ଏମାର ମଠର କଥା: ଶ୍ରୀରାମାନୁଜଙ୍କୁ ନେଇ ଘଟିଥିଲା ବିସ୍ମୟକର ଘଟଣା

ପୁରୀ ଅଫିସ,୧ା୯: ଦ୍ୱାଦଶ ଶତାବ୍ଦୀର ଏମାର ମଠ ଭଙ୍ଗାଯାଉଛି। ଆଉ ଅଳ୍ପ ଦିନ ପରେ ଏହାର ନଁା ରହିବ ସିନା ହେଲେ ଚେହେରା ସମ୍ପୂର୍ଣ୍ଣ ବଦଳିଯିବ। ବିରାଟ କୋଠାର ଆକାର ସୀମିତ ରହିବ ଠାକୁରଙ୍କ ବିଜେସ୍ଥଳୀ, ପୂଜକ ଏବଂ ମହନ୍ତଙ୍କ ଛୋଟିଆ କୋଠରୀ ଭିତରେ। ତେବେ ମଠକୁ ନେଇ ଏବେ ନାନା ପ୍ରକାର ଚର୍ଚ୍ଚା ଚାଲିଥିବାବେଳେ ଏହାର ପ୍ରତିଷ୍ଠାତା ଶ୍ରୀରାମାନୁଜଙ୍କୁ ନେଇ ଶ୍ରୀଜଗନ୍ନାଥ ପୁରୀରେ ଘଟିଥିଲା ଏକ ବିସ୍ମୟକର ଘଟଣା।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଏମାର ମଠର ପ୍ରତିଷ୍ଠାତା ଶ୍ରୀରାମାନୁଜାଚାର୍ଯ୍ୟ ଭାରତରେ ବୌଦ୍ଧିକ ଦିଗ୍‌ବିଜୟ ଯାତ୍ରା କରି ପୁରୀରେ ପହଞ୍ଚତ୍ଥିଲେ।

ଶ୍ରୀପ୍ରପନ୍ନାମୃତମ୍‌ ଗ୍ରନ୍ଥରୁ ଜଣାଯାଏ, ତାଙ୍କର ପ୍ରଥମ ଦିଗ୍‌ବିଜୟ ଯାତ୍ରା କାଞ୍ଚତ୍ରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ତାଙ୍କ ସହିତ ୧୪ଜଣ ଶିଷ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଥିଲେ ଶ୍ରୀ ଉତ୍କଳାଚାର୍ଯ୍ୟ ଏବଂ ଆଉ ୨ଜଣ କଳିଙ୍ଗ ଦେଶର ଶ୍ରେଷ୍ଠ ଶିଷ୍ୟ। ଏଥିରୁ ଜଣାପଡୁଛି ଶ୍ରୀରାମାନୁଜ ଜଗନ୍ନାଥ ଧାମ ଆସିବା ପୂର୍ବରୁ ଉତ୍କଳ-କଳିଙ୍ଗ ରାଷ୍ଟ୍ର ସହ ତାଙ୍କର ସମ୍ପର୍କ ଥିଲା। ସେ କେରଳ ପହଞ୍ଚତ୍ବା ପରେ ସେଠାରୁ ଦ୍ୱାରକା, ବଦ୍ରିକା ଆଶ୍ରମ, ମଥୁରା, ଅଯୋଧ୍ୟା, ବୃନ୍ଦାବନରେ ଶାସ୍ତ୍ରାର୍ଥ କରି ବିଜୟ ଲାଭ କରିବା ପରେ କଶ୍ମୀରର ଶ୍ରୀଶାରଦା ପୀଠକୁ ଯାଇଥିଲେ। କଶ୍ମୀରରୁ ଫେରି ଜଗନ୍ନାଥ ଧାମରେ ପହଞ୍ଚତ୍ଥିଲେ। ଏହାଥିଲା ତାଙ୍କ ଦିଗ୍‌ବିଜୟ ଯାତ୍ରାର ୧୬ତମ ସ୍ଥାନ। ଶ୍ରୀଜଗନ୍ନାଥ ଧାମକୁ ଆସି ଯେଉଁଠି ପ୍ରଥମେ ଶିଷ୍ୟମାନଙ୍କ ସହ ଡେରା ପକାଇଥିଲେ ତାହା ହିଁ ଆଜିର ଏମାର ମଠ। ପ୍ରତିଦିନ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଉପାସନାର ରହସ୍ୟକୁ ବୁଝିବା ପରେ ଶ୍ରୀମନ୍ଦିରରେ ନିଜ ସମ୍ପ୍ରଦାୟର ପୂଜା ପ୍ରଚଳନ ପାଇଁ ଚେଷ୍ଟା କରିଥିଲେ। ଏଥିରେ ମହାରାଜା ଚୋଡ଼ଗଙ୍ଗଦେବ ସହମତି ହୋଇଥିଲେ ମଧ୍ୟ ପୂଜାପଣ୍ଡା ସେବକମାନେ ରାଜି ହୋଇ ନ ଥିଲେ। ରାଜସଭାରେ ସେବକ ଏବଂ ରାମାନୁଜାଚାର୍ଯ୍ୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଚାର୍ଯ୍ୟ ମହାଶୟ ଯେଉଁ ଅନୁରୋଧ କରିଥିଲେ ତାହା କାଟ୍‌ ଖାଇଥିଲା। ରାଜସଭାରୁ ଫେରିବା ପରେ ସେବକମାନେ ମହାପ୍ରଭୁଙ୍କ ଶରଣାଗତ ହୋଇଥିଲେ। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଜୀବନୀ ଗ୍ରନ୍ଥ ଅନୁଯାୟୀ, ସେବକମାନେ ମହାପ୍ରଭୁଙ୍କୁ ଗୁହାରି କରି ଫେରିବା ପରେ ରାମାନୁଜାଚାର୍ଯ୍ୟ ଦର୍ଶନ କରିବାକୁ ଯାଇ ନିଜ ମନକଥା ମହାପ୍ରଭୁଙ୍କୁ ଜଣାଇଥିଲେ। କିନ୍ତୁ ମହାପ୍ରଭୁ ଏହା ଅଙ୍ଗୀକାର କରି ନ ଥିଲେ। ସେତେବେଳେ ତାଙ୍କୁ ଯେଉଁ ନିର୍ଦ୍ଦେଶ ମିଳିଥିଲା ତଦନୁଯାୟୀ ସୂଚନା ଦେଇଥିଲେ ଯେ, ଅନ୍ୟ ସମସ୍ତ କ୍ଷେତ୍ରକୁ ଆପଣ ପାଞ୍ଚରାତ୍ର ଉପାସନା ଦୃଷ୍ଟିରୁ ଅଧୀନ କରିଥିଲେ ମଧ୍ୟ ଏହି କ୍ଷେତ୍ରକୁ ମୋ ଅଧୀନରେ ରହିବାକୁ ଦିଅନ୍ତୁ। ମୋ’ ଇଚ୍ଛା ଅନୁସାରେ ମୁଁ ଏହି ସେବକମାନଙ୍କ ସହିତ ସୁଖ ପୂର୍ବକ ରହିପାରିବି। ଶ୍ରୀରାମାନୁଜାଚାର୍ଯ୍ୟ ଏହି ସୂଚନା ପାଇବା ପରେ ମନ୍ଦିରରୁ ଫେରିଆସି ପୁନଃ ମହାରାଜାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସ୍ପଷ୍ଟ ଭାବେ ଉକ୍ତ ପୁସ୍ତକରେ ବର୍ଣ୍ଣନା କରାଯାଇଛି ଶ୍ରୀମନ୍ଦିରରୁ ସେ ମଠକୁ ଫେରିଥିଲେ। ମଠ ଶବ୍ଦ ବ୍ୟବହାରରୁ ଜାଣିହୁଏ ଯେ, ସେ ଯେଉଁଠି ଛତା ପୋତି ରହିଥିଲେ ତାହା ସେତେବେଳେ ମଠ ଭାବେ ପ୍ରସିଦ୍ଧି ପାଇ ସାରିଥିଲା। ଶ୍ରୀମନ୍ଦିରର ଉପାସନା ବିଧି ବଦଳାଇବା ପାଇଁ ବହୁଦିନ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିଲେ ମଧ୍ୟ ଶ୍ରୀରାମାନୁଜାଚାର୍ଯ୍ୟ ସଫଳ ହୋଇ ନ ଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଯେଉଁଦିନ ମହାପ୍ରଭୁଙ୍କୁ ତାଙ୍କ ଇଚ୍ଛା ଜଣାଇବାକୁ ଯାଇଥିଲେ ସେହିଦିନ ରାତିରେ ମଠରେ ଏକ ଘଟଣା ଘଟିଥିଲା। ସକାଳୁ ଉଠି ଦେଖିଲେ ସେ ଯେଉଁଠି ଅଛନ୍ତି ତାହା ଶ୍ରୀଜଗନ୍ନାଥ ପୁରୀ ନୁହେଁ, ତାହା ଥିଲା ଶ୍ରୀକୂର୍ମ ପୀଠ। ବର୍ତ୍ତମାନ ଏହି ପୀଠ ଆନ୍ଧ୍ରପ୍ରଦେଶରେ ରହିଛି।

ଶ୍ରୀପ୍ରପନ୍ନାମୃତମ୍‌ ଗ୍ରନ୍ଥରେ ଉଲ୍ଲେଖ ରହିଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଯୋଗମାୟାଙ୍କ ଦ୍ୱାରା ଶ୍ରୀରାମାନୁଜାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ପୀଠର ନେଇ ଶ୍ରୀକୂର୍ମ ପୀଠରେ ପହଞ୍ଚାଇ ଦେଇଥିଲେ। ଈଶ୍ୱରୀୟ ଲୀଳା ସହିତ ଘଟଣାକ୍ରମ ସମ୍ବନ୍ଧିତ ହୋଇଯାଇଛି। ପୁରୀରେ ସବୁ ଉପାସନାର ମିଶ୍ରଣ ଘଟିଛି। ଏଠାରେ କୌଣସି ସମ୍ପ୍ରଦାୟର ଉପାସନା ବିଧିକୁ ସ୍ବତନ୍ତ୍ର ମର୍ଯ୍ୟାଦା ଦିଆଯାଏ ନାହିଁ। ଏହା ହିଁ ଘଟିଥିଲା ଏମାର ମଠ ପ୍ରତିଷ୍ଠାତା ଶ୍ରୀରାମାନୁଜାଚାର୍ଯ୍ୟଙ୍କ କ୍ଷେତ୍ରରେ ବୋଲି ଡ. ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri