ହାତୀ ସହ ମଣିଷ

ନିୟମିତ ବ୍ୟବଧାନରେ ହାତୀ ମୃତ୍ୟୁ ଖବର ପ୍ରକାଶ ପାଇଆସୁଛି। ସ୍ବାଭାବିକ ମୃତ୍ୟୁ ତୁଳନାରେ ବିଦ୍ୟୁତ୍‌ ଆଘାତ ଓ ଟ୍ରେନ୍‌ ଧକ୍କାରେ ଅଧିକ ହାତୀଙ୍କ ଜୀବନ ଯାଉଛି। ଏହାବ୍ୟତୀତ ଶିକାରୀମାନେ ଦାନ୍ତ ଲୋଭରେ ଏବଂ ହାତୀ ଖାଦ୍ୟ ଖୋଜି ଗ୍ରାମ ଭିତରକୁ ପ୍ରବେଶ କରିବା ଓ ଫସଲହାନି କରୁଥିବାରୁ ମୁଖ୍ୟତଃ ଗ୍ରାମବାସୀଙ୍କ ରୋଷର ଶିକାର ହୋଇ ଏହା ମୃତ୍ୟୁମୁଖରେ ପଡ଼ୁଛି। ୨୦୦୯-୧୦ ରୁ ୨୦୨୪-୨୫ ମଧ୍ୟରେ ଅର୍ଥାତ୍‌ ୧୫ ବର୍ଷ ଭିତରେ ଭାରତରେ ଟ୍ରେନ୍‌ ଧକ୍କାରେ ୧୮୬ ହାତୀଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ୧୪ଟି ରାଜ୍ୟର ୧୨୭ ରେଳପଥର ୩,୪୫୨ କିଲୋମିଟର ପରିବ୍ୟାପ୍ତ ଟ୍ରାକ୍‌ରେ କରାଯାଇଥିବା ସର୍ଭେରୁ ଏହିି ତଥ୍ୟ ଜଣାପଡ଼ିଛି। ଭାରତର ୬୯ ହଜାର କିଲୋମିଟର ରେଲ ନେଟଓ୍ବର୍କ ମଧ୍ୟରୁ ଅନେକ ଶହ କିଲୋମିଟର ଘଞ୍ଚ ଜଙ୍ଗଲ ପଥ ଦେଇ ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ତେବେ ସେହିସବୁ ଅଞ୍ଚଳରେ ଲେଭଲ କ୍ରସିଂ, ର଼୍ୟାମ୍ପ୍‌, ବାରିକେଡିଂ ଓ ଟ୍ରେଞ୍ଚିଂ ଭିତ୍ତିଭୂମି ଗଠନ, ଅଣ୍ଡରପାସ ଏବଂ ଓଭରପାସ ନିର୍ମାଣ କରିବାକୁ ସର୍ଭେରେ ପ୍ରସ୍ତାବ ଦିଆଯାଇଛି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହା ହାତୀ ମୃତ୍ୟୁ ରୋକିବାରେ କେତେ ସକ୍ଷମ ହୋଇପାରିବ ତାହା ଭବିଷ୍ୟତରେ ଜଣାପଡ଼ିବ। ଏକଥା ଚିନ୍ତା କଲାବେଳକୁ ହାତୀ ମୃତ୍ୟୁର ଅନ୍ୟ କାରଣଗୁଡ଼ିକ ଉପରେ ଗୁରୁତ୍ୱର ସହ ବିଚାର କରାଯିବା ଦରକାର। କାରଣ ଟ୍ରେନ୍‌ ଧକ୍କାରେ ଯେତିକି ହତୀଙ୍କର ମୃତ୍ୟୁ ହେଉଛି, ତାହାଠାରୁ କାହିଁ ଅଧିକ ପ୍ରାଣ ଯାଉଛି ବିଦ୍ୟୁତ୍‌ ଆଘାତ ଓ ଶିକାର ଯୋଗୁ। ଅନେକ ସମୟରେ ଜଙ୍ଗଲ ମଧ୍ୟରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଙ୍କ ଜୀବନ ଯାଉଛି କିମ୍ବା ଲୋକମାନେ ସେମାନଙ୍କ ଫସଲ ରକ୍ଷା କରିବାକୁ ଯାଇ ତାର ବିଛାଇ ମାରି ଦେଉଛନ୍ତି। ୨୦୨୪ ତଥ୍ୟ ଅନୁଯାୟୀ, ଭାରତରେ ବିଗତ ୫ ବର୍ଷରେ ୭୩ ହାତୀ ଟ୍ରେନ୍‌ ଧକ୍କାରେ ଏବଂ ୩୯୨ ବିଦ୍ୟୁତ୍‌ ଆଘାତ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିଲେ। ଉଲ୍ଲେଖନୀୟ ଯେ, ଓଡ଼ିଶାରେ ବିଦ୍ୟୁତ ଆଘାତ ଯୋଗୁ ଏହି ସମୟରେ ୭୧ ହାତୀ ମରିଥିଲେ, ଯାହା ଦେଶରେ ଥିଲା ସର୍ବାଧିକ।
ନିକଟରେ ଓଡ଼ିଶା ସରକାରଙ୍କ ୨୦୨୫ ତଥ୍ୟ ମଧ୍ୟ ଦର୍ଶାଇଛି ଯେ, ଟ୍ରେନ ଦୁର୍ଘଟଣା ତୁଳନାରେ ବିଦ୍ୟୁତ୍‌ ଆଘାତ ଯୋଗୁ ଅଧିକ ହାତୀଙ୍କର ମୃତ୍ୟୁ ଘଟିଛି। ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ବିଭିନ୍ନ କାରଣରୁ ୪୮୦ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିରେ ବିଦ୍ୟୁତ୍‌ ଆଘାତଜନିତ ମୃତ୍ୟୁ ୯୫ ଓ ଟ୍ରେନ ଦୁର୍ଘଟଣାରେ ୧୫ ହାତୀଙ୍କର ପ୍ରାଣ ଯାଇଛି। ୨୦୧୮ରେ ଢେଙ୍କାନାଳର କମଳାଙ୍ଗ ଗାଁ ନିକଟରେ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକାବେଳକେ ୭ଟି ହାତୀଙ୍କ ମୃତ୍ୟୁ ହେବା ଓଡ଼ିଶାରେ ହାତୀ ମୃତ୍ୟୁ ଇତିହାସର ଏକ ବଡ଼ ଘଟଣା ଥିଲା। ଏହାପରେ ଚିନ୍ତା କରାଯାଉଥିଲା ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ। କିନ୍ତୁ ହାତୀ ସୁରକ୍ଷା ଦିଗରେ ସେଭଳି କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇନାହିଁ। ହାତୀ ମୃତ୍ୟୁ ରୋକିବା ପାଇଁ କରାଯାଉଥିବା ଯୋଜନା ଓ ତାହାର କାର୍ଯ୍ୟକାରିତା ଭିତରେ ବହୁତ ପ୍ରଭେଦ ଥିବା ଭଳି ମନେହେଉଛି।
ପ୍ରତିକାର ସ୍ବରୂପ ଜନବସତି ନିକଟରେ ଯେଉଁ ବିଦ୍ୟୁତ୍‌ ଲାଇନ ରହୁଛି ତାହାକୁ ଠିକ୍‌ ଭାବେ ଦେଖାଯାଉନାହିଁ କିମ୍ବା ଜନସାଧାରଣ ତାର ବିଛାଇ ହାତୀ ମାରିଦେବା ଘଟଣାରେ ବନ ବିଭାଗର ଦାୟିତ୍ୱହୀନତା ପ୍ରମାଣିତ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ଭାରତବର୍ଷରେ ହାତୀ ଓ ମଣିଷ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ରହିଛି। ତେଣୁ ଅସ୍ବାଭାବିକ ସ୍ଥିତିକୁ ପାର କରିବା ପାଇଁ କେବଳ ଟ୍ରେନ୍‌ ଭିତ୍ତିଭୂମି ବିକାଶ ବେଳେ ହାତୀ ସୁରକ୍ଷା ବିଷୟ ପର୍ଯ୍ୟାପ୍ତ ହେବ ନାହିଁ। ଏଥିସହିତ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବା ଉଚିତ। ଜଙ୍ଗଲରେ କୃତ୍ରିମ ହ୍ରଦ ସୃଷ୍ଟି କରିବା ସହ ଖାଦ୍ୟ ପାଇଁ ବିଭିନ୍ନ ଫଳଜାତୀୟ ବୃକ୍ଷ ବଢ଼ାଇବାର ଆବଶ୍ୟକତା ପଡ଼ିଲାଣି। ବିକାଶ ପାଇଁ ଜଙ୍ଗଲ ଓ ଜନ୍ତୁଙ୍କୁ ଅଣଦେଖା କରାଗଲେ ମଣିଷ ତିଷ୍ଠିବା କଷ୍ଟକର ହେବ। ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ଲାଗି ଅଧିକ ସଂଖ୍ୟକ ଫରେଷ୍ଟଗାର୍ଡ ସହିତ ଅତ୍ୟାଧୁନିକ କ୍ୟାମେରା ଭଳି ନୂତନ ପ୍ରଯୁକ୍ତି ବ୍ୟବହାର କରାଯିବା ଦରକାର। ଏଥିସହ ହାତୀ କରିଡର (ହାତୀ ଚଲାପଥ) ନିର୍ମାଣ ସକାଶେ ବହୁ ଦଶନ୍ଧି ଧରି ଆଲୋଚନା ହେବା ସତ୍ତ୍ୱେ ଓଡ଼ିଶା ଭଳି ରାଜ୍ୟରେ କୌଣସି କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ ହେଉନାହିଁ। ସେଥିପାଇଁ ବାସ୍ତବ କ୍ଷେତ୍ରରେ ସ୍ଥିତିରେ ପରିବର୍ତ୍ତନ ଦେଖାଯାଉନାହିଁ। ଦୁଇ ହାତରେ ତାଳି ବାଜିବା ଭଳି ମନେରଖିବାକୁ ହେବ ଯେ, ହାତୀ ସୁରକ୍ଷା ସେତିକିବେଳେ ଶହେ ପ୍ରତିଶତ ହୋଇପାରିବ ଯେତେବେଳେ ସେମାନଙ୍କ ଚଲାପଥ ନିକଟରେ ବସବାସ କରୁଥିବା ଜନବସତିର ମଣିଷ ଜୀବନ ସହିତ ସମ୍ପତ୍ତି ସୁରକ୍ଷିତ ରହିବାର ବ୍ୟବସ୍ଥା କରାଯାଇପାରିବ। ଏଥିରେ ଜନସାଧାରଣଙ୍କ ସହଯୋଗ ସର୍ବାଗ୍ରେ ରହିବାର ଆବଶ୍ୟକତା ପଡ଼ିଲାଣି। କାରଣ ସରକାରୀ ସ୍ତରରେ ସବୁ ଚାହିଦାକୁ ପୂରଣ କରାଯାଇପାରିବ ନାହିଁ। ଏଭଳି ସ୍ଥଳେ ସାମାଜିକ ଓ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ସଙ୍ଗଠନକୁ ସବୁ ଦିଗରୁ ସହଯୋଗ ମିଳିଲେ ପରିବର୍ତ୍ତନ ବଡ଼ ଆକାରରେ ଆସିପାରନ୍ତା। ୭ ଅଗଷ୍ଟରେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଗୁହାଳିଆ ଗ୍ରାମର ଦେବଗିରି ପାହାଡ଼ ପାଦଦେଶ ଖରାଖାଇ ପଡ଼ିଆରେ ‘ବିକାଶ ସାଥୀ’ ସଙ୍ଗଠନ ଦ୍ୱାରା ଆରମ୍ଭ କରାଯାଇଥିବା ‘ହାତୀ ସଭା’ ଏକ ଅଭିନବ ଚିନ୍ତାର ବାର୍ତ୍ତା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri