରାଜବୋଡ଼ାସମ୍ବର କୃଷକ ସଂଗଠନର ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଷୀଙ୍କ ସହ ପଦ୍ମପୁର ଉପଜିଲାପାଳ ଆଲୋଚନା କରି ଆବଶ୍ୟକ କାଗଜାତ ଦେଇ ପଞ୍ଜୀକରଣ କରିବାକୁ ଅନୁରୋଧ କରିଥିଲେ ଉପର ମହଲରୁ ନିର୍ଦ୍ଦେଶ ହେଲେ ଚାଷୀଙ୍କୁ ଅବଗତ କରେଇବେ ଯାହା ଚାଷୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ବିଗତ ବର୍ଷ ଭଳି କେବଳ ସ୍ବ ଘୋଷଣା ନାମାରେ ପଞ୍ଜୀକରଣ ଆବେଦନ ଗ୍ରହଣ, ଓ ସ୍ବଳ୍ପ ସଂଖ୍ୟକ ଚାଷୀ ପଞ୍ଜୀକୃତ ହୋଇପାରିଥିବା ବେଳେ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ସଂଗଠନ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ସଭାପତି ବାଞ୍ଛାନିଧି ନାୟକ, ଆବାହକ ଅଶୋକ ସାହୁ, ଆଇନ ପରାମର୍ଶଦାତା ଅଜିତ ଶତପଥୀ, ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ଅରବିନ୍ଦ ପଣ୍ଡା, ପଞ୍ଚାନନ ସାହୁ, ଆମୋଦ ପଟେଲ, ନିରାକାର ସାହୁ, ଟୁନା ପ୍ରଧାନ, ଦହିତ ସାହୁ, ସୁବାସ ଭୋଇ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ସଂଗଠନ ସଭାପତିଙ୍କ ଆଦେଶକ୍ରମେ ଲିଙ୍ଗରାଜ ପ୍ରଧାନ ବୈଠକ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri