ଜବରଦଖଲକାରୀଙ୍କ କବଳରୁ ଜଗନ୍ନାଥଙ୍କ ଜମି ମୁକ୍ତ ପାଇଁ ଜୋର୍‌ ଧରିଲା ଦାବି, ତହସିଲଦାରଙ୍କୁ ଭେଟି…

ପୁରୁଷୋତ୍ତମପୁର,୨୪ା୭(ସୀମାଞ୍ଚଳ ମିଶ୍ର): ହିନ୍ଦୁସମାଜର ଆରାଧ୍ୟଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରି ମନ୍ଦିରକୁ ହସ୍ତାନ୍ତର କରିବାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦାବି ଜୋର ଧରିଛି। ଏଥିନେଇ ଜଗନ୍ନାଥପ୍ରେମୀ ଭକ୍ତମାନେ ତହସିଲ କାର୍ଯ୍ୟାଳୟ ଆସି ଜବରଦଖଲକାରୀଙ୍କଠାରୁ ଜଗନ୍ନାଥଙ୍କ ଘରବାଡ଼ି, ଜାଗା, ଜମି ଉଦ୍ଧାର କରି ତୁରନ୍ତ ଜଗନ୍ନାଥ ମନ୍ଦିରକୁ ପ୍ରଦାନ କରିବାକୁ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଲାଗି ରାଜରାସ୍ତାକୁ ଓହ୍ଲାଇବେ ବୋଲି ରୋକଠୋକ୍‌ ଭାବରେ ଚେତାବନୀ ଦେଇଛନ୍ତି। ଏହାସହ ଏକ ସ୍ମାରକପତ୍ର ଅତିରିକ୍ତ ତହସିଲଦାର ସଙ୍ଗୀତାସେଠୀଙ୍କୁ ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲାପାଳ, ଆଇନମନ୍ତ୍ରୀ,ରାଜସ୍ବମନ୍ତ୍ରୀ,ହିନ୍ଦୁ ଦୋବୋତ୍ତର କମିଶନର, ସହକାରୀ ଦେବୋତ୍ତର କମିଶନର, ପୁରୁଷୋତ୍ତମପୁର ଏନ୍‌ଏସି ନିିର୍ବାହୀ ଅଧିକାରୀଙ୍କ ନିକଟକୁ ମଧ୍ୟ ସ୍ମାରକପତ୍ର ପଠାଇ ପଦକ୍ଷେପ ନେବାକୁ ଦାବିକରିଛନ୍ତି।

ଗୁରୁବାର ପୁରୁଷୋତ୍ତମପୁରର ଜନସାଧାରଣ ଓ ଜଗନ୍ନାଥଙ୍କ ଭକ୍ତମାନେ ଏକତ୍ରହୋଇ ରଥସାହି ଜଗନ୍ନାଥମନ୍ଦିରଠାରୁ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟକୁ ଆସିଥିଲେ। ପୁରୁଷୋତ୍ତମପୁର ମୌଜାର ରଥସାହିରେ ବିଜେ ପ୍ରଭୁ ଜଗନ୍ନାଥଙ୍କ ସର୍ବସାଧାରଣ ଖାତା ୧୭୮୯ରେ ଦେବସ୍ଥଳୀ ବର୍ଣ୍ଣିତ ରହିଥିବା ୧୦ଟି ଘରବାଡ଼ି ପ୍ଲଟଜାଗାକୁ କିଛି ବ୍ୟକ୍ତି ଓ ବିଦ୍ୟୁତ୍‌ ବିଭାଗ ବେଇଆନ ଭାବରେ ଜବରଦଖଲ କରିଛନ୍ତି। ଏହାସହ ପୁରୁଷୋତ୍ତମପୁର ପୁରୁଣା ଜଗନ୍ନାଥ ସାହି ନଇତଡ଼ ସାହିରେ ଜଣେ ବଦାନ୍ୟ ବ୍ୟକ୍ତି ଦୀର୍ଘବର୍ଷ ପୂର୍ବେ ଜଗନ୍ନାଥଙ୍କୁ ଦାନ କରିଥିବା ଘରବାଡ଼ି ଜାଗାକୁ ମଧ୍ୟ ଜନୈକ ଜବରଦଖଲ କରି ରଖିଛନ୍ତି। ଏହି ସମ୍ଭ୍ରାନ୍ତଶ୍ରେଣୀର ବ୍ୟକ୍ତିମାନେ ଏପରି ମନ୍ଦିର ସମ୍ପତ୍ତିକୁ କବ୍‌ଜା କରି ନେବାରେ ଲାଗିଥିବାରୁ ମନ୍ଦିରର ସମ୍ପତ୍ତି ଲୋପ ପାଇବାରେ ଲାଗିଛି। ମନ୍ଦିର ଉନ୍ନୟନମୂଳକ କାର୍ଯ୍ୟରେ ଘୋର ବାଧକ ସାଜିଛି ବୋଲି କ୍ଷୋଭର ସହ ଜନସାଧାରଣ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri