ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଭାଜପା ଉତ୍ସାହିତ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ): ସାଧାରଣ ନିର୍ବାଚନ-୨୦୧୯ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୩ ଦିନ ପରେ ଭୋଟ ଗଣତି ହେବ। ପୂର୍ବ ୩ ଥର ଭଳି ଏଥର ମଧ୍ୟ ରାଜ୍ୟରେ ଏକ ସଙ୍ଗରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚଳିତଥର ନିର୍ବାଚନରେ ଲୋକ ସଭା ସିଟ୍‌କୁ ନେଇ ଭୋଟରଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଦୀର୍ଘ ୧୯ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ନିର୍ବାଚନ ପ୍ରଚାରରେ ଲୋକ ସଭା ଆସନକୁ ଅଧିକ ଗୁରୁତ୍ୱ ଦେଇଥିଲା। ଏପରିକି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଜେଡି ୨୧ରୁ ୨୧ ଲୋକ ସଭା ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ ଭାଜପା ସଙ୍ଗଠିତ ଭାବେ ପ୍ରତି ସିଟ୍‌ରେ ବିଜେଡିକୁ କଡା ଟକ୍କର ଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ଗତଥର ପଶ୍ଚିମ ଓଡ଼ିଶାରେ ଭାଜପାର ଲୋକ ସଭା ଭୋଟ ହାର ଭଲ ରହିଥିଲା। ତେଣୁ ସେହି ଅଞ୍ଚଳରେ ବିଜେଡି ସପକ୍ଷରେ ଜନମତ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲାର ବିଜେପୁରରୁ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ଅନ୍ୟପକ୍ଷରେ ପ୍ରଥମରୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା। ହେଲେ ନିର୍ବାଚନ ନିକଟତର ହେବା ସହ କଂଗ୍ରେସକୁ ନେଇ ଭୋଟରଙ୍କ ଉତ୍ସାହ କମିବା ଦେଖିବାକୁ ମିଳିଥିଲା।
ଫଳାଫଳ ଆସି ନାହିଁ ସତ, ହେଲେ ଏକାଧିକ ସଂସ୍ଥାର ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ଜନମତ ବିଜେଡି ବିପକ୍ଷରେ ଏବଂ ଭାଜପା ସପକ୍ଷରେ ଯାଇଛି। ଭୁବନେଶ୍ୱର, ପୁରୀ, କେନ୍ଦୁଝର, ଆସିକା, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଲୋକ ସଭା ଆସନରେ ବିଜେଡି ପରାଜିତ ହେବା ସମ୍ଭାବନା ରହିଛି। ସେହିପରି ରାଜ୍ୟସ୍ତରୀୟ କେତେଜଣ ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁଯାୟୀ କେତେଜଣ ବିଜେଡି ନେତା ତୃଣମୂଳରେ ଭୋଟରଙ୍କ ରୋଷର ଶିକାର ହୋଇଛନ୍ତି। ତେଣୁ ବିଜେଡି ବିଧାନସଭାରେ ପୂର୍ବ ସଫଳତା ବଜାୟ ରଖିବା କାଠିକର ପାଠ ହେବ ବୋଲି କୁହାଯାଉଛି। ବୌଦ୍ଧ, କଣ୍ଟାମାଳ, ବଡ଼ମ୍ବା, କଟକ-ବାରବାଟୀ, ବସ୍ତା, ଜଟଣୀ, ବେଗୁନିଆ, ବ୍ରହ୍ମଗିରି, ଉମରକୋଟ, ନବରଙ୍ଗପୁର, ମାଲକାନଗିରି, ଚିତ୍ରକୋଣ୍ଡା, ସୋରଡା, ଗୋପାଳପୁର, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡ଼ା, କୋରେଇ, କେନ୍ଦ୍ରାପଡ଼ା ଭଳି ଆସନ ଫଳାଫଳ ବିଜେଡିକୁ ଚକିତ କରିପାରେ।
ଏକ୍‌ଜିଟ୍‌ ପୋଲ୍‌ ଆକଳନକୁ ନେଇ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି, ଏକଜିଟ୍‌ ପୋଲ ଅନ୍ଧାରକୁ ଟେକା ମାରିବା ଭଳି। ବାଜିଲେ ଭଲ, ନ ହେଲେ ନାମ ନେଲ। ଅତୀତରେ ୨୦୦୪ ଲୋକ ସଭା, ୨୦୧୫ ଦିଲ୍ଲୀ ଏବଂ ବିହାର ବିଧାନସଭା ନିର୍ବାଚନ ସମ୍ପର୍କିତ ଏକ୍‌ଜିଟ୍‌ ପୋଲ୍‌ ଭୁଲ ପ୍ରମାଣିତ ହୋଇଛି। ତେଣୁ ୨୩କୁ ଅପେକ୍ଷା କରାଯାଉ। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏକ୍‌ଜିଟ୍‌ ପୋଲ୍‌ ଆକଳନ ସତ୍ୟ ପ୍ରମାଣିତ ହେବାକୁ ଯାଉଛି। ଓଡ଼ିଶାରେ କେବଳ ଲୋକ ସଭା ନୁହେଁ, ଭାଜପା ବିଧାନସଭା ନିର୍ବାଚନରେ ବି ଭଲ ଫଳାଫଳ କରିବ। ଏମିତିକି ବିଜେଡିକୁ ହଟାଇ ରାଜ୍ୟ ସଚିବାଳୟ ଦଖଲ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଲେଖାଶ୍ରୀ କହିଛନ୍ତି। ସେହିପରି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥାଏ। ଏହାକୁ ନେଇ ପ୍ରତିକ୍ରିୟା ଦେବାକୁ ଉଚିତ ମନେ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri