ବଡ଼ କାରନାମା ହାସଲ କଲା ପାକିସ୍ତାନ: ଚାଇନା ସହ ମିଶି…

ଇସଲାମାବାଦ୍‌,୩୧।୭: ଚାଇନା ସହାୟତାରେ ପାକିସ୍ତାନ ଏକ ବଡ଼ ସଫଳତା ହାସଲ କରିଛି। ଏହା ଏକ ରିମୋଟ ସେନ୍ସିଂ ସାଟେଲାଇଟ (PRSS-01) ଉତକ୍ଷେପଣ କରିଛି। ଏହାକୁ ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟର୍ରୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏକ୍ସରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ପ୍ରଦାନ କରିଛି। ମନ୍ତ୍ରଣାଳୟ କହିଛି ଯେ, ଏହି ସାଟେଲାଇଟ ସାହାଯ୍ୟରେ ଅନେକ ଅଞ୍ଚଳର ହାଇ-ରିଜୋଲ୍ୟୁସନ ଚିତ୍ର ୨୪ ଘଣ୍ଟା ଉପଲବ୍ଧ ହେବ। ଏହା ଚାିନା-ପାକିସ୍ତାନ ଅର୍ଥନୈତିକ କରିଡର୍‌ ଉପରେ ମଧ୍ୟ ନଜର ରଖିବ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ରିଲିଜ ମାଧ୍ୟମରେ କହିଛି, ପାକିସ୍ତାନ ମହାକାଶ ଜଗତରେ ଏକ ବଡ଼ ସଫଳତା ହାସଲ କରିଛି। ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟରରୁ ଏକ ରିମୋଟ ସେନ୍ସିଂ ସାଟେଲାଇଟ ଉତକ୍ଷେପଣ କରାଯାଇଛି। ଏହି ସାଟେଲାଇଟ ପାକିସ୍ତାନକୁ ୨୪ ଘଣ୍ଟା ଉଚ୍ଚ-ରିଜୋଲ୍ୟୁସନ ଇମେଜ ପ୍ରଦାନ କରିବ। ଏହା ସହରାଞ୍ଚଳ ଯୋଜନା, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା, କୃଷି ତଦାରଖ, ଖାଦ୍ୟ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଜଳ ସମ୍ପଦ ପରିଚାଳନା ଭଳି କ୍ଷେତ୍ରଗୁଡ଼ିକ ଉପରେ ନଜର ରଖିବାରେ ସାହାଯ୍ୟ କରିବ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ଜାତୀୟ ମହାକାଶ ସଂସ୍ଥା SUPARCO ଚାଇନାର CETC ଏବଂ MICROSAT ସହଯୋଗରେ ଏହାକୁ ଉତକ୍ଷେପଣ କରିଛି। ଏହି ସଫଳତା ସହିତ, ପାକିସ୍ତାନ ମହାକାଶ କ୍ଷେତ୍ରରେ ନିଜର ସ୍ଥିତିକୁ ମଜଭୁତ କରିଛି।

ପାକିସ୍ତାନ ଏବଂ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ବହୁତ ଭଲ ସମ୍ପର୍କ ରହିଛି। ଚାଇନା ପାକିସ୍ତାନର ଅନେକ କ୍ଷେତ୍ରରେ ନିବେଶ କରିଛି। ଚାଇନା ପାକିସ୍ତାନର ସାଟେଲାଇଟ ଉତକ୍ଷେପଣ କରି ନିଜର ସହଭାଗୀତାକୁ ଆହୁରି ମଜଭତ କରିଛି। କୁହାଯାଏ ଯେ, ଭାରତର ଅପରେଶନ ସିନ୍ଦୁର ସମୟରେ ମଧ୍ୟ ଚାଇନା ପାକିସ୍ତାନକୁ ବହୁତ ସାହାଯ୍ୟ କରିଥିଲା।

ଚାଇନା ଏବଂ ପାକିସ୍ତାନ ମଧ୍ୟରେ CPEC ପ୍ରକଳ୍ପ ବଡ଼ ପରିମାଣରେ ଚାଲିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଏକ ଆର୍ଥିକ ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପ, ଯାହା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀର ଏକ ଅଂଶ। ଏହା ଚୀନ ର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)ର ଏକ ପ୍ରମୁଖ ଅଂଶ, ଯାହାର ଲକ୍ଷ୍ୟ ଆଞ୍ଚଳିକ ସଂଯୋଗୀକରଣ, ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ବୃଦ୍ଧି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri