ଭୁବନେଶ୍ୱର,୧୬।୭: ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରିଥିଲେ। ଏହି ସମୟରେ ସେମାନଙ୍କ ଉପରେ ପୋଲିସ ପାଣିମାଡ କରିବାସହ ଲୁହବୁହା ଗ୍ୟାସ ମାନ କରିଥିଲା। ଯେଉଁଥିରେ ବହୁ ବିଜେଡି ନେତା ଓ କର୍ମୀ ଆହତ ହୋଇଥିଲେ। ବିଜେଡିର ବଡ଼ ବଡ଼ ନେତା ବବି, ଡାନି ଓ ସୁଲତା ଦେଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅରୁଣ ସାହୁ ଓ ଅନ୍ୟ ନେତା-କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା।
ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟମ। ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷା ରେ ନିନ୍ଦା କରିଛନ୍ତି । ଏଭଳି ଅତ୍ୟାଚାରକୁ ସେ ବର୍ବରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣାରେ ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ ଆହତ ହେବା ଖବରରେ ସେ ଉଦବେଗ ପ୍ରକାଶ କରିଛନ୍ତି ।
The right to democratic protest is under grave threat in #Odisha. Today, the @bjd_odisha exercised its constitutional right to hold a peaceful demonstration, protesting the tragic death of a 20-year-old girl student–a victim of systemic apathy and sheer betrayal.
As BJD…
— Naveen Patnaik (@Naveen_Odisha) July 16, 2025
ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ଅମାନୁଷିକ ଆକ୍ରମଣ ରାଯାଇଛି। ଘଟଣାରେ ବହୁ BJD କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି ବୋଲି କହିଛନ୍ତି। ଏଥିସହ ନବୀନ ଆହତ ବିଜେଡି ନେତାଙ୍କ ସହ କଥା ହୋଇଛନ୍ତି।
ଲୋୟର ପିଏମଜିରେ ବିଜେଡିର ଗର୍ଜନ: ପୋଲିସ ସହ ମୁହାଁମୁହିଁବେଳେ ବବି ଆହତ


